ସମ୍ବଲପୁର ଡବଲ ମର୍ଡର: ୩ ଦିନିଆ ରିମାଣ୍ଡରେ ଗଲେ ଅଭିଯୁକ୍ତ

ସମ୍ବଲପୁର,୭ା୧: ସମ୍ବଲପୁର ଜିଲା ବୁର୍ଲା ଥାନା ଆ.କଟାପାଲିରେ ଗତ ଶନିବାର ବିଳମ୍ବିତ ରାତିରେ ଟ୍ରକ୍‌ ମଡ଼ାଇ ୨ ବରିଷ୍ଠ ଭାଜପା ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ସୋମବାର ପୋଲିସ ଅଭିଯୁକ୍ତ ହାଇୱା ଚାଳକ ପ୍ରସନ୍ନ କୁମାର ଜେନାମଣି(୩୦)ଙ୍କୁ କୋର୍ଟ ଚାଲାଣ କରିଥିଲା। ପରେ ଜେଏମ୍‌ଏଫ୍‌ସି କୋର୍ଟ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ଦେଇଛନ୍ତି। ହେଲେ ବୁର୍ଲା ପୋଲିସ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା।

ଅନ୍ୟପକ୍ଷେ ହାଇୱା ଚାଳକ ଭାଜପା ନେତାଙ୍କ କାର୍‌କୁ ଜାଣିଶୁଣି ଧକ୍କା ଦେଇଥିଲେ ବୋଲି କହିଛନ୍ତି। କୋର୍ଟ ଚାଲାଣ ବେଳେ ଜିଲା ପୋଲିସ ମୁଖ୍ୟାଳୟ ନିକଟରେ ଗଣମାଧ୍ୟମକୁ ହାଇୱା ଚାଳକ ଦେଇଥିବା ପ୍ରତିକ୍ରିୟାରେ କୌଣସି ତାଳମେଳ ରହି ନ ଥିଲା। ସେ ପ୍ରଥମେ କହିଥିଲେ ଯେ, ନିଦ ଲାଗିଯିବାରୁ ଦୁର୍ଘଟଣା ଘଟିଲା। ପୁଣି ମତ ବଦଳାଇ କହିଛନ୍ତି ଯେ, ହାଇୱାରେ ମଣିଷ ମାରି ମୁଁ ପାପ କରିଛି। ପ୍ରଥମ ଥର ଭୁଲ୍‌ରେ ତାଙ୍କ ହାଇୱା ଉକ୍ତ କାର୍‌ରେ ବାଜି ଯାଇଥିଲା। ଦ୍ୱିତୀୟ ଥର ଆଖି ଲାଗିଯିବାରୁ ଓ ତୃତୀୟ ଥର ଜାଣିଶୁଣି କାର୍‌କୁ ଧକ୍କା ଦେଇଥିଲେ ବୋଲି ସେ କହିଛନ୍ତି। ମାତ୍ର କାହିଁକି ବୋଲି ପଚାରିବାରେ ଭୁଲ୍‌ବଶତଃ ଅନ୍ୟ ଏକ କାର୍‌ ଭାବି ଏହି କାର୍‌କୁ ଧକ୍କା ଦେଇଥିଲେ ବୋଲି କହିଛନ୍ତି।

ସେ କହିଛନ୍ତି, ହିଣ୍ଡାଲ୍‌କୋରୁ ପାଉଁଶ ନେଇ ଅନ୍‌ଲୋଡ଼ କରିବାକୁ ବରଗଡ଼ ଯାଉଥିଲେ। ମାତ୍ର କେଉଁସ୍ଥାନକୁ ନେଉଥିଲେ ତାହା କହିନାହାନ୍ତି। ଏହି ରାସ୍ତାରେ ଥିବା ଏକ ପେଟ୍ରୋଲ ପମ୍ପ୍‌ରେ ଅନ୍ୟ ଏକ କାର୍‌ ମାଲିକଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ତେଣୁ ସେ ଭୁଲ୍‌ରେ ଭାଜପା କର୍ମୀଙ୍କ କାର୍‌କୁ ପିଛା କରିଥିଲେ। ଏହି ସମୟରେ ଉକ୍ତ କାର୍‌ରେ ତାଙ୍କ ହାଇୱା ଭୁଲ୍‌ରେ ବାଜି ଯାଇଥିଲା ବୋଲି ଚାଳକ କହିଛନ୍ତି। ତାଙ୍କର ଏଭଳି ବୟାନ ଘଟଣାକୁ ଅଧିକ ରହସ୍ୟାବୃତ କରୁଛି।

ସୂଚନାଯୋଗ୍ୟ, ଗତ ଶନିବାର ବିଳମ୍ବିତ ରାତିରେ ୫୩ନଂ. ଜାତୀୟ ରାଜପଥର ଆ. କଟାପାଲିଠାରେ ହାଇୱା ଚାପାରେ ୬ଜଣ କାର୍‌ ଆରୋହୀଙ୍କ ମଧ୍ୟରୁ ଗୋଶାଳା ଭାଜପା ମଣ୍ଡଳ ସଭାପତି କରଡୋଲା ଗ୍ରାମର ଦେବେନ୍ଦ୍ର ନାୟକ ଓ କରଡୋଲାର ପୂର୍ବତନ ସରପଞ୍ଚ ଚାରପାଲି ଗ୍ରାମର ମୁରଲୀ ଛୁରିଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେହିପରି ବରିଷ୍ଠ ଭାଜପା କର୍ମୀ କରଡୋଲା ପାଣି ପଞ୍ଚାୟତ ସଭାପତି ରାମନାରାୟଣ ପଣ୍ଡା(କୁନା), ବସନ୍ତପୁର ଗ୍ରାମର ସମାଜସେବୀ ସୁରେଶ ଛନ୍ଦ ଗୁରୁତର ଆହତ ହୋଇବୁର୍ଲାରେ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri