Categories: ଖେଳ

ସମୀର ବର୍ମା ଜିତିଲେ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୩ା୫(ପି.ଟି.): ସ୍ଲୋଭେନିଆର ମାରିବୋର୍‌ଠାରେ ଅନୁଷ୍ଠିତ ସ୍ଲୋଭେନିଆ ଓପନ୍‌ ପୁରୁଷ ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ସମୀର ବର୍ମା ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସେ ତାଇଓ୍ବାନ୍‌ର ସୁ ଲି ୟାଙ୍ଗ୍‌ଙ୍କୁ ୨୧-୧୮, ୨୧-୧୪ ହରାଇ ଦେଇଛନ୍ତି। ମିକ୍ସଡ ଡବଲ୍ସ ଇଭେଣ୍ଟରେ ରୋହନ କାପୁର ଓ ସିକ୍କି ରେଡ୍ଡୀ ରନରଅପ୍‌ ସହ ରୌପ୍ୟ ଜିତିଛନ୍ତି। କାପୁର ଓ ରେଡ୍ଡୀ ସେମିଫାଇନାଲରେ ଡେନ୍‌ମାର୍କର ମ୍ୟାଡ୍ସ ଭେଷ୍ଟରଗାର୍ଡ ଓ ଖ୍ରୀଷ୍ଟିନି ବସ୍କଙ୍କୁ ପରାଜିତ କରିଥିଲେ। ଫାଇନାଲରେ କିନ୍ତୁ ସେମାନେ ଡେନ୍‌ମାର୍କର ଅନ୍ୟ ଏକ ଯୋଡ଼ି ସେପର ଟଫ୍ଟ ଓ କ୍ଲାରା ଗ୍ରାଭେସେନ୍‌ଙ୍କଠାରୁ ୧୨-୨୧, ୧୩-୨୧ରେ ହାରିଯାଇଥିଲେ।

Share