ବିଲରେ ଧାନ ରୋଉଛନ୍ତି ଏହି ଅଭିନେତା, ଗର୍ଲଫ୍ରେଣ୍ଡ୍‌ ଶେୟାର କଲେ ଫଟୋ

କରୋନା ଭାଇରସ ଯୋଗୁ ଚଳଚ୍ଚିତ୍ର ଶୁଟିଂ ବନ୍ଦ ରହିଛି। ତେବେ ଅନଲକ ସମୟରେ ସର୍ତ୍ତମୂଳକ ଶୁଟିଂକୁ ଅନୁମତି ଦିଆଯାଇଛି। ଅଭିନେତା ସଲମାନ ଖାନ ମଧ୍ୟ ତାଙ୍କ ଫିଲ୍ମର ଶୁଟିଂ ଯୋଗୁ ତାଙ୍କ ଫାର୍ମହାଉସରେ ପୁରା ସମୟ ବିତାଉଛନ୍ତି। ଏହି ସମୟରେ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଚାଷ ଉପରେ ରହିଛି। ସଲ୍ଲୁ ପ୍ରାୟତଃ ଚାଷ ଭିଡିଓ ଏବଂ ଫଟୋ ଶେୟାର କରନ୍ତି। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଲୋକଙ୍କ ସହ ଧାନ ରୋଉଥିବା ନଜର ଆସିଛନ୍ତି। ଏହା ପରେ ସେ ନିଜ ହାତ ଏବଂ ପାଦକୁ କାଦୁଅ ପାଣିରେ ଧୋଇଦେଉଛନ୍ତିି ଏହା ପ୍ରଥମ ଥର ନୁହେଁ ପୂର୍ବରୁ ସଲମାନ ହଳ କରୁଥିବା ମଧ୍ୟ ଦେଖାଯାଇଥିଲା। ନିକଟରେ ସଲମାନ ଖାନଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ ୟୁଲିଆ ଭାଣ୍ଟୁର ଫାର୍ମ ହାଉସରେ ଧାନ ବୁଣୁଥିବାର ଏକ ଚିତ୍ର ଶେୟାର କରିଥିଲେ।
ସଲମାନ ଖାନ ନିର୍ଦ୍ଦେଶକ ପ୍ରଭୁଦେବାଙ୍କ ଚଳଚ୍ଚିତ୍ର ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ’ରେ ନଜର ଆସିବେ। କରୋନା ଯୋଗୁ ଏହି ଚଳଚ୍ଚିତ୍ରର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଛି। ସଲମାନ ଖାନଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ଜ୍ୟାକି ଶ୍ରଫ, ଦିଶା ପଟାନୀ ଏବଂ ରଣଦୀପ ହୁଡା ମଧ୍ୟ ଅଭିନୟ କରିଛନ୍ତି।

Share