ଗୋଟିଏ ଫିଲ୍ମର ଆୟ ସହ ସମାନ ସଲମାନଙ୍କ ବିଗ୍‌ବସ୍‌ ୧୪ର ପାରିଶ୍ରମିକ!

ମୁମ୍ବାଇ: ଟେଲିଭିଜନ ଦୁନିଆର ସବୁଠାରୁ ବିବାଦୀୟ ରିୟଲିଟି ଶୋ’ ପୁଣିଥରେ ଛୋଟ ପରଦାରେ ଦେଖିବାକୁ ମିଳିବ। ଏଥର ବିଗ୍‌ ବସ୍‌-୧୪କୁ ନୂଆ ଟ୍ବିଷ୍ଟ ଓ ନୂଆ ଟର୍ଣ୍ଣ ନେଇ ବଲିଉଡ୍‌ ଭାଇଜାନ ସଳମାନ ଖାଁ ହୋଷ୍ଟ କରିବାକୁ ଯାଉଥିବା ଜଣାପଡିଛି। ଶୋ’ର ପ୍ରମୋ ରିଲିଜ୍‌ ହୋଇସାରିଥିବା ବେଳେ ଏବେ ପର୍ଯ୍ୟନ୍ତ କିନ୍ତୁ ପ୍ରତିଯୋଗୀଙ୍କ ନାଁ ସ୍ପଷ୍ଟ ହୋଇନାହିଁ। ହେଲେ ଗଣମାଧ୍ୟମର ସୂଚନାରୁ ଜଣାପଡିଛି ଏଥର ବିଗ୍‌ବସ୍‌ ୧୪ ହୋଷ୍ଟ କରିବାକୁ ସଲମାନ ମୋଟା ଅଙ୍କର ଫିଜ୍‌ ଦାବି କରିଛନ୍ତି। କୁହାଯାଉଛି ତାଙ୍କ ଫିଲ୍ମ ବକ୍ସ ଅଫିସରେ ସେତିକି ଆୟ କରେ ଏଥର ସେ ବିଗ୍‌ବସ୍‌ ପାଇଁ ପାଖାପାଖି ସେତିକି ଡିମାଣ୍ଡ କରିଛନ୍ତି। ବିଗ୍‌ ବସ୍‌ ୧୪ ପାଇଁ ପ୍ରତିଯୋଗୀଙ୍କଠାରୁ ଆରମ୍ଭ କରି ସେଟ୍‌ ପର୍ଯ୍ୟନ୍ତ ସବୁ କଥା ଜାଣିବାକୁ ଦର୍ଶକେ ଉତ୍ସୁକତା ଦେଖାଇ ଥାଆନ୍ତି। କୁହାଯାଏ ପ୍ରତିବର୍ଷ ସଲମାନ ଏହି ଶୋ’କୁ ହୋଷ୍ଟ କରିବା ପାଇଁ ନିଜ ପାରିଶ୍ରମିକ ବଢାଇ ଥାଆନ୍ତି। ତେବେ ବଳିଉଡ୍‌ ହଙ୍ଗାମାର ଏକ ରିପୋର୍ଟ ଅନୁଯାୟୀ ତଥା କେତେଜଣ ବିଗ୍‌ବସ୍‌ ପ୍ରଶଂସକଙ୍କ ଆକାଉଣ୍ଟରୁ ମିଳିଥିବା ସୂଚନାରୁ ଜଣାପଡିଛି ଏଥର ବିଗ୍‌ବସ୍‌ ୧୪ ପାଇଁ ସଲମାନ ମୋଟା ଅଙ୍କ ଦାବି କରିଛନ୍ତି। ତେବେ ଏହି ସିଜନ ପାଇଁ ସେ ପ୍ରାୟ ୨୫୦ କୋଟି ଟଙ୍କା ଡିମାଣ୍ଡ କରିବେ ବୋଲି ଅନୁମାନ କରାଯାଇଛି। ଏହି ପାରିଶ୍ରମିକ ସହ ସଲମାନ ଏବେ ଛୋଟ ପରଦାର ସବୁଠାରୁ ଦାମୀ ଉପସ୍ଥାପକ ତାଲିକାରେ ଆସିଯାଇଛନ୍ତି। ବିଗ୍‌ବସ୍‌ ୧୪ ସପ୍ତାହକୁ ଥରେ ଶୁଟିଂ କରାଯିବ। ଥରକେ ୨ଟି ଏପିସୋଡ ହେବ। ୧୨ ସପ୍ତାହ ଚାଲିବାକୁ ଥିବା ଶୁଟିଂ ପାଇଁ ପ୍ରତିଦିନ ସେ ୨୦-୫୦ କୋଟି ଟଙ୍କା ନେବେ। ଏଥର ବିଗ୍‌ବସ୍‌ ହାଉସ ମୁମ୍ବାଇରେ ହେବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri