ମୋଦିଙ୍କ ପାଖରେ ରହିଛି ଏତେ ସମ୍ପତ୍ତି, ମାସକୁ ମିଳେ ଏତିକି ଦରମା…

ନୂଆଦିଲ୍ଲୀ,୧।୩: The Indian Express ଦ୍ୱାରା କରାଯାଇଥିବା Most Powerful Indians ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ୨୦୧୪ରୁ ଲଗାତାର ଦେଶ କ୍ଷମତାର କମାଣ ସମ୍ଭାଳିଥିବା ମୋଦି ଏବେ ଚଳିତ ନିର୍ବାନଚରେ ସେହି ବିଜୟୀ ଧାରାକୁ ବଜାୟ ରଖିବାକୁ ଆଶାବଦୀ ଅଛନ୍ତି। ତେବେ ଆପଣ ଜାଣିଛନ୍ତି କି ମୋଦି ମାସକୁ କେତେ ଦରମା ପାଆନ୍ତି ଆଉ ତାଙ୍କର ମୋଟ ସମ୍ପତ୍ତି କେତେ?

ଭାରତର ପ୍ରଧାନମନ୍ତ୍ରୀ ମୋଦି ମାସକୁ ୧ଲକ୍ଷ ୬୦ହଜାର ଟଙ୍କା ଦରମା ପାଆନ୍ତି। ଯାହା ବାର୍ଷିକ ୧୯,୨୦,୦୦୦ ଟଙ୍କା ଅଟେ। କେବଳ ଏତିକି ନୁହେଁ ଏସବୁ ବ୍ୟତୀତ ତାଙ୍କୁ ଅନ୍ୟାନ୍ୟ ଭତ୍ତା ଓ ସରକାରୀ ସୁବିଧା ମିଳିଥାଏ। ୨୦୨୨ରେ PMO Office ଦ୍ୱାରା ମୋଦିଙ୍କ ଚଳ ଓ ଅଚଳ ସମ୍ପତ୍ତିର ସୂଚନା ଜାରି କରାଯାଇଛି। ସୂଚନା ମୁତାବକ, ମୋଦିଙ୍କ ପାଖରେ ମୋଟ ୨.୨୩କୋଟି ସମ୍ପତ୍ତି ରହିଛି। ବିଏଓ ଓ୍ବେବସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ମୋଦିଙ୍କ ଏହି ୨.୨୩କୋଟି ଟଙ୍କା ଅଧିକାଂଶ ବ୍ୟାଙ୍କରେ ଜମା ରାଶି ଭାବରେ ରହିଛି।

ତେବେ ପିଏମଓ ଦ୍ୱାରା ଏକ ବିଶେଷ ସୂଚନା ସାମ୍ନାକୁ ଆସିଛି। ଯାହା କି, ମୋଦିଙ୍କ ପାଖରେ କୌଣସି ଅଚଳ ସମ୍ପତ୍ତି ନାହିଁ। ଗୁଜୁରାଟର ଗାନ୍ଧୀନଗରରେ ତାଙ୍କର ଏକ ଜମି ଥିଲା, ଯାହାକୁ ସେ ଦାନ କରି ଦେଇଛନ୍ତି। ମୋଦି ଯେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ, ୨୦୦୨ ଅକ୍ଟୋବରରେ ସେ ଏକ ଆବାସିକ ଜମି କିଣିଥିଲେ। ଏଥିରେ ବି ସେ ତୃତୀୟ ଅଂଶଧାରୀ ଭାବେ ସାମିଲ୍‌ ଥିଲେ। ଅଚଳ ସମ୍ପତ୍ତି ସର୍ଭେ ସଂଖ୍ୟା ୪୦୧/ଏ ଭାବେ ଏବେ ତାଙ୍କ ପାଖରେ କୌଣସି ମାଲିକାନା ନାହିଁ। କାରଣ ସେ ତାଙ୍କର ଭାଗ ଦାନ କରି ଦେଇଛନ୍ତି।
ରିପୋର୍ଟ ମୁତାବକ, ମୋଦି କୌଣସି ବଣ୍ଡ, ଶେୟାର କିମ୍ବା ମ୍ୟୁଚୁଆଲ ଫଣ୍ଡରେ ଟଙ୍କା ନିବେଶ କରି ନାହାନ୍ତି। ଏହା ବ୍ୟତୀତ ତାଙ୍କର କୌଣସି ନିଜସ୍ବ ଗାଡି ନାହିଁ। ୨୦୨୨ ପର୍ଯ୍ୟନ୍ତ ଥିବା ସମ୍ପତ୍ତି ବିବରଣୀ ଅନୁଯାୟୀ, ତାଙ୍କ ପାଖରେ ୧.୭୩ଲକ୍ଷ ଟଙ୍କାର ୪ଟି ସୁନା ମୁଦି ରହିଛି। ସେହିପରି ପୋଷ୍ଟ ଅଫିସ୍‌ରେ ୯,୦୫,୧୦୫ ଟଙ୍କାର ନ୍ୟାଶନାଲ ସେଭିଂ ସାର୍ଟିଫିକେଟ ଜମା ରହିଛି। ଏଥିସହ ୧,୮୯,୩୦୫ ଟଙ୍କାର ଜୀବନ ବୀମା ପଲିସି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

ରାମ ନାମ ଧରି…

ସିର୍‌ସି/ନୂଆଦିଲ୍ଲୀ,୨୯ା୪:କେନ୍ଦ୍ରରେ କ୍ଷମତାସୀନ ଭାଜପା ଏଥର ମଧ୍ୟ ‘ରାମ ନାମ’ ଧରି ଲୋକ ସଭା ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ ଚଳାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ...

ଭାରତ ମହାସାଗର ହେବ ସ୍ଥାୟୀ ଗ୍ରୀଷ୍ମ ଲହର ଅଞ୍ଚଳ

ନୂଆଦିଲ୍ଲୀ,୨୯ା୪ (ପି.ଟି.):ଭାରତରେ କିଛିଦିନ ହେଲା ଗ୍ରୀଷ୍ମ ଲହର ଜାରି ରହିଥିବାବେଳେ ଓଡ଼ିଶା ସମେତ କର୍ନାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେଉଛି।...

ଅଶ୍ଳୀଳ ଭିଡିଓ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ଫେରାର

ବେଙ୍ଗାଲୁରୁ,୨୯ା୪:ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ନାତି ତଥା ହାସନ ଏମ୍‌ପି ପ୍ରଜ୍ୱଳ ରେଭନ୍ନାଙ୍କ କେତେକ ଅଶ୍ଳୀଳ ଭିଡିଓ...

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri