ଦିବ୍ୟା ଭାରତିଙ୍କୁ ପ୍ରଥମେ ବିବାହ କରିଥିଲେ ସାଜିଦ

ମୁମ୍ବାଇ: ବଲିଉଡର ନାମୀ ନିର୍ମାତା-ନିର୍ଦ୍ଦେଶକଙ୍କ ତାଲିକାରେ ରହିଛି ସାଜିଦ ନାଡିୟାଡୱାଲାଙ୍କ ନାଁ । ୧୮ ଫେବୃୟାରୀରେ ଜନ୍ମ ନେଇଥିବା ଏହି ନିର୍ଦ୍ଦେଶକ ସଲମାନଙ୍କ କ୍ୟାରିୟରକୁ ଉପରକୁ ଉଠାଇବାରେ ବହୁ ସାହାଯ୍ୟ କରିଥିଲେ ବୋଲି କୁହାଯାଏ । ଜୁଡୱା, ହର ଦିଲ ଜୋ ପ୍ୟାର କରେଗା, ମୁଝରେ ସାଦି କରୋଗି ଭଳି ଫିଲ୍ମ ସୁପରହିଟ୍ ହେବା ଓ ସଲମାନଙ୍କ କ୍ୟାରିୟର ଆଗକୁ ବଢିବାରେ ନାଡିୟାଡୱାଲାଙ୍କର ଲମ୍ବା ହାତ ରହିଛି । ସଲମାନଙ୍କ ଅଭିନୀତ ଫିଲ୍ମ କିକ୍‌ର ନିର୍ଦ୍ଦେଶନା ବି ଦେଇଛନ୍ତି ସାଜିଦ । ସେ ଜଣେ ସଫଳ ନିର୍ଦ୍ଦେଶକ ହୋଇଥିଲେ ବି ତାଙ୍କ ପର୍ସନାଲ ଲାଇଫ କିନ୍ତୁ ବହୁ ଘାତ ପ୍ରତିଘାତ ଦେଇ ଯାଇଛି । ସେ କୁଆଡେ ପ୍ରଥମେ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କୁ ବିବାହ କରିଥିଲେ ବୋଲି କୁହାଯାଏ । ଯେଉଁଥିପାଇଁ ଦିବ୍ୟା ଧର୍ମ ପରିବର୍ତ୍ତନ କରି ମୁସଲମାନ ଧର୍ମ ଆପଣେଇଥିବା କୁହାଯାଏ ।
ଫିଲ୍ମ ସୋଲା ଔର ସବନଭ ଶୁଟିଂ ସମୟରେ ଗୋବିନ୍ଦାଙ୍କ ସହ କାମ କରୁଥିଲେ ଦିବ୍ୟା । ଏତିକି ବେଳେ ଗୋବିନ୍ଦା ନିର୍ଦ୍ଦେଶକ ସାଜିଦଙ୍କ ସହ ଦିବ୍ୟାଙ୍କର ସାକ୍ଷାତ୍ କରାଇଥିଲେ । ସେତେବେଳେକୁ ଦିବ୍ୟା ମାତ ୧୯ ବର୍ଷ ବୟସର ହୋଇଥିବା ବେଳେ ଜଣେ ସଫଳ ଅଭିନେତ୍ରୀ ହୋଇ ଯାଇଥିଲେ । ତାଙ୍କର ପ୍ରତିଭାକୁ ଦେଖି ସାଜିଦ ଦିବ୍ୟାଙ୍କୁ ଲୁଚିଛପି ବିବାହ କରିଥିବା କୁହାଯାଏ । ଏମାନେ ୧୯୯୨ରେ ବିବାହ କରିଥିଲେ । ଏହାପରେ ଦିବ୍ୟାଙ୍କ ପିତା କିନ୍ତୁ ଏହି ବିବାହରେ ଖୁସି ନ ଥିବାରୁ ଝିଅ ସହ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ । ହେଲେ ବିବାହର ବର୍ଷକ ପରେ ଦିବ୍ୟାଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଯାହା ଆଜିବି ରହସ୍ୟ ଘେରରେ ରହି ଯାଇଛି । କେମିତି ଓ କେଉଁ ପରିସ୍ଥିତିରେ ଦିବ୍ୟା ଭାରତୀଙ୍କ ମୃତୁୃ ହେଲା ତାହା ଆଜିବି ଅସ୍ପଷ୍ଟ । ହେଲେ ସେତେବେଳେ ଏହି ଘଟଣାରେ ସାଜିଦଙ୍କ ଉପରକୁ ପ୍ରଶ୍ନ ଉଠିଥିଲା । ହେଲେ ଏହା ଅନ୍ଧାର ଭିତରେ ରହିଗଲା । ଏହାପରେ ସାଜିଦ ଦ୍ୱିତୀୟ ବିବାହ କଲେ । ଏବେ ପତ୍ନୀ ୱର୍ଦ୍ଧା ଖାଁଙ୍କ ସହ ସୁଭାନ ଓ ସୁଫୟାନ ନାମକ ଦୁଇ ପୁଅଙ୍କୁ ନେଇ ସାଜିଦ ନାଡିୟାଡୱାଙ୍କର ରହିଛି ଏକ ସୁନ୍ଦର ସଂସାର ।

 

Share