ଟପ୍‌-୭ରେ ସମ୍ବଲପୁରର ପ୍ରତୀକ

ସମ୍ବଲପୁର,୨୬।୬(ବ୍ୟୁରୋ):  ଟିଭି ରିୟଲିଟି ଶୋ’ ଡ୍ୟାନ୍ସ ଦିୱାନେ ଜୁନିୟରରେ ସମ୍ବଲପୁର ପୁଅ ପ୍ରତୀକ ନାୟକ ଟପ-୭ରେ ପହଞ୍ଚତ୍ଛନ୍ତି। ସେ ନିଜର ନୃତ୍ୟ ମାଧ୍ୟମରେ ବିଚାରକଙ୍କ ହୃଦୟ ଜିତିପାରିଛନ୍ତି। ଟପ-୭ରେ ପହଞ୍ଚତ୍ ପ୍ରତୀକ ଓଡ଼ିଶାବାସୀଙ୍କୁ ବିଜୟ ମୁକୁଟ ଦେବା ଆଶା ଉଜ୍ଜୀବିତ କରିଛନ୍ତି। ତେଣୁ ସେ ନିଜ ସପକ୍ଷରେ ଭୋଟ ଅପିଲ କରିଛନ୍ତି। ସମ୍ବଲପୁର କମିଶନର କଲୋନୀ ବାସିନ୍ଦା ବିଜୟ କୁମାର ନାୟକ ଓ ସସ୍ମିତା ନାୟକଙ୍କ ଏକମାତ୍ର ପୁଅ ପ୍ରତୀକ ସେଭେନହିଲ୍ସ ସ୍କୁଲର ନବମ ଶ୍ରେଣୀରେ ଅଧ୍ୟୟନ କରନ୍ତି। ପାଠପଢ଼ା ସହ ନୃତ୍ୟକୁ ମଧ୍ୟ ସେ ଭଲ ପାଆନ୍ତି। ଏହି ରିୟଲିଟି ଶୋ’ ସକାଶେ ସେ ପ୍ରାୟ ତିନିମାସ ହେବ ମୁମ୍ବାଇରେ ରହୁଛନ୍ତି। ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଅଫିସରେ କାର୍ଯ୍ୟରତ ବାପା ବିଜୟ କହିଛନ୍ତି, ନୃତ୍ୟରେ ପ୍ରତୀକ ଅଡିସନ ରାଉଣ୍ଡରୁ ବିଚାରକଙ୍କ ମନ ଜିଣୁଛି। ବର୍ତ୍ତମାନ ଟପ-୭ରେ ପହଞ୍ଚତ୍ଛି। ତେଣୁ ବହୁତ ଖୁସି ଲାଗୁଛି।