ସଲମାନଙ୍କ ନାୟିକା ସାଜିବେ ରଶ୍ମିକା

ମୁମ୍ବାଇ: ନିକଟରେ ‘ଆନିମଲ’ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ରଶ୍ମିକା ମନ୍ଦାନା ‘ସିକନ୍ଦର’ ଫିଲ୍ମରେ ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ ଖାନ୍‌ଙ୍କ ବିପକ୍ଷରେ ନଜର ଆସିବେ। ଆସନ୍ତା ବର୍ଷ ଇଦ୍‌ ଉପଲକ୍ଷେ ରିଲିଜ୍‌ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ରଶ୍ମିକା ଏବଂ ସଲ୍‌ମାନଙ୍କୁ ଏକାଠି ଦେଖିବାକୁ ମିଳିବ। ଫିଲ୍ମ ପ୍ରଯୋଜକ ସାଜିଦ୍‌ ନାଦିଆଡ୍‌ୱାଲାଙ୍କ ତରଫରୁ ନିଜ ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଗୁରୁବାର ଏହି ଘୋଷଣା କରାଯାଇଛି। ଏ. ଆର୍‌. ମୁରୁଗାଡୋସ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନ୍‌ଙ୍କ ବିପକ୍ଷରେ କେଉଁ ଅଭିନେତ୍ରୀ ନଜର ଆସିବେ, ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଥିଲା।
ନ୍ୟାଶନାଲ କ୍ରସ୍‌ କୁହାଯାଉଥିବା ରଶ୍ମିକା ପ୍ରଥମ ଥର ପାଇଁ ସଲମାନ୍‌ଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ। ଫିଲ୍ମ ନିର୍ମାତା ସାଜିଦ ନାଦିଆଡ୍‌ୱାଲା ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସଲମାନ୍‌ ଓ ଏ. ଆର୍‌. ମୁରୁଗାଡୋସ୍‌ଙ୍କ ସହ ରଶ୍ମିକାଙ୍କ ଫଟୋ ଶେୟାର କରିଛନ୍ତି। ଏହି ପୋଷ୍ଟର କ୍ୟାପ୍‌ସନରେ ସେ ଲେଖିଛନ୍ତି, ”ସିକନ୍ଦରରେ ସଲ୍‌ମାନ ଖାନ୍‌ଙ୍କ ସହ ଅଭିନୟ କରିବାକୁ ରଶ୍ମିକା ମନ୍ଦନାଙ୍କୁ ସ୍ବାଗତ। ଇଦ୍‌ ୨୦୨୫ ଅବସରରେ ତାଙ୍କର ଅନ୍‌-ସ୍କ୍ରିନ୍‌ ମ୍ୟାଜିକ୍‌ ଦେଖିବାକୁ ଉତ୍କଣ୍ଠା ବଢ଼ି ଚାଲିଛି“। ସେପଟେ ରଶ୍ମିକା ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ଏହି ପୋଷ୍ଟକୁ ଶେୟାର କରିଛନ୍ତି। ‘ସିକନ୍ଦର’ ଫିଲ୍ମର ଏକ ଅଂଶ ହୋଇଥିବାରୁ ବେଶ ଖୁସିବ୍ୟକ୍ତ କରିବା ସହ ଫିଲ୍ମ ନିର୍ମାତାଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ଏହି ଫିଲ୍ମରେ ସଲ୍‌ମାନଙ୍କ ବିପକ୍ଷରେ ନାୟିକା ହୋଇ ରଶ୍ମିକା ନିଜ କ୍ୟାରିୟରରେ ଆଉ ଏକ ସୋପାନ ଚଢ଼ିଥିବା ଅନେକ ସିନେ ସମୀକ୍ଷକ ମତ ରଖିଛନ୍ତି। ତେବେ ଉଭୟ ରଶ୍ମିକା ଏବଂ ସଲମାନ୍‌ ଜୁନ ମାସରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ କରିବାକୁ ଯାଉଥିବା ରିପୋର୍ଟ ପ୍ରକାଶ ପାଇଛି। ସଲ୍‌ମାନ ଏବଂ ସାଜିଦ ନାଦିଆଡ୍‌ୱାଲା ପୁଣିଥରେ ‘ସିକନ୍ଦର’ ଫିଲ୍ମ ସହ ଏକାଠି କାମ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ଦୁହେଁ ‘କିକ୍‌’ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ସେହିପରି ପ୍ରସିଦ୍ଧ ‘ଗଜନି’ ଫିଲ୍ମର ନିର୍ଦ୍ଦେଶକ ଆର୍‌ ମୁରୁଗାଡୋସ୍‌ ସଲ୍‌ମାନଙ୍କ ସହ ପ୍ରଥମ ଥର ପାଇଁ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri