ମୋଦିଙ୍କ ପାଖରେ ରହିଛି ଏତେ ସମ୍ପତ୍ତି, ମାସକୁ ମିଳେ ଏତିକି ଦରମା…

ନୂଆଦିଲ୍ଲୀ,୧।୩: The Indian Express ଦ୍ୱାରା କରାଯାଇଥିବା Most Powerful Indians ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ୨୦୧୪ରୁ ଲଗାତାର ଦେଶ କ୍ଷମତାର କମାଣ ସମ୍ଭାଳିଥିବା ମୋଦି ଏବେ ଚଳିତ ନିର୍ବାନଚରେ ସେହି ବିଜୟୀ ଧାରାକୁ ବଜାୟ ରଖିବାକୁ ଆଶାବଦୀ ଅଛନ୍ତି। ତେବେ ଆପଣ ଜାଣିଛନ୍ତି କି ମୋଦି ମାସକୁ କେତେ ଦରମା ପାଆନ୍ତି ଆଉ ତାଙ୍କର ମୋଟ ସମ୍ପତ୍ତି କେତେ?

ଭାରତର ପ୍ରଧାନମନ୍ତ୍ରୀ ମୋଦି ମାସକୁ ୧ଲକ୍ଷ ୬୦ହଜାର ଟଙ୍କା ଦରମା ପାଆନ୍ତି। ଯାହା ବାର୍ଷିକ ୧୯,୨୦,୦୦୦ ଟଙ୍କା ଅଟେ। କେବଳ ଏତିକି ନୁହେଁ ଏସବୁ ବ୍ୟତୀତ ତାଙ୍କୁ ଅନ୍ୟାନ୍ୟ ଭତ୍ତା ଓ ସରକାରୀ ସୁବିଧା ମିଳିଥାଏ। ୨୦୨୨ରେ PMO Office ଦ୍ୱାରା ମୋଦିଙ୍କ ଚଳ ଓ ଅଚଳ ସମ୍ପତ୍ତିର ସୂଚନା ଜାରି କରାଯାଇଛି। ସୂଚନା ମୁତାବକ, ମୋଦିଙ୍କ ପାଖରେ ମୋଟ ୨.୨୩କୋଟି ସମ୍ପତ୍ତି ରହିଛି। ବିଏଓ ଓ୍ବେବସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ମୋଦିଙ୍କ ଏହି ୨.୨୩କୋଟି ଟଙ୍କା ଅଧିକାଂଶ ବ୍ୟାଙ୍କରେ ଜମା ରାଶି ଭାବରେ ରହିଛି।

ତେବେ ପିଏମଓ ଦ୍ୱାରା ଏକ ବିଶେଷ ସୂଚନା ସାମ୍ନାକୁ ଆସିଛି। ଯାହା କି, ମୋଦିଙ୍କ ପାଖରେ କୌଣସି ଅଚଳ ସମ୍ପତ୍ତି ନାହିଁ। ଗୁଜୁରାଟର ଗାନ୍ଧୀନଗରରେ ତାଙ୍କର ଏକ ଜମି ଥିଲା, ଯାହାକୁ ସେ ଦାନ କରି ଦେଇଛନ୍ତି। ମୋଦି ଯେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ, ୨୦୦୨ ଅକ୍ଟୋବରରେ ସେ ଏକ ଆବାସିକ ଜମି କିଣିଥିଲେ। ଏଥିରେ ବି ସେ ତୃତୀୟ ଅଂଶଧାରୀ ଭାବେ ସାମିଲ୍‌ ଥିଲେ। ଅଚଳ ସମ୍ପତ୍ତି ସର୍ଭେ ସଂଖ୍ୟା ୪୦୧/ଏ ଭାବେ ଏବେ ତାଙ୍କ ପାଖରେ କୌଣସି ମାଲିକାନା ନାହିଁ। କାରଣ ସେ ତାଙ୍କର ଭାଗ ଦାନ କରି ଦେଇଛନ୍ତି।
ରିପୋର୍ଟ ମୁତାବକ, ମୋଦି କୌଣସି ବଣ୍ଡ, ଶେୟାର କିମ୍ବା ମ୍ୟୁଚୁଆଲ ଫଣ୍ଡରେ ଟଙ୍କା ନିବେଶ କରି ନାହାନ୍ତି। ଏହା ବ୍ୟତୀତ ତାଙ୍କର କୌଣସି ନିଜସ୍ବ ଗାଡି ନାହିଁ। ୨୦୨୨ ପର୍ଯ୍ୟନ୍ତ ଥିବା ସମ୍ପତ୍ତି ବିବରଣୀ ଅନୁଯାୟୀ, ତାଙ୍କ ପାଖରେ ୧.୭୩ଲକ୍ଷ ଟଙ୍କାର ୪ଟି ସୁନା ମୁଦି ରହିଛି। ସେହିପରି ପୋଷ୍ଟ ଅଫିସ୍‌ରେ ୯,୦୫,୧୦୫ ଟଙ୍କାର ନ୍ୟାଶନାଲ ସେଭିଂ ସାର୍ଟିଫିକେଟ ଜମା ରହିଛି। ଏଥିସହ ୧,୮୯,୩୦୫ ଟଙ୍କାର ଜୀବନ ବୀମା ପଲିସି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri