କେସିଙ୍ଗା ରେଳ ଷ୍ଟେଶନ ପରିଦର୍ଶନ କଲେ ସମ୍ବଲପୁର ରେଳ ପ୍ରବନ୍ଧକ: ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୨୮।୩(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ପ୍ରବନ୍ଧକ କେସିଙ୍ଗା ରେଳ ଷ୍ଟେଶନକୁ ଶନିବାର ପରିଦର୍ଶନ କରି ଷ୍ଟେଶନର ବିଭିନ୍ନ ସମସ୍ୟା ଉପରେ ତଦନ୍ତ କରିଥିଲେ। ଏହି ଷ୍ଟେଶନରେ ଯାତ୍ରୀଙ୍କ ପାଇଁ ବିଶେଷ ସୁବିଧା ନ ଥିବାରୁ ଯାତ୍ରୀମାନେ ବହୁତ ହଇରାଣ ହେଉଛନ୍ତି। ରେଳ ଷ୍ଟେଶନରେ ଥିବା ୧,୨ ପ୍ଲାଟ ଫର୍ମରେ ଭଲ ଶୌଚାଳୟ ନାହିଁ ଏବଂ ୩,୪ରେ ଶୌଚାଳୟ ନାହିଁ। ଏଥିପାଇଁ ଯାତ୍ରୀମାନେ ବହୁତ ହଇରାଣ ହେଉଛନ୍ତି। ଯାତ୍ରୀଙ୍କ ପାଇଁ ପାନୀୟ ଜଳର ସୁବିଧା ନାହିଁ। କେସିଙ୍ଗା ରେଳ ଷ୍ଟେଶନକୁ ଗତ ୨୦୨୪ରେ ଅମୃତ ଭାରତ ରେଳ ଷ୍ଟେଶନ ତାଲିକାରେ ସାମିଲ କରି ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ଷ୍ଟେଶନର ବାଡା,ଟିକେଟ କାଉଣ୍ଟର, ମୁଖ୍ୟ ଗେଟ, ଶେଡ଼, ନୂତନ ଶିଡି, ଇତ୍ୟାଦି ନିର୍ମାଣାଧୀନ ରହିଛି। ଷ୍ଟେଶନର ସମସ୍ୟା ଉପରେ ଅନେକ ସମୟରେ ବିଭିନ୍ନ ଗଣମାଧ୍ୟମରେ ଷ୍ଟେଶନର ନବୀକରଣ କାମ ଠିକ ହେଉନାହିଁ, ମନ୍ଥର ଗତିରେ ଚାଲିଛି। ଏମିତି ଅନେକ ସମସ୍ୟା ଉପରେ ଖବର ପ୍ରସାରଣ ପରେ ଶନିବାର ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ସୁବାସ ଚନ୍ଦ୍ର ଚୌଧୁରୀ ଓ ବରିଷ୍ଠ ମଣ୍ଡଳ ବାଣିଜ୍ୟକ ପ୍ରବନ୍ଧକ ଗରିମା ଚୌଧୁରୀ ଅମୃତ ଭାରତ ଷ୍ଟେଶନର କାମ ଓ ଅନ୍ୟାନ୍ୟ ସମସ୍ୟା ଉପରେ ବିଭିନ୍ନ ପ୍ରକଳ୍ପର ନିରୀକ୍ଷଣ କରିଥିଲେ। ଡିଆରଏମ ଆସିବେ ବୋଲି ବାକି ଦିନ ଅପେକ୍ଷା ଶୁକ୍ରବାର ଦିନ କେସିଙ୍ଗା ରେଳ ଷ୍ଟେଶନକୁ ସୁନ୍ଦର ଭାବରେ ସଫା ସୁତୁରା କରାଯିବା ସହିତ ପ୍ଲାଟଫର୍ମଗୁଡ଼ାକୁ ଚକାଚକ କରାଯାଇଥିଲା। ଡିଆରଏମ ଶ୍ରୀ ଚୌଧୁରୀ ୧୫ ଦିନ ମଧ୍ୟରେ ସମସ୍ତ ଛୋଟ ଛୋଟ ସମସ୍ୟାକୁ ସମାଧାନ କରାଯିବା ସହିତ ଆଗକୁ କେସିଙ୍ଗା ଷ୍ଟେଶନର ସମସ୍ତ ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ-ନେତାନ୍ୟାହୁଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲା ଆଉ ଏକ ଦଳ, ଥରିଲା ବିଶ୍ୱ!

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ୟେମେନର ଇରାନ-ସମର୍ଥିତ ହୁଥି ଗୋଷ୍ଠୀ; ଯାହା ଏପର୍ଯ୍ୟନ୍ତ ପ୍ରାୟତଃ ନୀରବ ରହିଥିଲା ସକ୍ରିୟ ଭାବରେ ସଂଘର୍ଷରେ ପ୍ରବେଶ କରିବାକୁ ପ୍ରସ୍ତୁତ…

ଯୁଦ୍ଧର ପ୍ରଭାବ: ବେଳକୁ ବେଳ ମହଙ୍ଗା ହେଉଛି ରାସ୍ତା କଡ଼ର ଖାଦ୍ୟ, ସାଧାରଣ ଜନତା ଚିନ୍ତାରେ

ନୂଆଦିଲ୍ଲଈ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁ, ରାଜଧାନୀ ଦିଲ୍ଲୀ ଏବଂ ଏନସିଆରର ବାସିନ୍ଦାମାନେ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ସଂଘର୍ଷ କରୁଛନ୍ତି; ଲୋକମାନେ ଲମ୍ବା ଧାଡ଼ିରେ ଠିଆ…

ହର୍ମୁଜର ନାଁ ବଦଳେଇଦେଲେ ଟ୍ରମ୍ପ! କଲେ ବଡ଼ ଘୋଷଣା; ବିଶ୍ୱରେ ପଡିଲା ଚହଳ

ଓ଼୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଏକ ବିବାଦ ଦେଖାଦେଇଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଇରାନକୁ ହର୍ମୁଜ ପ୍ରଣାଳୀକୁ…

ଜଳସ୍ତର ନିମ୍ନଗାମୀ: ବଢ଼ିଲାଣି ତାତି,ସଙ୍କଟ ହେଲାଣି ପାନୀୟ ଜଳ

ମହାକାଳପଡ଼ା,୨୮ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦୀର୍ଘଦିନଧରି ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଅଞ୍ଚଳରେ ଜଳସ୍ତର ନିମ୍ନଗାମୀ ଯୋଗୁ ନଳକୂପରୁ ଅଧିକାଂଶ ସମୟରେ…

ଆମେରିକା-ଇରାନ ମଧ୍ୟରେ କେବେ ଶେଷ ହେବ ଯୁଦ୍ଧ? ସମୟସୀମା ସ୍ଥିର କଲେ ଟ୍ରମ୍ପ! ଏହି ଦିନ…

ଓ୍ବାଶିଂଟନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକା ପ୍ରଥମ ଥର ପାଇଁ ସ୍ପଷ୍ଟ ଭାବରେ ସୂଚିତ କରିଛି ଯେ ଇରାନ ବିରୁଦ୍ଧରେ ଏହାର ସାମରିକ ଅଭିଯାନ ଦୀର୍ଘ…

IPL 2026 ର ପ୍ରାରମ୍ଭିକ ମ୍ୟାଚରୁ ବାଦ ପଡ଼ିଲେ ଧୋନୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୨୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଆଜି ଅର୍ଥାତ୍‌ ଶନିବାର, ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଶନିବାର RCB ଏବଂ…

ଏହି ଦିନଠୁ ଆରମ୍ଭ ଐତିହାସିକ ଚନ୍ଦନ ଯାତ୍ରା: ଉଠିଲା ଶୁଭଖୁଣ୍ଟ

ଗଞ୍ଜାମ,୨୮।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ମଦନ ମୋହନ ଗୋପାଳ ସ୍ବାମୀଙ୍କ ପୀଠରେ ଚଳିତ ମାସ ୨୦ରୁ…

କାର ଉପରେ ପଡ଼ିଲା ଗଛ: ଆଉ ତା’ପରେ ଘଟିଲା…

ପାଟଣା,୨୮।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମର କ୍ଷେତ୍ରବାସୀ ବାରିକଙ୍କ ଘର ବାହାରେ ଥିବା ଏକ କୋଳି ଗଛ କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri