ଅଲଗା ହେଲେ ସାଉଥ୍‌ର ଲୋକପ୍ରିୟ ଯୋଡ଼ି

ମୁମ୍ବାଇ: ବେଶ୍‌ କିଛିଦିନ ହେବ ସାଉଥ୍‌ର ଲୋକପ୍ରିୟ ଯୋଡ଼ି ସମନ୍ଥା -ନାଗାଚୈତନ୍ୟଙ୍କ ବୈବାହିକ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ଆଜି ସମନ୍ଥା ପରସ୍ପରଠାରୁ ଅଲଗା ହେବା ନେଇ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ଅଲଗା ହେଲା ପରେ ମଧ୍ୟ ସେମାନେ ଭଲ ବନ୍ଧୁ ହୋଇ ରହିବେ ବୋଲି ସେ ଇନ୍‌ଷ୍ଟାଗ୍ରାମରେ ଜଣାଇଛନ୍ତି। ତାଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି, ଯାହାକି ଅଲଗା ହେଲା ପରେ ବି ସେମାନଙ୍କରୁ ପରସ୍ପର ସହ ଏକ ସ୍ବତନ୍ତ୍ର ସମ୍ପର୍କରେ ବାନ୍ଧି ରଖିବ।
ଏହି ଯୋଡ଼ି ୨୦୧୭ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟ ବୈବାହିକ ବନ୍ଧନରୁ ମୁକ୍ତ ହେବା ନେଇ ତାଙ୍କ ପ୍ରଶଂସକଙ୍କୁ ଜଣାଇବା ସହ ଏହି କଷ୍ଚ ସମୟରେ ସେମାନଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି।

Share