ସାଲୁଜା ପରିବାର ଦାଦାଗିରି ଦେଖାଉଛନ୍ତି: ବିଜେଡି

ବଲାଙ୍ଗୀର ଅଫିସ, ୩ା୨:କଣ୍ଟାବାଞ୍ଜି-ବେଲପଡ଼ା ରାସ୍ତାରେ ଥିବା ଆଲିସାନ୍‌ ସିନେମା ହଲ୍‌ରେ କଣ୍ଟାବାଞ୍ଜି ବିଧାୟକଙ୍କ ପୁଅ ଅମିତ ସିଂ ଓରଫ୍‌ ସେଜି ସିଂ ସାଲୁଜାଙ୍କ ଧମକଚମକ ଘଟଣାକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି। ବିଜେଡି ଜିଲା ଉପସଭାପତି ଉମାକାନ୍ତ ସାହୁ, ରାଜ୍ୟ ସାଧାରଣ ସମ୍ପାଦକ ଉଦ୍ଧବ ବେହେରା ଏବଂ ବିଜେଡି ନେତା ରୂପେଶ ବେହେରା ସ୍ଥାନୀୟ ସାମ୍ବାଦିକ ଭବନକୁ ଆସି କଣ୍ଟାବାଞ୍ଜି ବିଧାୟକ, ତାଙ୍କ ପୁଅ ସେଜି ସିଂ ଏବଂ କଣ୍ଟାବାଞ୍ଜି ଏନ୍‌ଏସି ନଗରପାଳ ବରିୟମ ସିଂ ସାଲୁଜାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ କରିଥିଲେ। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ସାଲୁଜା ପରିବାର ଦାଦାଗିରି ଦେଖାଉଥିବା, ବଟି ଆଦାୟ କରୁଥିବା ଅଭିଯୋଗ କରିଥିଲେ। ରାଜ୍ୟର ଅନ୍ୟ ଅଞ୍ଚଳରେ କୌଣସି ଘଟଣା ଘଟିଲେ ପ୍ରତିକ୍ରିୟା ରଖୁଥିତ୍ବା ବିଧାୟକ ସାଲୁଜା ନିଜ ପୁଅ ଘଟାଇଥିତ୍ବା ଅଘଟଣ, ମାରପିଟ ଓ ବଟି ଆଦାୟରେ କ’ଣ କହିବେ ବୋଲି ସେମାନେ ପ୍ରଶ୍ନ କରିଥିଲେ। କଣ୍ଟାବାଞ୍ଜିରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଜନସାଧାରଣ ତାଙ୍କୁ ଉଚିତ ଜବାବ ଦେବେ ବୋଲି କହିଥିଲେ।