ଗାଲାକ୍ସି ଏଆଇ ସହ ସାମ୍‌ସଙ୍ଗ୍‌ ଏସ୍‌୨୪ ସିରିଜ ଉନ୍ମୋଚିତ

ଭୁବନେଶ୍ୱର,୨୩।୧: ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ‘ସାମ୍‌ସଙ୍ଗ୍‌’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌-ନ୍ୟୁ ଗାଲାକ୍ସି ଏସ୍‌୨୪ ସିରିଜର ଉନ୍ମୋଚନ ସହ ବଜାର ପ୍ରବେଶ ସୋମବାର ଆନୁଷ୍ଠାନିକ ଭାବେ ହୋଇଯାଇଛି। ଏପରିକି ପ୍ରତି ଥର ଭଳି ଏଥର ମଧ୍ୟ ୩ଟି ସ୍ମାର୍ଟଫୋନ୍‌ ଗାଲାକ୍ସି ଏସ୍‌୨୪, ଗାଲାକ୍ସି ଏସ୍‌୨୪+ ଏବଂ ଗାଲାକ୍ସି ଏସ୍‌୨୪ ଅଲ୍‌ଟ୍ରା ମଡେଲ ଉକ୍ତ ସରିଜରେ ଉନ୍ମୋଚିତ ହୋଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ବଜାର ପକ୍ଷରୁ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ସାମ୍‌ସଙ୍ଗର ଜେଡ୍‌ଏସ୍‌ଏମ୍‌ ଅଭିନେଶ ସିହ୍ନା, ଜେଡ୍‌ଏସ୍‌ଏମ୍‌ ଅରିନ୍ଦମ ପାତ୍ରଙ୍କ ସମେତ ଏସ୍‌ପିଡିର ନିର୍ଦ୍ଦେଶକ ଯୋଗେନ୍ଦ୍ର ହଂସ ପ୍ରମୁଖ ଉପସ୍ଥିତ ରହି ଉକ୍ତ ସରିଜକୁ ବଜାର ପ୍ରବେଶ କରାଇବା ସହିତ ଗାଲାକ୍ସି ଏସ୍‌୨୪ ସିରିଜ ପ୍ରଥମ ଧରଣର ଏଆଇ ମଡେଲ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ସେହିପରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରଯୁକ୍ତିସମ୍ପନ୍ନ ଗାଲାକ୍ସି ଏଆଇରେ ଅନେକ ଅଭିନବ ବୈଶିଷ୍ଟ୍ୟ ଯଥା ଲାଇଭ୍‌ ଟ୍ରାନ୍ସଲେଶନ୍‌, ଚାଟ୍‌ ଆସିଷ୍ଟ, ଆଣ୍ଡ୍ରଏଡ୍‌ ଅଟୋ, ନୋଟ୍‌ ଆସିଷ୍ଟ, ଟ୍ରାନ୍ସକ୍ରିପ୍ଟ ଆସିଷ୍ଟ, ସର୍କଲ ଟୁ ସର୍ଚ୍ଚ, ପ୍ରୋଭିଜୁଆଲ ଇଞ୍ଜିନ, ନାଇଟୋଗ୍ରାଫି ଏବଂ ପରିବର୍ଦ୍ଧିତ ଡିଜିଟାଲ ଜୁମ୍‌ ଇତ୍ୟାଦି ସାମିଲ ରହିଛି। ଅପରପକ୍ଷରେ ଗାଲାକ୍ସି ଏସ୍‌୨୪ ଅଲ୍‌ଟ୍ରା, ଗାଲାକ୍ସି ଏସ୍‌୨୪+ ଏବଂ ଗାଲାକ୍ସି ଏସ୍‌୨୪ର ଉନ୍ମୋଚନ ସହିତ ସାମ୍‌ସଙ୍ଗ ଇଲେକ୍ଟ୍ରୋନିକ୍ସ ଏଆଇ ମାଧ୍ୟମରେ ମୋବାଇଲ ବ୍ୟବହାରର ନୂତନ ଅଭିଜ୍ଞତା ପ୍ରଦାନ କରୁଛି।
ଏ ସମ୍ପର୍କରେ ସାମ୍‌ସଙ୍ଗ୍‌ ମୋବାଇଲ ଡିଭିଜନ୍‌ର ସଭାପତି ଟି.ଏମ୍‌. ରୋହ କହିଛନ୍ତି, ସାମ୍‌ସଙ୍ଗ ଏକ ନୂଆ ଯୁଗ ଏବଂ ପରିବର୍ତ୍ତନଶୀଳ ଶକ୍ତିକୁ ଉନ୍ମୁକ୍ତ କରିବାକୁ ଯାଉଛି। ଉଲ୍ଲେଖଯୋଗ୍ୟ, ଗାଲାକ୍ସି ଏସ୍‌୨୪ ଅଲ୍‌ଟ୍ରା, ଗାଲାକ୍ସି ଏସ୍‌୨୪+ ଏବଂ ଗାଲାକ୍ସି ଏସ୍‌୨୪ ମଡେଲ ଆକର୍ଷଣୀୟ କଲର ସହିତ ଉପଲବ୍ଧ। ଏପରିକି ଉକ୍ତ ମଡେଲଗୁଡିକ ଉପରେ ସ୍ବତନ୍ତ୍ର ରିହାତି ଓ ସୁବିଧା ଗ୍ରାହକଙ୍କୁ ସୀମିତ ସମୟ ପାଇଁ ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri