Posted inଜାତୀୟ

ଶାଳୀଙ୍କ ହାତ ଧରି ଡିଜେ ଗୀତରେ ନାଚୁଥିଲେ ଭିଣୋଇ, ଶଳାଙ୍କ ମୁଣ୍ଡକୁ ଚଢିଗଲା ରାଗ, ତା’ ପରେ…

ମିର୍ଜାପୁର,୬।୯: ଖୁସିର ମାହୋଲ ଭୟଙ୍କର ହୋଇଗଲା ହଠାତ୍‌ ଯେତେବେଳେ ଜଣେ ଶଳା ତାଙ୍କ ଭିଣୋଇଙ୍କୁ ହିଁ ହତ୍ୟା କରିଦେଲେ। ଶାଳୀଙ୍କ ହାତ ଧରିବା କାରଣରୁ ନିଜ ଭିଣୋଇଙ୍କୁ ହତ୍ୟା କଲେ ଶଳା। ଗୋଟିଏ ବିବାହ ଉତ୍ସବରେ ବରଯାତ୍ରୀରେ ଯିବା ସମୟରେ ଝିଅଘର ଦୁଆର ମୁହଁରେ ପହଞ୍ଚୁ ପହଞ୍ଚୁ ଘଟିଲା ଏମିତି ବିଭତ୍ସ ଘଟଣା। ଯାହାକୁ ଶୁଣିଲେ ଆପଣ ଥରି ଉଠିବେ।

ପ୍ରକୃତରେ, ଏହି ମାମଲା ର୍ମିଜାପୁରର ଜିଗ୍ନା ଥାନା ଅଞ୍ଚଳର ଗୋନୌରା ଗାଁର ବୋଲି କୁହାଯାଉଛି। ସୂଚନା ଅନୁଯାୟୀ, ପ୍ରୟାଗରାଜ ଜିଲ୍ଲାର ମାଣ୍ଡା ଥାନା ଅଞ୍ଚଳର ହଟା ଗାଁର ବାସିନ୍ଦା କୃଷ୍ଣକାନ୍ତ ଏବଂ ର୍ମିଜାପୁର ଦେହାତ କୋତୱାଲି ଅଞ୍ଚଳର କୁଶା ଗାଁର ବାସିନ୍ଦା ଜିତେନ୍ଦ୍ର ବିଶ୍ୱକର୍ମା ପ୍ରକୃତ ଭାଇଭଉଣୀ। ସୁଖିଲାଲଙ୍କ ଝିଅର ବିବାହରେ ଯୋଗ ଦେବାକୁ ଉଭୟ ଭାଇଭଉଣୀ ଆସିଥିଲେ। ବିବାହ ରୀତିନୀତି ସମୟରେ ଭିଣୋଇଙ୍କ ହାତ ଧରିବା ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। କୃଷ୍ଣକାନ୍ତ ରାଗିଯାଇ ଏକ ବାଉଁଶ କାଠରେ ଜିତେନ୍ଦ୍ରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ।

ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆହତ ଜିତେନ୍ଦ୍ରଙ୍କୁ ତାଙ୍କ ପରିବାର ଲୋକେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସାରୋଇକୁ ନେଇଯାଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତର ମହେନ୍ଦ୍ର ଚୌଧୁରୀଙ୍କ ଅନୁଯାୟୀ, ମୁଣ୍ଡରେ ଗଭୀର ଆଘାତ ଏବଂ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ମାମଲା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଜିଗାନା ପୋଲିସ ଷ୍ଟେସନ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି। ଜିଗାନା ପୋଲିସ ଷ୍ଟେସନ ଇନଚାର୍ଜ ଅଭୟ ସିଂହ କହିଛନ୍ତି ଯେ ଅଭିଯୁକ୍ତ କୃଷ୍ଣକାନ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିଲେ, କିନ୍ତୁ ପରେ ତାଙ୍କୁ ହେପାଜତକୁ ନିଆଯାଇ ପଚରା ଉଚରା କରାଯାଉଛି। ମୃତକଙ୍କ ଭାଇଙ୍କ ଅଭିଯୋଗ କ୍ରମେ ପୋଲିସ ସମ୍ପୃକ୍ତ ଧାରା ଅନୁଯାୟୀ ମାମଲା ରୁଜୁ କରିଛି। ଅତିରିକ୍ତ ପୋଲିସ ଅଧୀକ୍ଷକ (ଅପରେସନ୍ସ) ଓପି ସିଂହ କହିଛନ୍ତି ଯେ ଏହି ଘଟଣା ପାରିବାରିକ ସମ୍ପର୍କର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବ। ଅଭିଯୁକ୍ତଙ୍କୁ ପଚରା ଉଚରା କରାଯାଉଛି ଏବଂ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନବିକ୍ରି ସମସ୍ୟା ଅସମାହିତ, ଆନ୍ଦୋଳନ ତୀବ୍ର: ପାକ୍ସ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ବରଗଡ଼/ଭେଡ଼େନ,୧୨।୩(ପ୍ରେମାନନ୍ଦ ଖମାରୀ/ହୃଷୀକେଶ ଖମାରୀ):ବରଗଡ଼ ଜିଲାରେ ରବି ଧାନ କିଣାବିକା ପାଇଁ ମଙ୍ଗଳବାରରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ଖରିଫ୍‌ରେ…

ଯୁଦ୍ଧ ଭିତରେ ପାକିସ୍ତାନକୁ ନେଇ ଆମେରିକା କଲା ବଡ଼ ଘୋଷଣା, ବିଶ୍ୱରେ ପଡିଗଲା ଚହଳ!

ଓ଼୍ବାଶିଂଟନ,୧୨।୩: ଇରାନରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକା ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆମେରିକାର ବୈଦେଶିକ ବିଭାଗ ପାକିସ୍ତାନର ପେଶାୱରରେ ଥିବା ଆମେରିକୀୟ କନସୁଲେଟ…

ଭାରତକୁ ଫେରୁଥିବା ଜାହାଜ ଉପରେ ବଡ଼ ଆଟାକ୍‌, ଅନେକ ଭାରତୀୟଙ୍କ…

ନୂଆଦିଲ୍ଲୀ,୧୨।୩: ପଶ୍ଚିମ ଏସିଆରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷରେ ଦୁଇଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ନିଖୋଜ ଅଛନ୍ତି। ଭାରତ…

ପ୍ରେମିକଙ୍କୁ ବିବାହ କଲେ ଭାଇରାଲ ଗର୍ଲ ମୋନାଲିସା: ବାପାଙ୍କ ନାଁରେ ଆଣିଲେ ସାଂଘାତିକ ଅଭିଯୋଗ

ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି। ସେ ପ୍ରେମିକ ଫରମାନ ଖାନଙ୍କୁ ବିବାହ କରିଛନ୍ତି। ମୋନାଲିସା ଅରୁମାନୁର ମନ୍ଦିରରେ ଫରମାନଙ୍କୁ ବିବାହ କରିଥିଲେ।…

ଯୁଦ୍ଧ ଭିତରେ ଚାଇନା ପାଇଁ ଭାରତ କଲା ଏମିତି କାମ, କାବା ହେଇଗଲେ ଟ୍ରମ୍ପ!

ନୂଆଦିଲ୍‌ଲୀ,୧୨।୩: ନୂଆଦିଲ୍ଲୀର ନିବେଶ ସଚିବ କହିଛନ୍ତି ଯେ ଭାରତ ଏକ ଫାଷ୍ଟ-ଟ୍ରାକ ଅନୁମୋଦନ ବ୍ୟବସ୍ଥା ମାଧ୍ୟମରେ ଅଧିକ କ୍ଷେତ୍ରରେ ଚାଇନା ନିବେଶକୁ ଅନୁମତି ଦେବ। ଅମରଦୀପ ସିଂହ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଯୁଦ୍ଧ ଭିତରେ ଭାରତକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ, ଚମକି ପଡିଲା ଚାଇନା

ନୂଆଦିଲ୍‌ଲୀ,୧୨।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ତାର ଶକ୍ତି ଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ରୁଷିଆରୁ ତୈଳ କ୍ରୟ ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି…

ସିଲିଣ୍ଡରକୁ ନେଇ ଆସିଲା ପୁଣି ବଡ଼ ଖବର, ସରକାର କହିଦେଲେ କାଲିଠୁ…

ନୂଆଦିଲ୍ଲୀ ,୧୨ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିକୁ ନେଇ ଏବେ ତୈଳ ଏବଂ ଗ୍ୟାସ୍‌ ଯୋଗାଣ ଶୃଙ୍ଖଳ ଭାରି ମାତ୍ରାରେ ପ୍ରଭାବିତ ହୋଇଛି। ଏହାକୁ ନେଇ ଦେଶରେ ପେଟ୍ରୋଲିୟମଜାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri