ପୁଣିଥରେ ଏକାଠି ନଜର ଆସିବେ କରନ-ଅର୍ଜୁନ

ମୁମ୍ବାଇ: ବେଶ କିଛି ଦିନ ପରେ ପୁଣି ବଡ ପରଦାରେ ଶାହାରୁଖଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ତାଙ୍କ ପ୍ରଶଂସକ । ଏହାରି ଭିତରେ ଶାହାରୁଖଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଏକ ଖୁସି ଖବର । ବଲିଉଡ୍ ବାଦଶାହା ଶାହାରୁଖ ଖାଁ ଏଥର ବଲିଉଡ୍ ଭାଇଜାନ ସଲମାନଙ୍କ ସହ ଏକାଠି ନଜର ଆସିବେ ବୋଲି ଜଣାପଡିଛି । ଏମାନେ ଦୁହେଁ ଶାହାରୁଖଙ୍କ ଫିଲ୍ମ ‘ପଠାନ’ରେ ଏକାଠି ଦେଖାଦେବେ । ମିଳିଥିବା ସୂଚନା ଅନୁଯାୟୀ, ସଲମାନ ଏଥିର କେମୋ ରୋଲରେ ନଜର ଆସିବେ । ଏହି କରନ-ଅର୍ଜୁନଙ୍କ ଯୋଡିକୁ ଦର୍ଶକେ ପସନ୍ଦ କରିବେ ବୋଲି ଅନୁମାନ କରାଯାଉଛି । ଦୀର୍ଘ ୨୨ ମାସ ପରେ ଶାହାରୁଖ ପୁଣିଥରେ ବଡ ପରଦାକୁ ଫେରୁଥିବା ବେଳେ ଏଥିପାଇଁ ସେ ଶୁଟିଂ ଆରମ୍ଭ କରି ଦେଇଥିବା କୁହାଯାଉଛି । ମୁମ୍ବଇ ମିରରର ଏକ ରିପୋର୍ଟ ଅନୁଯାୟୀ ଶାହାରୁଖଙ୍କ ଫିଲ୍ମ ‘ପଠାନ’ରେ ସଲମାନ କେମୋ ରୋଲରେ ଦେଖାଦେବେ । ମୁମ୍ବାଇର ୟଶରାଜ ଫିଲ୍ମ ଷ୍ଟୁଡିଓରେ ଏହାର ଶୁଟିଂ କରାଯିବ । ଶହାରୁଖଙ୍କ ଆକ୍ସନ ସିନ୍ ଏଥିରେ ରହିଥିବା କୁହାଯାଉଛି । ଏହା ପୂର୍ବରୁ ସଲମାନ ଶାହାରୁଖଙ୍କ ଫିଲ୍ମ ‘ଜିରୋ’ରେ ମଧ୍ୟ ଏକ କେମୋ ଆପିରାନ୍ସରେ ନଜର ଆସିଥିଲେ । କରନ-ଅର୍ଜୁନଙ୍କ ଯୋଡିକୁ ଦର୍ଶକେ ପୂର୍ବରୁ ପସନ୍ଦ କରିଥିବା ବେଳେ ଏଥର ବି ଗ୍ରହଣ କରିବେ ବୋଲି ଆଶା ରଖିଛନ୍ତି ନିର୍ମାତା ନିର୍ଦ୍ଦେଶକ ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri