ଗାଲାକ୍ସି ଏଆଇ ସହ ସାମ୍‌ସଙ୍ଗ୍‌ ଏସ୍‌୨୪ ସିରିଜ ଉନ୍ମୋଚିତ

ଭୁବନେଶ୍ୱର,୨୩।୧: ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ‘ସାମ୍‌ସଙ୍ଗ୍‌’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌-ନ୍ୟୁ ଗାଲାକ୍ସି ଏସ୍‌୨୪ ସିରିଜର ଉନ୍ମୋଚନ ସହ ବଜାର ପ୍ରବେଶ ସୋମବାର ଆନୁଷ୍ଠାନିକ ଭାବେ ହୋଇଯାଇଛି। ଏପରିକି ପ୍ରତି ଥର ଭଳି ଏଥର ମଧ୍ୟ ୩ଟି ସ୍ମାର୍ଟଫୋନ୍‌ ଗାଲାକ୍ସି ଏସ୍‌୨୪, ଗାଲାକ୍ସି ଏସ୍‌୨୪+ ଏବଂ ଗାଲାକ୍ସି ଏସ୍‌୨୪ ଅଲ୍‌ଟ୍ରା ମଡେଲ ଉକ୍ତ ସରିଜରେ ଉନ୍ମୋଚିତ ହୋଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ବଜାର ପକ୍ଷରୁ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ସାମ୍‌ସଙ୍ଗର ଜେଡ୍‌ଏସ୍‌ଏମ୍‌ ଅଭିନେଶ ସିହ୍ନା, ଜେଡ୍‌ଏସ୍‌ଏମ୍‌ ଅରିନ୍ଦମ ପାତ୍ରଙ୍କ ସମେତ ଏସ୍‌ପିଡିର ନିର୍ଦ୍ଦେଶକ ଯୋଗେନ୍ଦ୍ର ହଂସ ପ୍ରମୁଖ ଉପସ୍ଥିତ ରହି ଉକ୍ତ ସରିଜକୁ ବଜାର ପ୍ରବେଶ କରାଇବା ସହିତ ଗାଲାକ୍ସି ଏସ୍‌୨୪ ସିରିଜ ପ୍ରଥମ ଧରଣର ଏଆଇ ମଡେଲ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ସେହିପରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରଯୁକ୍ତିସମ୍ପନ୍ନ ଗାଲାକ୍ସି ଏଆଇରେ ଅନେକ ଅଭିନବ ବୈଶିଷ୍ଟ୍ୟ ଯଥା ଲାଇଭ୍‌ ଟ୍ରାନ୍ସଲେଶନ୍‌, ଚାଟ୍‌ ଆସିଷ୍ଟ, ଆଣ୍ଡ୍ରଏଡ୍‌ ଅଟୋ, ନୋଟ୍‌ ଆସିଷ୍ଟ, ଟ୍ରାନ୍ସକ୍ରିପ୍ଟ ଆସିଷ୍ଟ, ସର୍କଲ ଟୁ ସର୍ଚ୍ଚ, ପ୍ରୋଭିଜୁଆଲ ଇଞ୍ଜିନ, ନାଇଟୋଗ୍ରାଫି ଏବଂ ପରିବର୍ଦ୍ଧିତ ଡିଜିଟାଲ ଜୁମ୍‌ ଇତ୍ୟାଦି ସାମିଲ ରହିଛି। ଅପରପକ୍ଷରେ ଗାଲାକ୍ସି ଏସ୍‌୨୪ ଅଲ୍‌ଟ୍ରା, ଗାଲାକ୍ସି ଏସ୍‌୨୪+ ଏବଂ ଗାଲାକ୍ସି ଏସ୍‌୨୪ର ଉନ୍ମୋଚନ ସହିତ ସାମ୍‌ସଙ୍ଗ ଇଲେକ୍ଟ୍ରୋନିକ୍ସ ଏଆଇ ମାଧ୍ୟମରେ ମୋବାଇଲ ବ୍ୟବହାରର ନୂତନ ଅଭିଜ୍ଞତା ପ୍ରଦାନ କରୁଛି।
ଏ ସମ୍ପର୍କରେ ସାମ୍‌ସଙ୍ଗ୍‌ ମୋବାଇଲ ଡିଭିଜନ୍‌ର ସଭାପତି ଟି.ଏମ୍‌. ରୋହ କହିଛନ୍ତି, ସାମ୍‌ସଙ୍ଗ ଏକ ନୂଆ ଯୁଗ ଏବଂ ପରିବର୍ତ୍ତନଶୀଳ ଶକ୍ତିକୁ ଉନ୍ମୁକ୍ତ କରିବାକୁ ଯାଉଛି। ଉଲ୍ଲେଖଯୋଗ୍ୟ, ଗାଲାକ୍ସି ଏସ୍‌୨୪ ଅଲ୍‌ଟ୍ରା, ଗାଲାକ୍ସି ଏସ୍‌୨୪+ ଏବଂ ଗାଲାକ୍ସି ଏସ୍‌୨୪ ମଡେଲ ଆକର୍ଷଣୀୟ କଲର ସହିତ ଉପଲବ୍ଧ। ଏପରିକି ଉକ୍ତ ମଡେଲଗୁଡିକ ଉପରେ ସ୍ବତନ୍ତ୍ର ରିହାତି ଓ ସୁବିଧା ଗ୍ରାହକଙ୍କୁ ସୀମିତ ସମୟ ପାଇଁ ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri