Posted inଖେଳ

ନଟରାଜନଙ୍କ ପ୍ରଶଂସକ ପାଲଟିଲେ ଇଂଲଣ୍ଡର ଏହି ଯୁବ ଅଲରାଉଣ୍ଡର: କହିଲେ…

ନୂଆଦିଲ୍ଲୀ,୩୦।୩: ଭାରତ ବିପକ୍ଷ ନିର୍ଣ୍ଣାୟକ ଦିନିକିଆରେ ଇଂଲଣ୍ଡର ଯୁବ ଅଲରାଉଣ୍ଡର ସାମ କୁରାନ ଉଲ୍ଲେଖନୀୟ ବ୍ୟାଟିଂ କରିଥିଲେ। ଦଳ ପକ୍ଷରୁ ୮ମ ଖେଳାଳି ଭାବେ ସେ ପଡ଼ିଆକୁ ଓହ୍ଲାଇଥିଲେ। ନିଜର ପାଳିରେ ସେ ୮୩ ବଲ୍‌ରେ ୯ ଚୌକା ଏବଂ ୩ ଛକା ସହ ୯୫ରନ୍‌ କରିଥିଲେ। ଇଂଲଣ୍ଡ ଟିମ୍‌ ଉକ୍ତ ମ୍ୟାଚ୍‌ ୭ରନ୍‌ରେ ହାରିଥିଲେ ହେଁ ଅନେକଙ୍କ ହୃଦୟ ଜିତିଥିଲେ ସାମ୍‌। ତାଙ୍କ ଯୋଗୁ ଭାରତ ପରାଜିତ ହୋଇପାରେ ବୋଲି ଆଶଙ୍କା କରାଯାଉଥିଲା। ହେଲେ ଶେଷ ଓଭରରେ ଭାରତୀୟ ଦ୍ରୁତ ବୋଲର ଟି. ନଟରାଜନ ତାହା କରାଇଦେଇ ନ ଥିଲେ। ଏହାକୁ ନେଇ ନଟରାଜନଙ୍କ ପ୍ରଶଂସା କରିଛନ୍ତି ସାମ୍‌।

ଇଂଲଣ୍ଡକୁ ଜିତିବା ଲାଗି ଶେଷ ଓଭରରେ ୧୪ରନ୍‌ର ଆବଶ୍ୟକତା ଥିଲା। ସେତେବେଳେ ମଇଦାନରେ ସାମ ଏବଂ ମାର୍କ ଉଡ ଥିଲେ। ଚାପ ସତ୍ତ୍ୱେ ନଟରାଜନଙ୍କୁ ବୋଲିଂ କରିବାକୁ କହିଥିଲେ କୋହଲି। ସେ ମଧ୍ୟ ଅଧିନାୟକଙ୍କୁ ନିରାଶ ନ କରି ଓଭରର ପ୍ରଥମ ବଲ୍‌ରେ ଉଡଙ୍କ ଉଇକେଟ ନେଇଥିଲେ। ପରେ ସେ ଦ୍ୱିତୀୟ ବଲ୍‌ରେ ୧ ରନ୍‌, ତୃତୀୟ-ଚତୁର୍ଥରେ ୦ ରନ୍‌, ପଞ୍ଚମରେ ଚୌକା, ଷଷ୍ଠରେ କୌଣସି ରନ୍‌ ନ ଦେବା ଯୋଗୁ ଭାରତ ସିରିଜ ଜିତି ଯାଇଥିଲା। ମ୍ୟାଚ୍‌ ପରେ ସାମ କରନ୍‌ କହିଥିଲେ, ଆମେ ସିରିଜ ଜିତି ପାରିଲୁ ନାହିଁ। ହେଲେ ନିଜର ପ୍ରଦର୍ଶନକୁ ନେଇ ମୁଁ ବେଶ ଖୁସି ଅଛି। ଜିତିବା ମୋତେ ପସନ୍ଦ। ହେଲେ ଏହା ଏକ ଭଲ ଅନୁଭବ ଥିଲା। ଦୀର୍ଘ ସମୟ ଧରି ଦଳ ପାଇଁ ଏଭଳି ଖେଳି ନ ଥିଲି। ଏହାସତ୍ତ୍ୱେ ଆମେ ପରାଜିତ ହେଲୁ। ଶେଷ ଓଭରରେ ନଟରାଜନ ଭଲ ବୋଲିଂ କରି ନିଜେ କ’ଣ ପାଇଁ ଶ୍ରେଷ୍ଠ ତାହା ଜଣାଇଥିବା ସେ କହିଛନ୍ତି। ଏହାଛଡ଼ା ପୁଣେର କ୍ରିକେଟ ପଡ଼ିଆ ଖେଳ ପାଇଁ ବେଶ୍‌ ଭଲ। ଭାରତର ବ୍ୟାଟିଂ ଅର୍ଡର ଭଲ ଥିଲା। କିଛି ସପ୍ତାହ ପରେ ଏହି ପରିସ୍ଥିତିରେ ଆଇପିଏଲ୍‌ ଖେଳିବାର ସୁଯୋଗ ମିଳିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri