ନେପାଳରେ ବିବାହ କଲେ ସମଲିଙ୍ଗୀ: ଦକ୍ଷିଣ ଏସିଆରେ ପ୍ରଥମ…

କାଠମାଣ୍ଡୁ,୩୦।୧୧ : ସମଲିଙ୍ଗୀ ବିବାହ ପଞ୍ଜିକରଣ କରିଥିବା ନେପାଳ ଦକ୍ଷିଣ ଏସିଆର ପ୍ରଥମ ଦେଶ ହୋଇଛି। ବ୍ଲୁ ଡାଇମଣ୍ଡ ସୋସାଇଟି ନାମକ ଏକ ସଂସ୍ଥାର ସଭାପତି ସଞ୍ଜୀବ ଗୁରୁଙ୍ଗ (ପିଙ୍କି) ଙ୍କ ଅନୁଯାୟୀ ୩୫ ବର୍ଷିୟ ଟ୍ରାନ୍ସଜେଣ୍ଡର ମାୟା ଗୁରୁଙ୍ଗ ଏବଂ ୨୭ ବର୍ଷ ବୟସ୍କ ସମଲିଙ୍ଗୀ ସୁରେନ୍ଦ୍ର ପାଣ୍ଡେ ଆଇନଗତ ଭାବରେ ବିବାହ କରିଛନ୍ତି। ପଶ୍ଚିମ ନେପାଳର ଲାମଜଙ୍ଗ ଜିଲାର ଡର୍ଡି ଗ୍ରାମୀଣ ପୌରପାଳିକାରେ ସେମାନଙ୍କ ବିବାହ ପଞ୍ଜିକୃତ ହୋଇଛି। ନିଜ ପରିବାରର ସହମତିରେ ପାରମ୍ପାରିକ ଢଙ୍ଗରେ ବିବାହ କରିଥିବା ସୁରେନ୍ଦ୍ର ଏବଂ ମାୟା ଗତ ୬ ବର୍ଷ ଧରି ସ୍ତ୍ରୀ-ସ୍ବାମୀ ଭାବରେ ଏକାଠି ରହୁଥିଲେ।

ନେପାଳର ସର୍ବୋଚ୍ଚ ନ୍ୟାୟାଳୟ ପାଞ୍ଚ ମାସ ପୂର୍ବେ ସମଲିଙ୍ଗୀ ବିବାହକୁ ଆଇନଗତ କରିଥିଲେ। ବ୍ଲୁ ଡାଇମଣ୍ଡ ସୋସାଇଟି ସଂଗଠନ ନେପାଳର ଟ୍ରାନ୍ସଜେଣ୍ଡରଙ୍କ ଅଧିକାର ଏବଂ କଲ୍ୟାଣ ପାଇଁ କାର୍ଯ୍ୟ କରେ। ପିଙ୍କି କହିଛନ୍ତି େକେବଳ ନେପାଳରେ ନୁହେଁ ସମଗ୍ର ଦକ୍ଷିଣ ଏସିଆରେ ଏହା ହେଉଛି ପ୍ରଥମ ଘଟଣା ଏବଂ ଆମେ ଏହି ନିଷ୍ପତ୍ତିକୁ ସ୍ବାଗତ କରୁଛୁ। ପ୍ରଥମ ସମଲିଙ୍ଗୀ ବିବାହର ପଞ୍ଜୀକରଣ ବିଷୟରେ ଜାଣି ସେ ବହୁତ ଖୁସି ବୋଲି ପିଙ୍କି କହିଛନ୍ତି। ନେପାଳର ତୃତୀୟ ଲିଙ୍ଗ ସମ୍ପ୍ରଦାୟ ପାଇଁ ଏହା ଏକ ବଡ଼ ସଫଳତା ।

ପିଙ୍କି କହିଛନ୍ତି ଏହିପରି ଅନେକ ଦମ୍ପତି ସେମାନଙ୍କର ପରିଚୟ ଏବଂ ଅଧିକାର ବିନା ବଞ୍ଚୁଛନ୍ତି ଏବଂ ଏହା ସେମାନଙ୍କୁ ବହୁତ ସାହାଯ୍ୟ କରିବ। ସେ କହିଛନ୍ତି ଯେ ବର୍ତ୍ତମାନ ଏହି ସମ୍ପ୍ରଦାୟର ଅନ୍ୟ ଲୋକଙ୍କ ପାଇଁ ସେମାନଙ୍କର ବିବାହକୁ ଆଇନଗତ କରିବା ପାଇଁ ଦ୍ୱାର ଖୋଲିଛି। ବର୍ତ୍ତମାନ ସେ ତାଙ୍କ ବିବାହକୁ ଅସ୍ଥାୟୀ ଭାବରେ ପଞ୍ଜୀକୃତ କରିବାରେ ସମର୍ଥ ହେବେ। ଏବଂ ଆବଶ୍ୟକ ଆଇନ ତିଆରି ହେବା ପରେ ଏହା ସ୍ଥାୟୀ ମାନ୍ୟତା ପାଇବ ।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ମାୟା କହିଛନ୍ତି ଏହା ତାଙ୍କ ପାଇଁ ଉତ୍ସବର ଏକ ମୁହୂର୍ତ୍ତ। ମାୟା କହିଛନ୍ତି, ଆନୁଷ୍ଠାନିକ ଭାବରେ ଆମର ବିବାହ ପଞ୍ଜିକରଣ କରି ଆମେ ବହୁତ ଖୁସି। ବର୍ତ୍ତମାନ ଆମେ ଏହାକୁ ନାଚ ଏବଂ ପାର୍ଟି କରି ପାଳନ କରୁଛୁ । ମାୟା କହିଛନ୍ତି, ଏହି ଉତ୍ସବକୁ ଏକାଠି ପାଳନ କରିବାକୁ ସୁରେନ୍ଦ୍ର ଏବଂ ମୁଁ ଲାମଜଙ୍ଗର ଡୋର୍ଡିରେ ଅଛୁ। ଆମର ବିବାହ ପଞ୍ଜୀକରଣ ନିଷ୍ପତ୍ତି ଦ୍ୱାରା ଆମେ ଅତ୍ୟଧିକ ସମ୍ମାନିତ ଅନୁଭବ କଲୁ ।

୨୦୦୭ ମସିହାରେ ନିଜେ ନେପାଳର ସର୍ବୋଚ୍ଚ ନ୍ୟାୟାଳୟ ସମଲିଙ୍ଗୀ ବିବାହ ପାଇଁ ଅନୁମତି ଦେଇଥିଲେ। ୨୦୧୫ରେ ଗ୍ରହଣ କରାଯାଇଥିବା ନେପାଳର ସମ୍ବିଧାନରେ ମଧ୍ୟ ସ୍ପଷ୍ଟ ଭାବେ କୁହାଯାଇଛି ଯୌନ ଆଭିମୁଖ୍ୟ ଆଧାରରେ କୌଣସି ଭେଦଭାବ ହୋଇପାରିବ ନାହିଁ। ୨୭ ଜୁନ ୨୦୨୩ ରେ ସୁପ୍ରିମକୋର୍ଟ ଗୁରୁଙ୍ଗଙ୍କ ସମେତ ଅନେକ ଲୋକଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଲିଖିତ ଆବେଦନ ଉପରେ ନେପାଳରେ ସମଲିଙ୍ଗୀ ବିବାହକୁ ଆଇନଗତ କରିବାକୁ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିଥିଲେ। କିନ୍ତୁ ସମଲିଙ୍ଗୀ ବିବାହକୁ ସାମୟିକ ଭାବେ ପଞ୍ଜୀକୃତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଆଦେଶ ସତ୍ତ୍ୱେ କାଠମାଣ୍ଡୁ ଜିଲା କୋର୍ଟ ଚାରିମାସ ପୂର୍ବରୁ ଆବଶ୍ୟକ ଆଇନର ଅଭାବ ଦର୍ଶାଇ ଏହି ପଦକ୍ଷେପକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେତେବେଳେ ସୁରେନ୍ଦ୍ର ପାଣ୍ଡେ ଏବଂ ମାୟାଙ୍କ ବିବାହ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଲା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ‘ୟୁ-ଟର୍ଣ୍ଣ’, ଆଇସିସି ଦେଲା ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦।୨: ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଘୋଷଣା କରିଥିବା ପାକିସ୍ତାନ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛି। ICC ପାକିସ୍ତାନ କ୍ରିକେଟ ବୋର୍ଡ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri