Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ପ୍ଲେଟରୁ ଗାଏବ ହେଲା ସିଙ୍ଗଡା, ଯାଞ୍ଚ କଲା ସିଆଇଡି

ନୂଆଦିଲ୍ଲୀ,୮।୧୧: କଂଗ୍ରେସ ଶାସନାଧୀନ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖଓ୍ବିନ୍ଦର ସିଂ ସୁଖୁଙ୍କ ସିଙ୍ଗଡ଼ା ତାଙ୍କ ସୁରକ୍ଷା କର୍ମୀମାନେ ଖାଇଦେଇଥିବା କ୍ରାଇମ୍‌ ଇନ୍‌ଭେଷ୍ଟିଗେଶନ୍‌ ଡିପାର୍ଟମେଣ୍ଟ (ସିଆଇଡି) ତଦନ୍ତରୁ ଜଣାପଡ଼ିବା ପରେ ଶୁକ୍ରବାର ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାର ସିଆଇଡି ତଦନ୍ତ କରାଯାଇଥିବା ନେଇ ଜଣାପଡ଼ିବା ପରେ ସୁଖୁ ସରକାରଙ୍କୁ ଭାଜପା ଟାର୍ଗେଟ କରିଛି। ଅନ୍ୟପକ୍ଷେ ସମୋସା ଉଭାନ ହୋଇଯିବା ନେଇ କୌଣସି ତଦନ୍ତ କରାଯାଇ ନ ଥିବା ସରକାର ଏବଂ ସିଆଇଡି ପକ୍ଷରୁ ସଫେଇ ଦିଆଯାଇଛି।

ଅକ୍ଟୋବର ୨୧ରେ ଶିମ୍‌ଲାସ୍ଥିତ ହିମାଚଳ ପ୍ରଦେଶ ସିଆଇଡି ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ସୁଖୁ ଯାଇଥିଲେ। କାର୍ଯ୍ୟକ୍ରମ ଶେଷରେ ଚା’ ଜଳଖିଆ ପାଇଁ ଅଧିକାରୀମାନେ ଏକତ୍ରିତ ହେଲେ। ସେଠାରେ କେହି ଜଣେ କହିଲେ, ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଣାଯାଇଥିବା ସିଙ୍ଗଡ଼ା ପ୍ୟାକେଟ ହଜିଯାଇଛି। ବହୁ ଖୋଜାଖୋଜି ପରେ ମଧ୍ୟ ତାହା ନ ମିଳିବାରୁ ସିଆଇଡି ପକ୍ଷରୁ ତଦନ୍ତ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଲା ଯେ, ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚତ୍ବା ପରେ ଇନ୍ସପେକ୍ଟର ପାହ୍ୟାର ଜଣେ ମହିଳା ଅଧିକାରୀ କେତୋଟି ଟିଫିନ୍‌ ପ୍ୟାକେଟ ପଠାଇଥିଲେ। ଜଣେ ଏସ୍‌ଆଇ ର଼୍ୟାଙ୍କ ଅଧିକାରୀଙ୍କ ଉପସ୍ଥିତିରେ ସେଗୁଡ଼ିକୁ ଖୋଲାଯାଇଥିଲା। ଉପରିସ୍ଥ ଅଧିକାରୀମାନଙ୍କୁ ନ ପଚାରି ସିଙ୍ଗଡ଼ାଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀମାନଙ୍କୁ ଖାଇବାକୁ ଦିଆଯାଇଥିଲା। ତେବେ ଏଭଳି ଏକ ଘଟଣାକୁ ନେଇ ସିଆଇଡି ତଦନ୍ତ କରାଯିବା କେତେ ଯୁକ୍ତିଯୁକ୍ତ ବୋଲି ବିରୋଧୀ ଭାଜପା ପ୍ରଶ୍ନ ଉଠାଇଛି। କଂଗ୍ରେସ କେବଳ ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା ପାଇଁ ଚିନ୍ତିତ, ରାଜ୍ୟର ବିକାଶ ଲାଗି ନୁହେଁ ବୋଲି ସିଆଇଡି ତଦନ୍ତରୁ ବୁଝାପଡ଼ୁଥିବା ଭାଜପା ମୁଖପାତ୍ର ରଣଧୀର ଶର୍ମା ସମାଲୋଚନା କରିଛନ୍ତି। ଏହି ବିଷୟ ହିମାଚଳ ପ୍ରଦେଶର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ବିବାଦୀୟ ସ୍ଥିତି ଉପୁଜିବା ପରେ ସିଆଇଡି ମହାନିର୍ଦ୍ଦେଶକ ସଞ୍ଜୀବ ରଞ୍ଜନ ଓଝା କହିଛନ୍ତି, ଏହା ଉପରେ କୌଣସି ତଦନ୍ତ କରାଯାଇ ନାହିଁ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏପରି କୌଣସି ତଦନ୍ତ ନିର୍ଦ୍ଦେଶ ଦିଆଯାଇ ନ ଥିବା ସ୍ପଷ୍ଟ କରିଛି। ମୁଖ୍ୟମନ୍ତ୍ରୀ ସୁଖୁ କହିଛନ୍ତି, ଏହା ଏକ ସରକାର ବିରୋଧୀ କାର୍ଯ୍ୟ ଥିଲା। ଅଧିକାରୀମାନଙ୍କ ଅଭାବନୀୟ ବ୍ୟବହାରର ତଦନ୍ତ କରାଯାଇଥିଲା। କିନ୍ତୁ ଗଣମାଧ୍ୟମ ସମୋସାକୁ ନେଇ ନ୍ୟୁଜ୍‌ କରୁଛି। ଭାଜପା ଏହାକୁ ପ୍ରସଙ୍ଗ କରି ପିଲାଳିଆମୀ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri