ସଲମାନ୍‌ଙ୍କୁ ‘ସଲ୍ଲୁ’ ନାମ ଦେଇଥିଲେ ଏହି ଅଭିନେତା

ବଲିଉଡ୍‌ର ସୁପରଷ୍ଟାର ସଲମାନ୍‌ ଖାନ୍‌। କେହି ତାଙ୍କୁ ଭାଇଜାନ୍‌ କହି ଡାକିଥାନ୍ତି ତ ଆଉ କେହି ସଲ୍ଲୁ। କିନ୍ତୁ ଭାଇଜାନ୍‌ଙ୍କୁ ସଲମାନ୍‌ ଡାକିଲେ ସେ ବେଶି ଖୁସି ହୋଇଥାନ୍ତି। କାରଣ ଏହି ନାମ ତାଙ୍କ ମା’-ବାପା ଦେଇଥିଲେ। ହେଲେ ସଲମାନ୍‌ଙ୍କ ନାମ ସଲ୍ଲୁ କିଏ ରଖିଛି ତାହା ବୋଧହୁଏ କେହି ଜାଣି ନ ଥିବେ। ଏବେ ଏହାର ରାଜ୍‌ ଖୋଲିଛନ୍ତି ନିଜେ ସଲମାନ୍‌। ତେବେ ସଲ୍ଲୁ ନାମ ରଖିଥିବା ବ୍ୟକ୍ତି ସଲମାନ୍‌ଙ୍କର ଆଉ ଏକ ନାମ ମଧ୍ୟ ରଖିଛନ୍ତି। ସେ ହେଲେ ବଲିଉଡ୍‌ ଅଭିନେତା ଜ୍ୟାକି ଶ୍ରଫ୍‌ । ଜ୍ୟାକି ସଲମାନ୍‌ଙ୍କୁ କେତେବେଳେ ସଲ୍ଲୁ କହି ଡାକିଥାନ୍ତି ତ ଆଉ କେତେବେଳେ ସଲ୍ଲି। ଜ୍ୟାକି ଶ୍ରଫ୍‌ଙ୍କ ସହ ଏକ ପୁରୁଣା ଭିଡିଓ ଶେୟାର କରି ସଲମାନ୍‌ ଏହା କହିଛନ୍ତି।

Share