ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା

ସମ୍ବଲପୁର,୨୪ା୫(ବ୍ୟୁରୋ): ସମ୍ବଲପୁରର ପ୍ରସିଦ୍ଧ ଶୀଳତଷଷ୍ଠୀ ଯାତ୍ରାର ମୁଖ୍ୟ ଲୋକାଚାର ଭାବେ ରୀତିନୀତିରେ ମହାଦେବ ଓ ଜଗଜ୍ଜନନୀ ମା’ ପାର୍ବତୀଙ୍କ ଲୌକିକ ବିବାହ ସମ୍ପନ୍ନ ହୋଇଛି। ଗୁରୁବାର ବ୍ରାହ୍ମମୁହୂର୍ତ୍ତରେ ଦେବଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସ୍ବମନ୍ଦିରରୁ ବୁଧବାର ରାତିରେ ମହାଦେବ ବରଯାତ୍ରୀ ସହ କନ୍ୟାଘରକୁ ଯାଇଥିଲେ। ବରଯାତ୍ରୀରେ ନିୟୁତା ପାଇ ଆସିଥିବା ଦେବଦେବୀ ମଧ୍ୟ ସାମିଲ ହୋଇଥିଲେ। କନ୍ୟାଘରେ ବେଲପତ୍ର, କୁଶରଜୁ ଓ ପଦ୍ମମାଳାରେ ହୋଇଥିବା ହସ୍ତବନ୍ଧନରେ କନ୍ୟା ମାତାପିତା ଜଳଦାନ କରିଥିଲେ। ପଣ୍ଡିତଙ୍କ ମହାମନ୍ତ୍ର ଉଚ୍ଚାରଣରେ ବିବାହ ଉତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା।

ସହରର ସର୍ବପୁରାତନ ଶୈବପୀଠ ବାଲିବନ୍ଧାସ୍ଥିତ ସୋମନାଥ ବାବା, ନନ୍ଦପଡ଼ା ବମ୍‌ବରାଡ ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ା ଲୋକନାଥ ବାବା, ମୁଦିପଡ଼ା ଜାଗେଶ୍ୱର ବାବା ସ୍ବମନ୍ଦିର ସମ୍ମୁଖରେ ସ୍ବର୍ଣ୍ଣ, ରୌପ୍ୟ, ଅଳଙ୍କାରରେ ଆଭୂଷଣ ହୋଇ ବରବେଶରେ ସଜ୍ଜିତ ହୋଇଥିଲେ। ପଣ୍ଡିତମାନେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ମହା ଆଳତି କରିଥିଲେ। ହରିବୋଲ ହୁଳହୁଳି ଓ ଶଙ୍ଖନାଦରେ ଶୈବପୀଠ ମୁଖରିତ ହୋଇଥିଲା। ରଙ୍ଗିନ ଆତସବାଜିରେ ମୁକ୍ତାକାଶ ଝଟକୁଥିଲା। ଭକ୍ତମାନେ ବିଭିନ୍ନ ଦେବଦେବୀଙ୍କ ବେଶରେ ସଜ୍ଜିତ ହୋଇ ମହାଦେବଙ୍କ ସହ ସାମିଲ ହୋଇଥିଲେ। ମଧ୍ୟରାତ୍ରିରେ ଭକ୍ତଙ୍କ କାନ୍ଧରେ ମହାଦେବ ବରାତିରେ ବାହାରିଥିଲେ। ଏଥିସହ ଐତିହାସିକ ଶୈବପୀଠ ବୁଢ଼ାରଜା ମହାଦେବ, ବଡ଼ବଜାର ଶୀତଳେଶ୍ୱର ବାବା, ଠାକୁରପଡ଼ା ଗୁପ୍ତେଶ୍ୱର ବାବା, ଦୁର୍ଗାପାଲି ଗୁଡ଼େଶ୍ୱର ବାବା, ସହର ଉପକଣ୍ଠ ମାନେଶ୍ୱର ମାନଧାତା ବାବା, ସିନ୍ଦୂରପଙ୍କ ମହାକାଳେଶ୍ୱର ବାବା ସୁନା ଓ ରୁପା ଅଳଙ୍କାରରେ ସଜେଇହୋଇ ବରାତିରେ ସହର ପରିକ୍ରମା କରିଥିଲେ। ବରାତି ଶୋଭାଯାତ୍ରାରେ ଘଣ୍ଟ, ଶଙ୍ଖ, ଢୋଲକ, ଦୁଲଦୁଲି, ସମ୍ପଦା ଓ ଘୁମୁରା ବାଦ୍ୟରେ ରାଜରାସ୍ତା ପ୍ରକମ୍ପିତ ହୋଇଥିଲା। ରଙ୍ଗିନ ଆଲୋକମାଳାରେ ଝଟକୁଥିଲା ପାର୍ବତୀଙ୍କ ବାସଭବନ। ବାଜା, ରୋଶଣି, ରଙ୍ଗିନ ଆତସବାଜିରେ ପ୍ରକମ୍ପିତ ହେଉଥିଲା। ମହିଳାମାନେ ଦୂବ, ଅରୁଆ ଚାଉଳ, ବେଲପତ୍ରରେ ବନ୍ଦାଣ କରିବା ପରେ ମହାଦେବଙ୍କୁ ବିବାହ ମଣ୍ଡପକୁ ପାଛୋଟି ନେଇଥିଲେ। ମଧ୍ୟାହ୍ନରେ ପ୍ରସାଦ ସେବନ ସହ ଗୋଧୂଳି ଲଗ୍ନରେ କନ୍ୟା ବିଦାୟ କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

ପଦ୍ମନାଭପୁର ହାଇସ୍କୁଲର ବାର୍ଷିକୋତ୍ସବ: ନିଜର ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବାକୁ…

ଦିଗପହଣ୍ଡି,୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri