Posted inଫୁରସତ

ମାତାପିତା, ପିଲାମାନଙ୍କର ରହିଛି ସମାନ ନାମ, କାରଣ ଜାଣିଲେ…

ଓ୍ବିଲିୟମ ସେକ୍ସପିୟର କହିଛନ୍ତି, ନାଁରେ କଣ ଅଛି! କିନ୍ତୁ ଜଣେ ବ୍ୟକ୍ତିର ନାଁ ହେଉଛି ତା’ର ପରିଚୟ ଏବଂ ସେ ସେହି ପରିଚୟ ଦ୍ୱାରା ଜୀବନସାରା ପରିଚିତ ହୋଇଥାନ୍ତି। ଏପରି ପରିସ୍ଥିତିରେ, ବ୍ୟକ୍ତିଙ୍କ ଉପରେ ନାମର ପ୍ରଭାବ ବହୁତ। ମାତାପିତା ନିଜ ପିଲାମାନଙ୍କ ପାଇଁ ସବୁଠାରୁ ବିଶେଷ ନାମ ବାଛିଥାନ୍ତି। ଅନେକ ଲୋକ ନିଜ ପରିବାରର ସଦସ୍ୟଙ୍କ ନାମରେ ନିଜ ପିଲାମାନଙ୍କର ନାମ ମଧ୍ୟ ଦେଇଥାନ୍ତି। କିଛି ଲୋକ ସେମାନଙ୍କର ନାମ ପିଲାମାନଙ୍କ ସହିତ ମିଶେଇ ଡାକିଥାନ୍ତି। କିନ୍ତୁ ଏକ ଦମ୍ପତିଙ୍କ ସହିତ କିଛି ଅଲଗା ଘଟଣା ଘଟିଛି। ଯେଉଁଥିପାଇଁ ସେମାନେ ଚର୍ଚ୍ଚାକୁ ଆସିଛନ୍ତି। ଏହି ଦମ୍ପତିଙ୍କ ନାମ ଏବଂ ସେମାନଙ୍କ ପିଲାମାନଙ୍କର ନାମ ସମାନ ରହିଛି। ତାଙ୍କ ମା’ କହିଛନ୍ତି, ଯେତେବେଳେ ଲୋକମାନେ ସେମାନଙ୍କର ନାଁ ଶୁଣନ୍ତି, ସେମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। କାରଣ ସେମାନେ ଏହାକୁ ଅସ୍ବାଭାବିକ ମନେ କରନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଆଲେକ୍ସଜାଣ୍ଡ୍ରିଆ ନାମକ ଜଣେ ମହିଳା ସୋସିଆଲ ମିଡିଆରେ କିଛି ଦିନ ପୂର୍ବରୁ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ତାଙ୍କ ପିଲାମାନଙ୍କର ନାମ କ’ଣ ବୋଲି କହିଥିଲେ। ସେ ଗତ ମାସରେ ଇନ୍‌ଷ୍ଟାଗ୍ରାମରେ ମଧ୍ୟ ଏକ ଭିଡିଓ ଶେୟାର କରିଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ, ତାଙ୍କ ସ୍ବାମୀ ଏବଂ ପିଲାମାନଙ୍କର ନାମ ସମାନ ଦେଇଛନ୍ତି। ସେ ୩ ସନ୍ତାନର ଜନନୀ ଏବଂ ଚତୁର୍ଥ ସନ୍ତାନ ଜନ୍ମ ହେବାକୁ ଯାଉଛନ୍ତି।

ଏହି ଭିଡିଓରେ ସେ କହିଥିଲେ, ପୂରା ପରିବାର କିପରି ନାମ ପାଇଲେ। ଏହି ଭିଡିଓରେ ମହିଳା କାର୍‌ରେ ବସିଛନ୍ତି ଏବଂ ତାଙ୍କ ପିଲାମାନେ ମଧ୍ୟ ଏକାଠି ବସିଛନ୍ତି। ସେ କୁହନ୍ତି, ଯେତେବେଳେ ସେ ଏବଂ ତାଙ୍କ ପ୍ରେମିକ ଯିଏକି ବର୍ତ୍ତମାନ ତାଙ୍କ ସ୍ବାମୀ ହୋଇଛନ୍ତି ତାଙ୍କ ସହ ସାକ୍ଷାତ ହୋଇଥିଲା, ସେମାନେ ଜାଣିବାକୁ ପାଇଲେ ଯେ, ସେମାନଙ୍କର ମିଡିଲ ନା ସମାନ। ତାଙ୍କ ନାଁ ଥିଲା ଲୌରେନ୍‌। ପ୍ରଥମେ ସେମାନେ ଭାବୁଥିଲେ ଉଭୟ ଥଟ୍ଟା କରୁଛନ୍ତି, କିନ୍ତୁ ଯେତେବେଳେ ସେମାନେ ପରସ୍ପରର ଲାଇସେନ୍ସ ଦେଖି ଆଶ୍ଚର୍ଯ୍ୟ ହେଲେ। ସେହି ସମୟରେ, ସେ ଥଟ୍ଟା କରି ନିଷ୍ପତ୍ତି ନେଇଥିଲେ ଯେ, ଯେତେବେଳେ ତାଙ୍କର ସନ୍ତାନ ହେବ, ସେତେବେଳେ ସେ ସେମାନଙ୍କୁ ଲୌରେନ୍‌ ନାମରେ ନାମିତ କରିବେ। ଯେତେବେଳେ ସେମାନଙ୍କର ପ୍ରଥମ ସନ୍ତାନ ଜନ୍ମ ହେଲା, ସେମାନେ ଥଟ୍ଟାକୁ ଗମ୍ଭୀରତାର ସହ ନେଇ ତାଙ୍କ ନାମ ଲୌରେନ୍‌ ରଖିଲେ। ବାକି ଦୁଇଜଣଙ୍କର ନାମ ମଧ୍ୟ ସମାନ ଦେଇଥିଲେ।

ଏହି ଭିଡିଓଟି ୧ ଲକ୍ଷରୁ ଅଧିକ ଭ୍ୟୁ ପାଇଛି। ଅନେକ ଲୋକ ଏହି ପୋଷ୍ଟରେ ନିଜ ନିଜର ମତାମତ ଦେଇଛନ୍ତି। ଭିଡିଓରେ ମା’ ଏବଂ ପିଲାମାନେ ଷ୍ଟାରବକ୍ସ କଫି ଦୋକାନରୁ କିଛି ପିଉଛନ୍ତି ଯାହା କଫି ପରି ଦେଖାଯାଉଛି। ଏହା ଦେଖି ଜଣେ ଲେଖିଛନ୍ତି, ପିଲାମାନଙ୍କୁ କଫି ଦିଆଯିବା ଉଚିତ ନୁହେଁ, ଏଥିରେ କଫିନ ଥାଏ। ଅନ୍ୟ ଜଣେ କହିଛନ୍ତି ଯେ, ସେ ବି ତାଙ୍କ ପିଲାମାନଙ୍କର ନାମ ଡବ୍ଲ୍ୟୁରୁ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପେଟ୍ରୋଲ ରଖୁଛନ୍ତି କି? ହୋଇପାରେ ଜେଲ, ଜାଣନ୍ତୁ କଡ଼ା ନିୟମ…

ନୂଆଦିଲ୍‌ଲୀ,୨୯।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଦେଶର କିଛି ସ୍ଥାନରେ ପେଟ୍ରୋଲ ଉପଲବ୍ଧତାକୁ ନେଇ ଚିନ୍ତାର ବାତାବରଣ ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ, ଲୋକମାନେ ଲମ୍ୱା…

ମିଳୁନି ଗ୍ୟାସ: ଚୁଲି ମୁହାଁ ଲୋକେ 

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ରୋଷେଇ ଘର ଉପରେ ମଧ୍ୟ ପଡିଛି। ଗଞ୍ଜାମ  ଜିଲା ଭଞ୍ଜନଗର ଅଞ୍ଚଳରେ ରନ୍ଧନ…

ଇରାନକୁ ଧ୍ୱଂସ କରିବାକୁ ଆମେରିକାର ‘ମାଷ୍ଟର ପ୍ଲାନ’, ସପ୍ତାହେ ହେବ ଚାଲିଛି ଯୋଜନା, ଜାଣନ୍ତୁ କ’ଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୨୯।୩: ଇରାନ ସହିତ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, ଆମେରିକା ଏବେ ସ୍ଥଳ ସାମରିକ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଦି ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ,…

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri