ସମ୍ବଲପୁର ଡବଲ ମର୍ଡର: ୩ ଦିନିଆ ରିମାଣ୍ଡରେ ଗଲେ ଅଭିଯୁକ୍ତ

ସମ୍ବଲପୁର,୭ା୧: ସମ୍ବଲପୁର ଜିଲା ବୁର୍ଲା ଥାନା ଆ.କଟାପାଲିରେ ଗତ ଶନିବାର ବିଳମ୍ବିତ ରାତିରେ ଟ୍ରକ୍‌ ମଡ଼ାଇ ୨ ବରିଷ୍ଠ ଭାଜପା ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ସୋମବାର ପୋଲିସ ଅଭିଯୁକ୍ତ ହାଇୱା ଚାଳକ ପ୍ରସନ୍ନ କୁମାର ଜେନାମଣି(୩୦)ଙ୍କୁ କୋର୍ଟ ଚାଲାଣ କରିଥିଲା। ପରେ ଜେଏମ୍‌ଏଫ୍‌ସି କୋର୍ଟ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ଦେଇଛନ୍ତି। ହେଲେ ବୁର୍ଲା ପୋଲିସ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା।

ଅନ୍ୟପକ୍ଷେ ହାଇୱା ଚାଳକ ଭାଜପା ନେତାଙ୍କ କାର୍‌କୁ ଜାଣିଶୁଣି ଧକ୍କା ଦେଇଥିଲେ ବୋଲି କହିଛନ୍ତି। କୋର୍ଟ ଚାଲାଣ ବେଳେ ଜିଲା ପୋଲିସ ମୁଖ୍ୟାଳୟ ନିକଟରେ ଗଣମାଧ୍ୟମକୁ ହାଇୱା ଚାଳକ ଦେଇଥିବା ପ୍ରତିକ୍ରିୟାରେ କୌଣସି ତାଳମେଳ ରହି ନ ଥିଲା। ସେ ପ୍ରଥମେ କହିଥିଲେ ଯେ, ନିଦ ଲାଗିଯିବାରୁ ଦୁର୍ଘଟଣା ଘଟିଲା। ପୁଣି ମତ ବଦଳାଇ କହିଛନ୍ତି ଯେ, ହାଇୱାରେ ମଣିଷ ମାରି ମୁଁ ପାପ କରିଛି। ପ୍ରଥମ ଥର ଭୁଲ୍‌ରେ ତାଙ୍କ ହାଇୱା ଉକ୍ତ କାର୍‌ରେ ବାଜି ଯାଇଥିଲା। ଦ୍ୱିତୀୟ ଥର ଆଖି ଲାଗିଯିବାରୁ ଓ ତୃତୀୟ ଥର ଜାଣିଶୁଣି କାର୍‌କୁ ଧକ୍କା ଦେଇଥିଲେ ବୋଲି ସେ କହିଛନ୍ତି। ମାତ୍ର କାହିଁକି ବୋଲି ପଚାରିବାରେ ଭୁଲ୍‌ବଶତଃ ଅନ୍ୟ ଏକ କାର୍‌ ଭାବି ଏହି କାର୍‌କୁ ଧକ୍କା ଦେଇଥିଲେ ବୋଲି କହିଛନ୍ତି।

ସେ କହିଛନ୍ତି, ହିଣ୍ଡାଲ୍‌କୋରୁ ପାଉଁଶ ନେଇ ଅନ୍‌ଲୋଡ଼ କରିବାକୁ ବରଗଡ଼ ଯାଉଥିଲେ। ମାତ୍ର କେଉଁସ୍ଥାନକୁ ନେଉଥିଲେ ତାହା କହିନାହାନ୍ତି। ଏହି ରାସ୍ତାରେ ଥିବା ଏକ ପେଟ୍ରୋଲ ପମ୍ପ୍‌ରେ ଅନ୍ୟ ଏକ କାର୍‌ ମାଲିକଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ତେଣୁ ସେ ଭୁଲ୍‌ରେ ଭାଜପା କର୍ମୀଙ୍କ କାର୍‌କୁ ପିଛା କରିଥିଲେ। ଏହି ସମୟରେ ଉକ୍ତ କାର୍‌ରେ ତାଙ୍କ ହାଇୱା ଭୁଲ୍‌ରେ ବାଜି ଯାଇଥିଲା ବୋଲି ଚାଳକ କହିଛନ୍ତି। ତାଙ୍କର ଏଭଳି ବୟାନ ଘଟଣାକୁ ଅଧିକ ରହସ୍ୟାବୃତ କରୁଛି।

ସୂଚନାଯୋଗ୍ୟ, ଗତ ଶନିବାର ବିଳମ୍ବିତ ରାତିରେ ୫୩ନଂ. ଜାତୀୟ ରାଜପଥର ଆ. କଟାପାଲିଠାରେ ହାଇୱା ଚାପାରେ ୬ଜଣ କାର୍‌ ଆରୋହୀଙ୍କ ମଧ୍ୟରୁ ଗୋଶାଳା ଭାଜପା ମଣ୍ଡଳ ସଭାପତି କରଡୋଲା ଗ୍ରାମର ଦେବେନ୍ଦ୍ର ନାୟକ ଓ କରଡୋଲାର ପୂର୍ବତନ ସରପଞ୍ଚ ଚାରପାଲି ଗ୍ରାମର ମୁରଲୀ ଛୁରିଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେହିପରି ବରିଷ୍ଠ ଭାଜପା କର୍ମୀ କରଡୋଲା ପାଣି ପଞ୍ଚାୟତ ସଭାପତି ରାମନାରାୟଣ ପଣ୍ଡା(କୁନା), ବସନ୍ତପୁର ଗ୍ରାମର ସମାଜସେବୀ ସୁରେଶ ଛନ୍ଦ ଗୁରୁତର ଆହତ ହୋଇବୁର୍ଲାରେ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri