ଭାରତର ୫ମ ପୋଷ୍ଟର ରିଲିଜ୍‌

ମୁମ୍ବାଇ,୧୯।୪: ଅଲୀ ଅବ୍ବାସ ଜଫରଙ୍କ ଆଗାମୀ ଫିଲ୍ମ ଓ ସଲମାନଙ୍କ ବହୁ ପ୍ରତିକ୍ଷିତ  ଫିଲ୍ମ ଭାରତର ୫ମ ପୋଷ୍ଟର ରିଲିଜ୍‌ ହୋଇଛି। ପୂର୍ବରୁ ଏହି ଫିଲ୍ମର ୪ଟି ପୋଷ୍ଟର ରିଲିଜ ହୋଇସାରିଛି। ଏହି ପୋଷ୍ଟରରେ ସଲମାନ ଓ କ୍ୟାଟରିନାଙ୍କ ଜବରଦସ୍ତ ଲୁକ୍‌ ଦେଖିବାକୁ ମିଳିଛି। ସଲମାନ ସାର୍ଟ ଓ ବ୍ଲେଜର ପିନ୍ଧିଥିବା ବେଳେ ଜଣେ ମଧ୍ୟମ ବର୍ଗର ବ୍ୟକ୍ତି ଭାବେ ନଜର ଆସିଛନ୍ତି। ସେହିପରି କ୍ୟାଟ୍ରିନା କେଫ ଶାଢ଼ୀରେ ନଜର ଆସିଥିବା ବେଳେ ସେ ମଧ୍ୟ ଖୁବ୍‌ ଗର୍ଜିୟସ ଦେଖାଯାଉଛନ୍ତି।  ସଲମାନ ଏହି ପୋଷ୍ଟରକୁ ଶେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି। ”ସବୁ ହସ ହସ ମୁହଁ ପଛରେ ଦୁଃଖ ଲୁଚି ରହିଥାଏ। ଆଉ ସେହି ଦୁଃଖ ତୁମକୁ ଜୀବିତ ରଖିଥାଏ। ଭାରତର ପ୍ରତଶ୍ରୁତି’। ଏହା ପୂର୍ବରୁ ସଲମାନ ଭାରତରେ ଥିବା ନିଜର ୪ଟି ଲୁକ୍‌କୁ ଶେୟାର କରିଥିଲେ। ଯେଉଁଥିରେ ତାଙ୍କୁ ଯୁବାବସ୍ଥାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ଭାରତ ହେଉଛି କୋରିଆନ ଫିଲ୍ମ ‘ଓଡ ଟୁ ମାଇ ଫାଦର’ର ରିମେକ। ଏହି ଫିଲ୍ମରେ ଭାରତର ଇତିହାସକୁ ଜଣେ ସାଧାରଣ ବ୍ୟକ୍ତି ଜରିଆରେ ପରଦାକୁ ଆଣିବାକୁ ଚେଷ୍ଟା କରାଯାଇଛି। ଏଥିରେ ସଲମାନଙ୍କ ବିପକ୍ଷରେ କ୍ୟାଟ୍ରିନାଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମ ସମେତ ୬ଟି ଫିଲ୍ମରେ ସଲମାନ-କ୍ୟାଟ୍ରିନା ଏକା ସାଙ୍ଗରେ କାମ କରିସାରିଛନ୍ତି। ତେବେ ଜୁନ ୫ରେ ଏହି ଫିଲ୍ମ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଲଓ୍ବା ଦେଖାଇଲେ ନୀଳନୟନା: ମୋହିତ ପ୍ରଶଂସକ

ବଲିଉଡର ନୀଳନୟନା ଐଶ୍ୱର୍ଯ୍ୟା ରାୟ। ବଲିଉଡ୍‌ର ହଲିଉଡ ଯାଏ, ସବୁଠି ତାଙ୍କ ଜଲଓ୍ବା। ଇଏ ଏମିତି ଜଣେ ନାୟିକା, ଯିଏ ତାଙ୍କ ପର୍ସନାଲ ଏବଂ ପ୍ରଫେସନାଲ...

ସ୍ମୃତି-ପଲାଶଙ୍କ ବିବାହ ସ୍ଥଗିତ ରହିବା ପରେ ପ୍ରଥମ ଥର ଏମିତି କହିଲେ ଭଉଣୀ ପଲକ, କଲେ ବଡ଼ ଖୁଲାସା

ମୁମ୍ବାଇ,୫।୧୨: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ବିଶ୍ୱକପ ବିଜୟୀ ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହକୁ ନେଇ ବହୁତ ଆଲୋଚନା...

ଫିଲ୍ମ ଫ୍ଲପ୍ ପରେ ବଡ “ଆର୍ଥିକ କ୍ଷତି” ସହିଥିଲେ ସ୍ୱାମୀଙ୍କ ପରିବାର: ରକୁଲ୍

ମୁମ୍ବାଇ,୫ା୧୨: ଅଭିନେତ୍ରୀ ରକୁଲ୍ ପ୍ରୀତ୍ ସିଂହ ନିକଟରେ ତାଙ୍କ ସ୍ୱାମୀ ଜ୍ୟାକି ଭଗନାନୀଙ୍କ ପ୍ରଯୋଜନା ସଂସ୍ଥା ‘ପୂଜା ଏଣ୍ଟରଟେନମେଣ୍ଟସ୍’ ଗତ ବର୍ଷ ସମ୍ମୁଖୀନ ହୋଇଥିବା ବଡ଼...

ବିଜୟଙ୍କ ସହ ବିବାହକୁ ନେଇ ଏମିତି କହିଦେଲେ ରଶ୍ମିକା: ବଢୁଛି ଚର୍ଚ୍ଚା

ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ବିବାହକୁ ନେଇ ଜୋର ଧରିଛି ଚର୍ଚ୍ଚା। ୨୦୨୬ରେ ସେ ବିଜୟ ଦେବରକୋଣ୍ଡାଙ୍କ ହାତ ଧରିବେ ବୋଲି ଇଣ୍ଡଷ୍ଟ୍ରିରେ ଫୁସୁରୁଫାସର ଚାଲିଛି। ନିକଟରେ...

ସାମନ୍ଥାଙ୍କୁ ଖାସ୍‌ ଗିଫ୍ଟ ଦେଲେ ରାଜ୍‌: ଦେଖିକି ଚମ୍‌କି ପଡ଼ିଲେ…

ଦକ୍ଷିଣ ଭାରତୀୟ ଷ୍ଟାର ସାମନ୍ଥା ରୁଥ ପ୍ରଭୁ ନିକଟରେ ଦ୍ୱିତୀୟ ବିବାହ କରିଛନ୍ତି। ଦି ଫ୍ୟାମିଲି ମ୍ୟାନ ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କ ହାତ ଧରିଛନ୍ତି ସାମନ୍ଥା।...

ଗୁଡ୍‌ନ୍ୟୁଜ୍‌ ଦେଲେ ପଲାଶ ମୁଛଲ: ଏହି ଦିନ କରିବେ ବିବାହ!

ଗାୟକ-ଫିଲ୍ମ ନିର୍ମାତା ପଲାଶ ମୁଛଲ ତାଙ୍କ ପ୍ରଶଂସକଙ୍କ ସହ ପୁଣି ଏକ ଖୁସି ଖବର ଶେୟାର କରିଛନ୍ତି। ଗାୟକ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ...

”୧୧ ବର୍ଷରେ ଘର ଛାଡ଼ିଥିଲି”, ପିତାମାତାଙ୍କ ସହ ତିକ୍ତ ସମ୍ପର୍କ ବିଷୟରେ ମୁହଁ ଖୋଲିଲେ ଦିଲଜିତ୍ ଦୋସାଞ୍ଜ

ମୁମ୍ବାଇ,୧।୧୨: ପ୍ରସିଦ୍ଧ ଗାୟକ ତଥା ଅଭିନେତା ଦିଲଜିତ୍ ଦୋସାଞ୍ଜ ନିକଟରେ ତାଙ୍କ ପିତାମାତାଙ୍କ ସହ ଥିବା ତାଙ୍କର ଦୂରତ୍ୱପୂର୍ଣ୍ଣ ସମ୍ପର୍କ ବିଷୟରେ ମୁହଁ ଖୋଲିଛନ୍ତି। ସେ...

ସାମନ୍ଥା ନା ରାଜ୍‌, କିଏ ଅଧିକ ଧନୀ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଦି ଫ୍ୟାମିଲି ମ୍ୟାନ ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କୁ ବିବାହ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri