Posted inଜାତୀୟ

ଶାଳୀଙ୍କ ହାତ ଧରି ଡିଜେ ଗୀତରେ ନାଚୁଥିଲେ ଭିଣୋଇ, ଶଳାଙ୍କ ମୁଣ୍ଡକୁ ଚଢିଗଲା ରାଗ, ତା’ ପରେ…

ମିର୍ଜାପୁର,୬।୯: ଖୁସିର ମାହୋଲ ଭୟଙ୍କର ହୋଇଗଲା ହଠାତ୍‌ ଯେତେବେଳେ ଜଣେ ଶଳା ତାଙ୍କ ଭିଣୋଇଙ୍କୁ ହିଁ ହତ୍ୟା କରିଦେଲେ। ଶାଳୀଙ୍କ ହାତ ଧରିବା କାରଣରୁ ନିଜ ଭିଣୋଇଙ୍କୁ ହତ୍ୟା କଲେ ଶଳା। ଗୋଟିଏ ବିବାହ ଉତ୍ସବରେ ବରଯାତ୍ରୀରେ ଯିବା ସମୟରେ ଝିଅଘର ଦୁଆର ମୁହଁରେ ପହଞ୍ଚୁ ପହଞ୍ଚୁ ଘଟିଲା ଏମିତି ବିଭତ୍ସ ଘଟଣା। ଯାହାକୁ ଶୁଣିଲେ ଆପଣ ଥରି ଉଠିବେ।

ପ୍ରକୃତରେ, ଏହି ମାମଲା ର୍ମିଜାପୁରର ଜିଗ୍ନା ଥାନା ଅଞ୍ଚଳର ଗୋନୌରା ଗାଁର ବୋଲି କୁହାଯାଉଛି। ସୂଚନା ଅନୁଯାୟୀ, ପ୍ରୟାଗରାଜ ଜିଲ୍ଲାର ମାଣ୍ଡା ଥାନା ଅଞ୍ଚଳର ହଟା ଗାଁର ବାସିନ୍ଦା କୃଷ୍ଣକାନ୍ତ ଏବଂ ର୍ମିଜାପୁର ଦେହାତ କୋତୱାଲି ଅଞ୍ଚଳର କୁଶା ଗାଁର ବାସିନ୍ଦା ଜିତେନ୍ଦ୍ର ବିଶ୍ୱକର୍ମା ପ୍ରକୃତ ଭାଇଭଉଣୀ। ସୁଖିଲାଲଙ୍କ ଝିଅର ବିବାହରେ ଯୋଗ ଦେବାକୁ ଉଭୟ ଭାଇଭଉଣୀ ଆସିଥିଲେ। ବିବାହ ରୀତିନୀତି ସମୟରେ ଭିଣୋଇଙ୍କ ହାତ ଧରିବା ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। କୃଷ୍ଣକାନ୍ତ ରାଗିଯାଇ ଏକ ବାଉଁଶ କାଠରେ ଜିତେନ୍ଦ୍ରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ।

ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆହତ ଜିତେନ୍ଦ୍ରଙ୍କୁ ତାଙ୍କ ପରିବାର ଲୋକେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସାରୋଇକୁ ନେଇଯାଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତର ମହେନ୍ଦ୍ର ଚୌଧୁରୀଙ୍କ ଅନୁଯାୟୀ, ମୁଣ୍ଡରେ ଗଭୀର ଆଘାତ ଏବଂ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ମାମଲା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଜିଗାନା ପୋଲିସ ଷ୍ଟେସନ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି। ଜିଗାନା ପୋଲିସ ଷ୍ଟେସନ ଇନଚାର୍ଜ ଅଭୟ ସିଂହ କହିଛନ୍ତି ଯେ ଅଭିଯୁକ୍ତ କୃଷ୍ଣକାନ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିଲେ, କିନ୍ତୁ ପରେ ତାଙ୍କୁ ହେପାଜତକୁ ନିଆଯାଇ ପଚରା ଉଚରା କରାଯାଉଛି। ମୃତକଙ୍କ ଭାଇଙ୍କ ଅଭିଯୋଗ କ୍ରମେ ପୋଲିସ ସମ୍ପୃକ୍ତ ଧାରା ଅନୁଯାୟୀ ମାମଲା ରୁଜୁ କରିଛି। ଅତିରିକ୍ତ ପୋଲିସ ଅଧୀକ୍ଷକ (ଅପରେସନ୍ସ) ଓପି ସିଂହ କହିଛନ୍ତି ଯେ ଏହି ଘଟଣା ପାରିବାରିକ ସମ୍ପର୍କର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବ। ଅଭିଯୁକ୍ତଙ୍କୁ ପଚରା ଉଚରା କରାଯାଉଛି ଏବଂ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆର ମାଡକୁ ସହି ପାରୁନାହିଁ ଜିଓ ସିନ୍ଥେଟିକ ଟ୍ୟୁବୱାଲ, ଖସୁଛି ପଥର ପ୍ୟାକିଂ, ବର୍ଷା ପୂର୍ବରୁ କାମ ନ ହେଲେ…

କେନ୍ଦ୍ରାପଡ଼ା, ୨୨ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଗୋବିନ୍ଦପୁର, ଡିମିରିପାଳ, ପେତପଡା, ସଂସିଧା, ଏରଡଙ୍ଗ, ଦେସାହି, ପାଳମୀ, କେତୁଆପାଳ ପଞ୍ଚାୟତକୁ କାଣୀ, ଖରସ୍ରୋତା,...

ଗୋଟିଏ ସ୍ବାମୀଙ୍କୁ ୨ ସ୍ତ୍ରୀ: ପଞ୍ଚାୟତ ନେଲା ବଡ଼ ନିଷ୍ପତ୍ତି, ଜଣଙ୍କ ସହ ୩ ଦିନ, ଅନ୍ୟ ଜଣଙ୍କ ସହ ୩ ଦିନ, ଆଉ ରବିବାରରେ…

ଲକ୍ଷ୍ନୌ,୨୨।୧: ଉତ୍ତର ପ୍ରଦେଶର ରାମପୁର ଜିଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଗାଁ ପଞ୍ଚାୟତ ଏପରି ନିଷ୍ପତ୍ତି ଜାରି କରିଛି ଯାହା...

‘ମୁଁ ବିବାହିତ’…ଗର୍ଲଫ୍ରେଣ୍ଡଙ୍କୁ ନେଇ ଏମିତି କହିଲେ ଆମିର ଖାନ

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରର ଶିରୋନାମା ପାଲଟିଛନ୍ତି। ସେ ନିକଟରେ ତାଙ୍କ ପ୍ରେମିକା ଗୌରୀ...

ଭୟଙ୍କର ଦୁର୍ଘଟଣା: ଓଭରବ୍ରିଜ୍‌ ନିକଟରେ କଣ୍ଟେନର-ଟ୍ରକ୍‌ ମୁହାଁମୁହିଁ ହେବାରୁ…

ଗଞ୍ଜାମ,୨୨ା୧(ଅନାଥ ତରାଇ): ଗଞ୍ଜାମସ୍ଥିତ ହୁମ୍ମା ଫାଣ୍ଡି ଅନ୍ତର୍ଗତ ଲକ୍ଷ୍ମୀପୁର ଓଭରବ୍ରିଜ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ବୁଧବାର ବିଲମ୍ବିତ ରାତିରେ ଏକ ଭୟଙ୍କର ସଡ଼କ...

ମଝି ଆକାଶରେ ଯାତ୍ରୀଙ୍କୁ ଆସିଲା ହାର୍ଟଆଟାକ୍‌, ଆଉ ତା’ପରେ…

ନୂଆଦିଲ୍ଲୀ,୨୨।୧: ନାଗପୁର ବିମାନବନ୍ଦରରେ ଉଡ଼ାଣ ସମୟରେ ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଖରାପ ହୋଇଯିବାରୁ ଉତ୍ତେଜନା ସୃଷ୍ଟି ହୋଇଛି। ଗାଜିଆବାଦରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ...

ବଡ଼ ରେକର୍ଡ କଲେ ରିଙ୍କୁ ସିଂ: ଧୋନୀଙ୍କ ସହ ସମକକ୍ଷ

ନାଗପୁର,୨୨।୧: ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଧମାକାଦାର ଭାବରେ ଆରମ୍ଭ କରି ପ୍ରଥମ ମ୍ୟାଚକୁ ୪୮ ରନରେ ଜିତିଛି।...

IND vs NZ 1st T20I: ମ୍ୟାଚ ପରେ ଗମ୍ଭୀର ଦେଲେ ଏମିତି ବୟାନ, ଯାହାକୁ ନେଇ ସୋସିଆଲ ମିଡ଼ିଆରେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨୨।୧: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଆଜିକାଲି ନିରନ୍ତର ଖବରର ଶିରୋନାମାରେ ଅଛନ୍ତି। କାରଣ ହେଉଛି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଘରୋଇ ପରିବେଶରେ ପ୍ରଥମ...

ପ୍ଲାଷ୍ଟିକ ନେଉଛି ଜୀବନ, ବିପଦରେ ପ୍ରାଣୀସମ୍ପଦ

ଦାରିଙ୍ଗବାଡି,୨୨।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ କୁଢ଼ କୁଢ଼ ପ୍ଲାଷ୍ଟିକ, ଥର୍ମାକୋଲ ଥାଳି, ପଲିଥିନ ଏବେ ପ୍ରାଣୀସମ୍ପଦ ପାଇଁ ବିପଦ ସାଜିଛନ୍ତି। ଉକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri