Posted inଜାତୀୟ

ସମ୍ବଲପୁରର ୨୯ ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ, ୧୩ା୧୨:ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚଳାଇଥିବା ସମ୍ବଲପୁର ଜିଲା ବାର୍‌ କାଉନସିଲର ଆଇନଜୀବୀଙ୍କ ଉପରେ ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଚାରପତିଙ୍କୁ କାର୍ଯ୍ୟରେ ଯୋଗଦେବାକୁ ସୁଯୋଗ ନ ଦେବା, କୁଶ ପୁତ୍ତଳିକା ଦାହ କରିବା, ଜିଲା ଜଜ୍‌ଙ୍କ କୋର୍ଟରୁମ୍‌ ଭିତରକୁ ଜବରଦସ୍ତି ପଶି ଭଙ୍ଗାରୁଜା କରିବା ଏବଂ ପୋଲିସ କର୍ମଚାରୀଙ୍କ ସହ ଗଣ୍ଡଗୋଳ କରି ସେମାନଙ୍କୁ ଗାଳିଗୁଲଜ କରିବା ଅଭିଯୋଗରେ ବିସିଆଇ ସୋମବାର ୨୯ଜଣ ଆଇନଜୀବୀଙ୍କ ଲାଇସେନ୍ସ ୧୮ ମାସ ପାଇଁ ରଦ୍ଦ କରିଛି। ଆଇନଜୀବୀଙ୍କ ଏଭଳି ଆଚରଣ ପ୍ରଫେସନାଲ ଏଥିକ୍ସ ବିରୋଧରେ ଯାଉଛି ବୋଲି ବିସିଆଇ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛି। ଲାଇସେନ୍ସ ରଦ୍ଦ ହୋଇଥିବା ଆଇନଜୀବୀମାନେ ହେଲେ ସମ୍ବଲପୁର ଜିଲା ବାର ଆସୋସିଏଶନର ସୁରେଶ୍ୱର ମିଶ୍ର, ଶିବ ଦିଓ୍ବାନ, ପ୍ରମୋଦ ସରାଫ, ସତ୍ୟ ନାରାୟଣ ପୁରୋହିତ, ଶ୍ରୀକାନ୍ତ ପାଣିଗ୍ରାହୀ, ହିଂମାଶୁ ପାଣିଗ୍ରାହୀ, ମହେନ୍ଦ୍ର ବଢ଼େଇ, ଅନୁପ ତରିଆ, ସିଲୁ ମହାପାତ୍ର, ସତ୍ୟ ନାରାୟଣ ପଣ୍ଡା, ପ୍ରବୀଣ ସିଂଦେଓ, ରବି ପୂଜାହାରୀ, ସୁରଜ ବିଶ୍ୱାଳ, ଚନ୍ଦ୍ରକାନ୍ତ ମହାନ୍ତି, ନବୀନ ଶତପଥୀ, ସରୋଜ ସାହୁ, ମନୋରଞ୍ଜନ ଦାଶ, ମାନସ ମିଶ୍ର, ସମୀର ମହାପାତ୍ର, ବନ୍ଦିତା ମିଶ୍ର, ରାଜୀବ ଶତପଥୀ, ବସନ୍ତ ମିଶ୍ର, ମୀନକେତନ ଭୋଇ, ରତନ ଅଗ୍ରଓ୍ବାଲ, ବିଜେତେନ୍ଦ୍ର ପ୍ରଧାନ, ସୁରଞ୍ଜିନି ବାରିକ, ପ୍ରଦୀପ ବହିଦାର, ବାବୁଲ୍‌ ପଣ୍ଡା ଏବଂ ମନୋରଞ୍ଜନ ପଣ୍ଡା। ଏହି ନିଲମ୍ବନ ଆଦେଶକୁ ସମ୍ବଲପୁର ବାର ଆସୋସିଏସନ ଏବଂ ସମସ୍ତ କୋର୍ଟ, କମିଶନ, ଟ୍ରିବ୍ୟୁନାଲକୁ ଜଣାଇଦେବାକୁ ଷ୍ଟେଟ୍‌ ବାର୍‌ କାଉନସିଲକୁ କୁହାଯାଇଛି। ଏଥିସହିତ ଆନ୍ଦୋଳନ ଏବଂ ଭଙ୍ଗାରୁଜାରେ ସାମିଲ ଅନ୍ୟମାନଙ୍କୁ ଭିଡିଓ କ୍ଲିପ୍‌ରୁ ଚିହ୍ନଟ କରି ଜଣାଇବାକୁ ବିସିଆଇ ପକ୍ଷରୁ ଷ୍ଟେଟ୍‌ ବାର୍‌ କାଉନସିଲକୁ କୁହାଯାଇଛି। ଏହି ଲାଇସେନ୍ସ ରଦ୍ଦ ନିର୍ଦ୍ଦେଶ ତତ୍‌କ୍ଷଣାତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ହୋଇଛି।
ପ୍ରକାଶ ଯେ, ବିଚାରପତିଙ୍କ ପ୍ରତି ଆସାମ୍ବିଧାନିକ ଭାଷା ପ୍ରୟୋଗ, ପୋଲିସ ଅଧିକାରୀଙ୍କୁ ଠେଲାପେଲା ଏବଂ ବିଚାରପତିଙ୍କ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଉକ୍ତ ଆଇନଜୀବୀଙ୍କ ବିରୋଧରେ ୩୦।୧୧।୨୦୨୨ରେ ସମ୍ବଲପୁର ଟାଉନ ଥାନାରେ ଏକ ମାମଲା(୪୬୦/୨୦୨୨) ରୁଜୁ ହୋଇଥିଲା। ପୂର୍ବରୁ ବିସିଆଇ ୧୩।୧୧।୨୦୨୨ରେ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଓଡ଼ିଶାର କେତେକ ଓକିଲ ସଂଘକୁ ଆନ୍ଦୋଳନରୁ ନିବୃତ୍ତ ରହିବା ସହିତ କୋର୍ଟ କାର୍ଯ୍ୟରେ ସହଯୋଗ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ହେଲେ ଏହାକୁ ନ ମାନି ଆଇନ୍‌ଜୀବୀମାନେ ଆନ୍ଦୋଳନ ଜାରି ରଖିବାରୁ ବିସିଆଇ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri