ଏକଦା ବିବେକ୍‌ଙ୍କୁ ଧମକ ଦେଇଥିଲେ ସଲମାନ୍‌, କାରଣ ଜାଣିଲେ

ବଲିଉଡ୍‌ ଅଭିନେତା ବିବେକ ଓବରୟ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି।ବିବେକ ସେହି ବଲିଉଡ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯିଏକି ତାଙ୍କର ପ୍ରଥମ ଚଳଚ୍ଚିତ୍ରରୁ ଦର୍ଶକଙ୍କ ହୃଦୟ ଜିତିଥିଲେ। ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କମ୍ପାନୀ’ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା । ଯେଉଁଥିପାଇଁ ସେ ଫିଲ୍ମଫେୟାର ଶ୍ରେଷ୍ଠ ଡେବ୍ୟୁ ମେଲ ଆଓ୍ବାଡ ପାଇଥିଲେ।
ଫିଲ୍ମ ବ୍ୟତୀତ ସେ ନିଜର ପ୍ରଡକ୍ସନ ହାଉସ ମଧ୍ୟ ଚଳାନ୍ତି। କେବଳ ଏତିକି ନୁହେଁ, ଅନେକ ଷ୍ଟାର୍ଟଅପରେ ମଧ୍ୟ ବିନିଯୋଗ କରିଛନ୍ତି, ଯାହାର ଅଧିକାଂଶ ସ୍ବାସ୍ଥ୍ୟ ଏବଂ ଶିକ୍ଷା ସହିତ ଜଡିତ । ବିବେକ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ଆଫେୟାର୍ସ ପାଇଁ ଚର୍ଚ୍ଚାରେ ରହିଥାନ୍ତି।
ବଲିଉଡରେ ପ୍ରବେଶ କରିବା ସମୟରେ ବିବେକଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରିଥିଲେ, କିନ୍ତୁ ତାଙ୍କ ଫିଲ୍ମ ଏତେବି ହିଟ ହୋଇ ନ ଥିଲା। ଫିଲ୍ମ ସହିତ ବିବେକଙ୍କ ଐଶ୍ୱର୍ଯ୍ୟାଙ୍କ ସହ ପ୍ରେମ ସମ୍ପର୍କ ନେଇ ଅନେକ ଆଲୋଚନା ହୋଇଥିଲା। ଏ ନେଇ ତାଙ୍କୁ ସଲମାନ ମଧ୍ୟ ଧମକ ଦେଇଥିଲେ। ପରେ ବିବେକ ଐଶ୍ୱର୍ଯ୍ୟାଙ୍କ ସହ ବ୍ରେକଅପ କରିଥିଲେ।

Share