ମାଲକାନଗିରିକୁ ହରାଇଲା ସମ୍ବଲପୁର, ବରଗଡ଼-କେନ୍ଦୁଝର ମ୍ୟାଚ୍‌ ଅମୀମାଂସିତ

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ଷ୍ଟାଡିୟମ୍‌ରେ ବୁଧବାର ୬୩ତମ ଆନ୍ତଃଜିଲା ସାହାଣୀ କପ୍‌ ଫୁଟବଲ ପ୍ରତିଯୋଗିତା(ସାହାଣୀ କପ୍‌) ଉଦ୍‌ଘାଟିତ ହୋଇଯାଇଛି। ଫୁଟ୍‌ବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା(ଫାଓ) ଏବଂ ବରଗଡ଼ ଜିଲା କ୍ରୀଡ଼ା ସଂସଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଉକ୍ତ ପ୍ରତିଯୋଗିତାକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଉଦ୍‌ଘାଟନ କରିଥିଲେ। ଜିଲା କ୍ରୀଡ଼ା ସଂସଦ ସମ୍ପାଦକ କିଶୋର କୁମାର ମିଶ୍ରଙ୍କ ଅଧ୍ୟକ୍ଷତା ଏବଂ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ବରଗଡ଼ ଜୋନ୍‌ ପ୍ରତିଯୋଗିତାର ଉଦ୍‌ଘାଟନୀ ସମାରୋହରେ ପୌରପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫାଓର ଉପସଭାପତି ରବି ନାରାୟଣ ପଣ୍ଡା, ଜିଲା କ୍ରୀଡ଼ା ସଂସଦର ଉପସଭାପତି ଯୁଗଳ ପ୍ରସାଦ ସିଂ, ଜିଲା କ୍ରୀଡ଼ା ଅଧିକାରୀ ତୁଷାରକାନ୍ତି ମିଶ୍ର, କ୍ରୀଡ଼ା ସଂସଦର ପୂର୍ବତନ ସମ୍ପାଦକ ଅରୁଣ କୁମାର ମହାନ୍ତି, ଫୁଟବଲ ସମ୍ପାଦକ ଶେଖ୍‌ ଶବଦର, କୋଷାଧ୍ୟକ୍ଷ ଡଃ ଶୁଭ୍ରାଂଶୁ ଶେଖର ମହାପାତ୍ର, ଆଉଟଡୋର୍‌ ଗେମ୍ସ ସମ୍ପାଦକ ସୁରେଶ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ପୂର୍ବତନ ଖେଳାଳି କୁମର ମହାରଣା, କମଳ ଲୋଚନ ନାୟକ, ଜ୍ଞାନରଞ୍ଜନ ପୂଜାରୀ, ଗଙ୍ଗା ନାୟକ, ଗିରିଜା ପ୍ରସାଦ ନାଥ, ପ୍ରଦୀପ ନନ୍ଦ, ପ୍ରୀତମ୍‌ ସିଂ, ସନ୍ତୋଷ ପଣ୍ଡା, ନବୀନ ଲାଠ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବଲପୁର ଏବଂ ମାଲକାନଗିରି ଜିଲା ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ବଲପୁର ପ୍ରତିପକ୍ଷକୁ ୩-୧ ଗୋଲ୍‌ରେ ହରାଇ ବିଜୟୀ ହୋଇଥିଲା। ସମ୍ବଲପୁର ଦଳ ପକ୍ଷରୁ ସଞ୍ଜୟ ଖଡ଼ିଆ ୨ଟି ଗୋଲ୍‌ ଦେଇଥିବାବେଳେ ଆକାଶ ସାହୁ ଗୋଟିଏ ଗୋଲ୍‌ ଦେଇଥିଲେ। ସେହିପରି ମାଲକାନଗିରି ଦଳ ପକ୍ଷରୁ ପ୍ରଶାନ୍ତ ମାଛ ଏକମାତ୍ର ଗୋଲ୍‌ ସ୍କୋର କରିଥିଲେ। ଉକ୍ତ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ଭାବେ ସଞ୍ଜୟ ଖଡ଼ିଆ ପୁରସ୍କୃତ ହୋଇଥିଲେ। ଉକ୍ତ ମ୍ୟାଚ୍‌କୁ ଶୁଭମ୍‌ ପାତ୍ର ପରିଚାଳନା କରିଥିବାବେଳେ ନିତ୍ୟାନନ୍ଦ ମେହେର, ରୋଶନ ଖାଁ ସହଯୋଗ କରିଥିଲେ। ଚକ୍ରଧର ଛତର ଚତୁର୍ଥ ରେଫେରୀ ଥିଲେ।

ସେହିପରି ବରଗଡ଼ ଓ କେନ୍ଦୁଝର ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌ ହୋଇଥିଲା। ଉକ୍ତ ମ୍ୟାଚ୍‌ରେ ନିର୍ଦ୍ଧାରିତ ସମୟ ସୁଦ୍ଧା କୌଣସି ଦଳ ଗୋଲ୍‌ ସ୍କୋର କରି ପାରି ନ ଥିଲେ। ଫଳରେ ମ୍ୟାଚ୍‌ଟି ଅମୀମାଂସିତ ରହିଥିଲା। ବରଗଡ଼ ଦଳର ୮ ନମ୍ବର ଖେଳାଳି ପ୍ରଭାତ ଡନସନା ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ସହଦେବ ମୁନିମ ମ୍ୟାଚ୍‌ ପରିଚାଳନା କରଥିବାବେଳେ ଜି. ସୁରେଶ କୁମାର, ଜିତେନ୍ଦ୍ରୀୟ ଥନାପତି ସହଯୋଗ କରିଥିଲେ। ଜଗନ୍ନାଥ ମାଝୀ ଚତୁର୍ଥ ରେଫେରୀ ଥିଲେ। ଗୁରୁବାର କଲାହାଣ୍ଡି ଓ ନୂଆପଡ଼ା ମଧ୍ୟରେ ପ୍ରଥମ ମ୍ୟାଚ୍‌ ଏବଂ ବଲାଙ୍ଗୀର ଓ କନ୍ଧମାଳ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ: ଶିବମ ଦୁବେଙ୍କ ଧୂଆଁଧାର ଅର୍ଦ୍ଧଶତକ ବେକାର

ବିଶାଖାପାଟଣା,୨୮ା୧: ବିଶାଖାପାଟଣାର ଏସିଏ-ଭିଡିସିଏ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୫୦ ରନରେ ପରାସ୍ତ କରି ସିରିଜର ପ୍ରଥମ ବିଜୟ ହାସଲ କରିଛି।…

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ବାବା ଖଣ୍ଡୁଆଳଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଯୋଗଦେଲେ ଲାଞ୍ଜିଗଡ ବିଧାୟକଙ୍କ ସହ…

ଥୁଆମୂଳ ରାମପୁର, ୨୮।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳ ଆମ୍ବପଦର ଗ୍ରାମପଞ୍ଚାୟତ ସ୍ଥିତ ଚୁଲବାଡି ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ଅଫିସକୁ ଚାଲି ଚାଲି ଆସିଲେ ସିଡିଓ, ବନ୍ଦ ଡାକରା ଯୋଗୁ…

କୋରାପୁଟ,୨୮।୧(ଅମିତାଭ ବେହେରା ): କୋରାପୁଟରେ ବନ୍ଦ ଡାକରାର ପଡ଼ିଛି ପ୍ରଭାବ। ଏଥିଯୋଗୁ ଗାଡି ମୋଟର ବନ୍ଦ ରହିଥିଲା। ଫଳରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ) ବେଣୁଧର ଶବର…

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri