ଦରମା ବୃଦ୍ଧ, ଚାକିରି ନିୟମିତ ଦାବି

ଛତ୍ରପୁର,୯।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ପୌରନିଗମ ଓ ଏନ୍‌ଏସିରେ ପରିମଳ କାମରେ ନିୟୋଜିତ ଶତାଧିକ ସ୍ବଚ୍ଛସାଥୀ ଓ ସୁପରଭାଇଜରଙ୍କ ଦରମା ବୃଦ୍ଧି, ଚାକିରିକୁ ନିୟମିତ କରିବା, ନିଯୁକ୍ତି ପତ୍ର ପ୍ରଦାନ ଆଦି ଦାବି ନେଇ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଜିଲା ସ୍ବଚ୍ଛସାଥୀ ଓ ସୁପରଭାଇଜର ସଂଘ ପକ୍ଷରୁ ପୂର୍ବାହ୍ନରେ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡଠାରୁ ଏକ ଶୋଭାଯାତ୍ରା ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଜିଲା ସଭାପତି ସଂଯୁକ୍ତା ଦାସଙ୍କ ନେତୃତ୍ୱରେ ଏକ ସଭା ହୋଇଥିଲା। ଏଥିରେ ଓଡ଼ିଶା ଆଉଟସୋର୍ସିଂ ମହାସଂଘର ରାଜ୍ୟ ନେତା ପ୍ରତାପ ଚନ୍ଦ୍ର ପ୍ରଧାନ, ଆଉଟସୋର୍ସିଂ ମେଡ଼ିକାଲ କର୍ମଚାରୀ ନେତା ସି.ଏଚ୍‌ ସୁନୀଲ ପାତ୍ର, ରାଜଲକ୍ଷ୍ମୀ ସାହୁ, ବିନାୟକ ପତି, ଓଡିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ସଂଘ ସଭାପତି ପ୍ରଶାନ୍ତ ପରିଚ୍ଛା ପ୍ରମୁଖ ଯୋଗ ଦେଇ ସରକାର ସ୍ବଚ୍ଛ ସାଥି ଓ ସୁପରଭାଇଜରମାନଙ୍କୁ କମ ଦରମାରେ ଖଟେଇବା ଓ ସର୍ବନିମ୍ନ ଅଧିକାରରୁ ବଞ୍ଚିତ କରିବାକୁ ନିନ୍ଦା କରିଥିଲେ। ଏହି କର୍ମଚାରୀଙ୍କୁ କୌଣସି ଛୁଟି ଦିଆଯାଉନି ଓ ଦୈନିକ ଦଶରୁ ବାର ଘଣ୍ଟା କାମ କରିବାକୁ ବାଧ୍ୟ କରାଯାଉଛି। ସରକାର ବଜାର ଦରକୁ ଦେଖି ତୁରନ୍ତ ସେମାନଙ୍କ ଦରମା ବୃଦ୍ଧି ଓ ଚାକିରିକୁ ନିୟମିତ ନ କଲେ ରାଜ୍ୟ ସାରା ସ୍ବଚ୍ଛ ସାଥି ଓ ସୁପରଭାଇଜରମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି। ସଭାପତି ସଂଯୁକ୍ତା ଦାସ, ସମ୍ପାଦିକା ସୁଦୋଷ୍ଣା ନାୟକଙ୍କ ନେତୃତ୍ୱରେ ୮ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri