କୋଲକାତା,୨।୩: ଭାରତୀୟ ଓପନର ସଞ୍ଜୁ ସାମସନ ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି୨୦ ବିଶ୍ୱକପ୍ ମ୍ୟାଚ୍ରେ ୫୦ ବଲରେ ଅପରାଜିତ ୯୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଟି୨୦ ବିଶ୍ୱକପ୍ ଇତିହାସରେ ଟାର୍ଗେଟର ପିଛା କରି ବିଜୟ ହାସଲ କରିବା କ୍ଷେତ୍ରରେ ଏହା ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ସର୍ୱାଧିକ ବ୍ୟକ୍ତିଗତ ସ୍କୋର।
ଏଥିପୂର୍ୱରୁ ଏହି ରେକର୍ଡ ପୂର୍ୱତନ ଅଧିନାୟକ ବିରାଟ କୋହଲିଙ୍କ ନାମରେ ରହିଥିଲା। କୋହଲି ୨୦୨୨ ଟି୨୦ ବିଶ୍ୱକପ୍ରେ ପାକିସ୍ତାନ ବିପକ୍ଷ ଗ୍ରୁପ୍ ମ୍ୟାଚ୍ ଓ ୨୦୧୬ ଟି୨୦ ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ମୋହାଲିଠାରେ ଅପରାଜିତ ୮୨ ରନର ପାଳି ଖେଳିଥିଲେ। ଏହି ତାଲିକାରେ ରୋହିତ ଶର୍ମା ଚତୁର୍ଥ ସ୍ଥାନରେ ରହିଛନ୍ତି। ସେ ୨୦୧୦ ଟି୨୦ ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ଅପରାଜିତ ୭୯ ରନ କରିଥିଲେ।

