ଏକଦା ଦିନକୁ ଓଳିଏ ଖାଇ ରହୁଥିଲେ,ଏବେ ୧୦୦ କୋଟି ସମ୍ପତ୍ତିର ମାଲିକାଣୀ; ବଡ଼ ବଡ଼ ହିରୋଇନଙ୍କୁ ପଛରେ ପକାଇବେ ଏହି ସାଉଥ୍‌ ଅଭିନେତ୍ରୀ

ସାମନ୍ଥା ରୁଥ୍‌ ପ୍ରଭୁ । ଦକ୍ଷିଣ ସିନେମାର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ଯାହାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଏଯାଏ ସେ ବଲିଉଡରେ କାମ କରିନାହାନ୍ତି ସତ ହେଲେ ତଥାପି ତାଙ୍କର ଲୋକପ୍ରିୟତା କୌଣସି ହିନ୍ଦୀ ସିନେମା ଷ୍ଟାରଙ୍କଠାରୁ କମ ନୁହେଁ। ବଲିଉଡ୍‌ ପ୍ରଶଂସକମାନେ ମଧ୍ୟ ସାମନ୍ଥାଙ୍କ ଫିଲ୍ମ ଦେଖିବାକୁ ଭଲ ପାଆନ୍ତି। ସାମନ୍ଥା ପୁଷ୍ପାରେ ଆଇଟମ୍‌ ଗୀତ ‘ଉଁ ଅଣ୍ଟାୱା’ କରିବା ଦିନଠାରୁ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବହୁତ ବଢ଼ିଯାଇଛି। ଯଦିଓ ସାମନ୍ଥା ଆଜି ସାରା ବିଶ୍ୱରେ ଲୋକପ୍ରିୟ, ହେଲେ ଦିନ ଥିଲା ଯେବେ ସେ ଦିନରେ ଗୋଟିଏ ଓଳି ଖାଦ୍ୟ ଖାଇ ବଞ୍ଚୁଥିଲୋ। ଆସନ୍ତୁ ଆମେ ଆପଣଙ୍କୁ ସାମନ୍ଥାଙ୍କ ଜୀବନର ସଂଘର୍ଷ ବିଷୟରେ କହିବୁ।

ସାମନ୍ଥା ଅନେକ ବଡ଼ ପ୍ରୋଜେକ୍ଟରେ କାମ କରିଛନ୍ତି। ପବନ କଲ୍ୟାଣ, ମହେଶ ବାବୁ ଏବଂ ଆଲୁ ଅର୍ଜୁନଙ୍କ ଭଳି ପ୍ରସିଦ୍ଧ ଅଭିନେତାଙ୍କ ସହ ସେ କାମ କରିଛନ୍ତି। ଯେବେଠାରୁ ସେ ଅଭିନୟରେ କରିଛନ୍ତି ଆଉ ପଛକୁ ଫେରି ଚାହିଁ ନାହାନ୍ତି। ହିଟ୍‌ ପରେ ହିଟ୍‌ ଫିଲ୍ମ ଦେଇ ସେ ଆଗଧାଡ଼ିର ଅଭିନେତ୍ରୀ ପାଲଟିଛନ୍ତି।

ହେଲେ ଏକଦା ସାମନ୍ଥା ତାଙ୍କ ସଂଘର୍ଷପୂର୍ଣ୍ଣ ଦିନଗୁଡ଼ିକ ବିଷୟରେ ମନେପକାଇ କହିଥିଲେ, ମୁଁ ଦ୍ୱାଦଶ ଶ୍ରେଣୀ ପରେ କାମ କରିବା ଆରମ୍ଭ କରିଥିଲି। ମଡେଲିଂ ସମୟରେ ମୋତେ ବହୁତ ସଂଘର୍ଷ କରିବାକୁ ପଡିଥିଲା। ସେହି ସମୟ ବହୁତ କଷ୍ଟରେ ଗୁଜରାଣ ମେଣ୍ଟାଉ ଥିଲି। ମୋର ସ୍ନାତକ ସମାପ୍ତ କରିବା ପରେ, ମୁଁ ମଡେଲିଂ ଆରମ୍ଭ କଲି। କିନ୍ତୁ ଘରର ଆର୍ଥିକ ଅବସ୍ଥା ଭଲ ନଥିଲା। ସେଥିପାଇଁ ମୁଁ ଶୀଘ୍ର କାମ କରିବା ଆରମ୍ଭ କରିଥିଲି। ହଁ, କିନ୍ତୁ ମଡେଲିଂ ଦିନଗୁଡ଼ିକରେ କାମ କରିବା ସହଜ ନ ଥିଲା। ଅନେକ ଥର ମୋତେ ଦିନକୁ କେବଳ ଓଳିଏ ଖାଇ ବଞ୍ଚିବାକୁ ପଡୁଥିଲା।”

 

View this post on Instagram

 

A post shared by Samantha (@samantharuthprabhuoffl)

’ୟେ ମାୟା ଚେସାଭେ’ ଫିଲ୍ମରୁ ସାମନ୍ଥାଙ୍କୁ ଲୋକପ୍ରିୟତା ମିଳିଥିଲା। ଏହି ସିନେମାରେ ସେ ତାଙ୍କ ପୂର୍ବତନ ସୱାମୀ ନାଗା ଚୈତନ୍ୟଙ୍କ ସହ ନଜର ଆସିଥିଲେ। ପ୍ରସିଦ୍ଧ ହିନ୍ଦୀ ୱେବ ସିରିଜ ଫ୍ୟାମିଲି ମ୍ୟାନ୍‌ ସିଜିନ ୨ରେ ସାମନ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଏହି ଶୋ’ରେ ତାଙ୍କୁ ଆକ୍ସନ କରୁଥିବାର ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ସେ ବରୁଣ ଧାୱନଙ୍କ ସହ ସିଟାଡେଲର ହିନ୍ଦୀ ସଂସ୍କରଣରେ ମଧ୍ୟ ନଜର ଆସିଛନ୍ତି। ସାମନ୍ଥାଙ୍କ ସମ୍ପତ୍ତି ବିଷୟରେ କହିବାକୁ ଗଲେ, ତାଙ୍କର ସମ୍ପତ୍ତି ୧୦୧ କୋଟି ଟଙ୍କା। ଏହି ଅଭିନେତ୍ରୀ ଫିଲ୍ମ ପାଇଁ ଭଲ ଫିସ୍‌ ନିଅନ୍ତି। ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ମାଧ୍ୟମରେ ମଧ୍ୟ ବହୁତ ରୋଜଗାର କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri