Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ପ୍ଲେଟରୁ ଗାଏବ ହେଲା ସିଙ୍ଗଡା, ଯାଞ୍ଚ କଲା ସିଆଇଡି

ନୂଆଦିଲ୍ଲୀ,୮।୧୧: କଂଗ୍ରେସ ଶାସନାଧୀନ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖଓ୍ବିନ୍ଦର ସିଂ ସୁଖୁଙ୍କ ସିଙ୍ଗଡ଼ା ତାଙ୍କ ସୁରକ୍ଷା କର୍ମୀମାନେ ଖାଇଦେଇଥିବା କ୍ରାଇମ୍‌ ଇନ୍‌ଭେଷ୍ଟିଗେଶନ୍‌ ଡିପାର୍ଟମେଣ୍ଟ (ସିଆଇଡି) ତଦନ୍ତରୁ ଜଣାପଡ଼ିବା ପରେ ଶୁକ୍ରବାର ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାର ସିଆଇଡି ତଦନ୍ତ କରାଯାଇଥିବା ନେଇ ଜଣାପଡ଼ିବା ପରେ ସୁଖୁ ସରକାରଙ୍କୁ ଭାଜପା ଟାର୍ଗେଟ କରିଛି। ଅନ୍ୟପକ୍ଷେ ସମୋସା ଉଭାନ ହୋଇଯିବା ନେଇ କୌଣସି ତଦନ୍ତ କରାଯାଇ ନ ଥିବା ସରକାର ଏବଂ ସିଆଇଡି ପକ୍ଷରୁ ସଫେଇ ଦିଆଯାଇଛି।

ଅକ୍ଟୋବର ୨୧ରେ ଶିମ୍‌ଲାସ୍ଥିତ ହିମାଚଳ ପ୍ରଦେଶ ସିଆଇଡି ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ସୁଖୁ ଯାଇଥିଲେ। କାର୍ଯ୍ୟକ୍ରମ ଶେଷରେ ଚା’ ଜଳଖିଆ ପାଇଁ ଅଧିକାରୀମାନେ ଏକତ୍ରିତ ହେଲେ। ସେଠାରେ କେହି ଜଣେ କହିଲେ, ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଣାଯାଇଥିବା ସିଙ୍ଗଡ଼ା ପ୍ୟାକେଟ ହଜିଯାଇଛି। ବହୁ ଖୋଜାଖୋଜି ପରେ ମଧ୍ୟ ତାହା ନ ମିଳିବାରୁ ସିଆଇଡି ପକ୍ଷରୁ ତଦନ୍ତ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଲା ଯେ, ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚତ୍ବା ପରେ ଇନ୍ସପେକ୍ଟର ପାହ୍ୟାର ଜଣେ ମହିଳା ଅଧିକାରୀ କେତୋଟି ଟିଫିନ୍‌ ପ୍ୟାକେଟ ପଠାଇଥିଲେ। ଜଣେ ଏସ୍‌ଆଇ ର଼୍ୟାଙ୍କ ଅଧିକାରୀଙ୍କ ଉପସ୍ଥିତିରେ ସେଗୁଡ଼ିକୁ ଖୋଲାଯାଇଥିଲା। ଉପରିସ୍ଥ ଅଧିକାରୀମାନଙ୍କୁ ନ ପଚାରି ସିଙ୍ଗଡ଼ାଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀମାନଙ୍କୁ ଖାଇବାକୁ ଦିଆଯାଇଥିଲା। ତେବେ ଏଭଳି ଏକ ଘଟଣାକୁ ନେଇ ସିଆଇଡି ତଦନ୍ତ କରାଯିବା କେତେ ଯୁକ୍ତିଯୁକ୍ତ ବୋଲି ବିରୋଧୀ ଭାଜପା ପ୍ରଶ୍ନ ଉଠାଇଛି। କଂଗ୍ରେସ କେବଳ ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା ପାଇଁ ଚିନ୍ତିତ, ରାଜ୍ୟର ବିକାଶ ଲାଗି ନୁହେଁ ବୋଲି ସିଆଇଡି ତଦନ୍ତରୁ ବୁଝାପଡ଼ୁଥିବା ଭାଜପା ମୁଖପାତ୍ର ରଣଧୀର ଶର୍ମା ସମାଲୋଚନା କରିଛନ୍ତି। ଏହି ବିଷୟ ହିମାଚଳ ପ୍ରଦେଶର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ବିବାଦୀୟ ସ୍ଥିତି ଉପୁଜିବା ପରେ ସିଆଇଡି ମହାନିର୍ଦ୍ଦେଶକ ସଞ୍ଜୀବ ରଞ୍ଜନ ଓଝା କହିଛନ୍ତି, ଏହା ଉପରେ କୌଣସି ତଦନ୍ତ କରାଯାଇ ନାହିଁ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏପରି କୌଣସି ତଦନ୍ତ ନିର୍ଦ୍ଦେଶ ଦିଆଯାଇ ନ ଥିବା ସ୍ପଷ୍ଟ କରିଛି। ମୁଖ୍ୟମନ୍ତ୍ରୀ ସୁଖୁ କହିଛନ୍ତି, ଏହା ଏକ ସରକାର ବିରୋଧୀ କାର୍ଯ୍ୟ ଥିଲା। ଅଧିକାରୀମାନଙ୍କ ଅଭାବନୀୟ ବ୍ୟବହାରର ତଦନ୍ତ କରାଯାଇଥିଲା। କିନ୍ତୁ ଗଣମାଧ୍ୟମ ସମୋସାକୁ ନେଇ ନ୍ୟୁଜ୍‌ କରୁଛି। ଭାଜପା ଏହାକୁ ପ୍ରସଙ୍ଗ କରି ପିଲାଳିଆମୀ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri