ଫାର୍ମ ହାଉସରେ ଜନ୍ମଦିନ ପାଳିଲେ ଭାଇଜାନ

ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାଁ ରବିବାର ତାଙ୍କର ୫୫ ତମ ଜନ୍ମଦିନ ପାଳନ କରିଛନ୍ତି । ଏଥର ସେ ପନବେଲରେ ଥିବା ତାଙ୍କ ଫାର୍ମ ହାଉସରେ ଅଧା ରାତିରେ କେକ କାଟିଛନ୍ତି । ସେ ତାଙ୍କ ବାନ୍ଦ୍ରା ସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ପୂର୍ବରୁ ନୋଟିସ ଲଗାଇ ଦେଇଥିଲେ କି ଏଥର ସେ ତାଙ୍କ ଜନ୍ମଦିନରେ ଘରେ ରହୁନାହାଁନ୍ତି । ତେଣୁ ତାଙ୍କର କୌଣସି ପ୍ରଶଂସକ ତାଙ୍କ ଘର ସାମ୍ନାରେ ରୁଣ୍ଡ ନ ହେବାକୁ ସେ ଅନୁରୋଧ କରିଥିଲେ । ଆଉ ଏହାର ମୁଖ୍ୟ କାରଣ ଦର୍ଶାଇ ଥିଲେ କରୋନା ମହାମାରୀ । ତେବେ ଏଥର କେବଳ ପରିବାର ସଦସ୍ୟଙ୍କ ସହ ସେ ତାଙ୍କ ଫାର୍ମ ହାଉସରେ ଜନ୍ମଦିନ ପାଳନ କରିଛନ୍ତି । ଚଳିତ ବର୍ଷ ଜନ୍ମଦିନ ପାଳନର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସଲମାନ କେକ କାଟୁଥିବା ଦେଖାଯାଇଛି ।

Share