ସଲମାନଙ୍କ ଘର ବାହାରେ ଫାୟାରିଂ କରିଥିବା ୨ ଅଭିଯୁକ୍ତ ଗିରଫ

ମୁମ୍ବାଇ,୧୬।୪:ମୁମ୍ବାଇର ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳି ଚଳାଇଥିବା ଉଭୟ ଅଭିଯୁକ୍ତଙ୍କୁ ଗୁଜରାଟର ଭୁଜରୁ ଗିରଫ କରାଯାଇଛି। ମାମଲାର ଅନୁସନ୍ଧାନ କରୁଥିବା ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଦଳ ବିଳମ୍ବିତ ରାତିରେ ଏହି ବଡ ସଫଳତା ପାଇଛି। ଖବର ଅନୁଯାୟୀ, ଗୁଜରାଟ ପୋଲିସ ଦଳ ଉଭୟଙ୍କୁ ପଶ୍ଚିମ କୁଚରୁ ଗିରଫ କରିଥିବା ନିଶ୍ଚିତ କରିଛି। ମଙ୍ଗଳବାର ସକାଳେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଉଭୟ ଅଭିଯୁକ୍ତଙ୍କ ସହ ମୁମ୍ବାଇ ଆସିବ। ମୁମ୍ବାଇରେ ଉଭୟଙ୍କୁ ପଚରାଉଚରା କରାଯିବ।
ସୂଚନାଯୋଗ୍ୟ, ଗତ ରବିବାର ଏକ ବାଇକ ଯୋଗେ ଦୁଇଜଣ ବ୍ୟକ୍ତି ଅଭିନେତା ସଲମାନଙ୍କ ବାସଭବନ ବାହାରେ ଗୁଳିକାଣ୍ଡ ଘଟାଇଥିଲେ। ଏହି ପରିପ୍ରେକ୍ଷୀରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସହ ଜଡିତ ଲୋକଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି।
ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ସୁଟରମାନେ କିଛି ଦିନ ପୂର୍ବରୁ ବାନ୍ଦ୍ରାସ୍ଥିତ ସଲମାନଙ୍କ ବାସଭବନ ଗାଲାକ୍ସି ଆପାର୍ଟମେଣ୍ଟର ଅଭ୍ୟାସ କରିଥିଲେ। ଫେସବୁକ ପୋଷ୍ଟ କରିବା ପାଇଁ ଅନମୋଲ ଭିପିଏନ (ଭର୍ଚୁଆଲ ପ୍ରାଇଭେଟ ନେଟୱାର୍କ) ବ୍ୟବହାର କରିଥିବା ପୋଲିସ ସନ୍ଦେହ କରୁଛି। ପୋଲିସର ସୂଚନାନୁସାରେ, ବଲିଉଡ ଅଭିନେତା ସଲମାନ ଖାନଙ୍କ ଘରେ ଗୁଳି ବିନିମୟ ପାଇଁ ଦାୟୀ ବୋଲି ଧମକ ଦେଉଥିବା ଫେସବୁକ ପୋଷ୍ଟକୁ ପର୍ତ୍ତୁଗାଲର ଗ୍ୟାଙ୍ଗଷ୍ଟର ଲରେନ୍ସଙ୍କ ଭାଇ ଅନମୋଲ ପ୍ରସ୍ତୁତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

Appleର ଜାରି କଲା ବଡ଼ ସତର୍କତା: ଏସବୁ ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ନୁହେଁ ଗୁଗଲ୍ Chrome

ନୂଆଦିଲ୍ଲୀ,୮।୧୨: ଗୁଗୁଲର ସବୁଠାରୁ ଲୋକପ୍ରିୟ ଉତ୍ପାଦ ବିରୋଧରେ ଆପଲ୍ ଏକ ବଡ଼ ସତର୍କତା ଜାରି କରିଛି। ଆପଲ୍ ପକ୍ଷରୁ କୁହାଯାଇଛି ଯେ, iPhone ଏବଂ Mac...

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

କଟକରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୮।୧୨: ଟେଷ୍ଟ ଏବଂ ଦିନିକିଆ ପରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ଏବେ ଟି-୨୦ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକା ଟେଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri