ମୁମ୍ବାଇ: ସଲମାନ ଖାନ୍ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ଟାଇଗର-୩’ ରିଲିଜ ହେବାକୁ ଆଉ ମାତ୍ର ଦୁଇ ଦିନ ବାକି ଅଛି। ଏହା ପ୍ରଶଂସକମାନଙ୍କ ହୃଦସ୍ପନ୍ଦନ ବଢ଼ାଇ ଦେଉଛି।
ବିଶେଷକ ବ୍ୟବସାୟ ପ୍ରତି ଆଗ୍ରହୀମାନେ ମଧ୍ୟ ରିଲିଜ ଅପେକ୍ଷାରେ ରହିଛନ୍ତି। ଏଥିରୁ ବୁଝାପଡୁଛି ଯେ, ଏହି ଫିଲ୍ମ କେବଳ ବକ୍ସ ଅଫିସରେ ନୂଆ ରୋଜଗାରର ରେକର୍ଡ ସୃଷ୍ଟି କରିବ ନାହିଁ ବରଂ ସଲମାନଙ୍କ କ୍ୟାରିୟରରେ ଚାଲିଥିବା ଡ୍ରାଏ ରନ୍ର ମଧ୍ୟ ଅନ୍ତ ଘଟାଇବ। ଅର୍ଥାତ୍ ଏହି ଫିଲ୍ମ ଭଲ ରୋଜଗାର କରିବ। ଯାହାକି ସଲମାନ ତାଙ୍କ ପୂର୍ବ ଫିଲ୍ମରେ କରି ନ ଥିବେ।
ତେଣୁ ସମସ୍ତଙ୍କ ନଜର ‘ଟାଇଗର-୩’ ରିଲିଜ ଉପରେ ରହିଛି। ଅତୀତରେ ସଲମାନ ଯେଉଁଭଳି ଭାବରେ ରେକର୍ଡ ସୃଷ୍ଟି କରିଛନ୍ତି, ଏଥିରୁ ବିଶ୍ୱାସ କରାଯାଏ ‘ଟାଇଗର-୩’ ବି ପ୍ରଥମ ଦିନରେ ହିଁ ହଇଚଇ ସୃଷ୍ଟି କରିବ।

