ପାଣି ଭିତରେ ମେଟ୍ରୋ ଟ୍ରେନ୍‌ର ମଜା ନେଲେ ସାଇକୃଷ୍ଣ

ଯାଜପୁର ଅଫିସ,୨୬ା୫: ପାଣି ଆଉ ମାଟି ତଳେ ଚାଲୁଛି ମେଟ୍ରୋ ଟ୍ରେନ। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ହେଲେ ଏହାର ମଜା ଉଠାଇଛନ୍ତି ଯାଜପୁର ଜିଲା ବ୍ୟାସନଗର କେନ୍ଦ୍ରୀୟ ବିଦ୍ୟାଳୟର ୩ୟ ଶ୍ରେଣୀର ଛାତ୍ର ସାଇକୃଷ୍ଣ ମଲ୍ଲିକ। କୋଲକାତା ହୁଗୁଳି ନଦୀ ତଳେ ଟନେଲରେ ମେଟ୍ରୋ ଟ୍ରେନ ଚାଲିବା ଭାରତରେ ପ୍ରଥମ। ଗତ ୧୯ ତାରିଖରେ ହାୱାଡା ମଇଦାନରୁ ଟ୍ରାଏଲ ରନରେ ଏହି ମେଟ୍ରୋ ଟ୍ରେନ ଯାତ୍ରା କରିଥିଲା। ଏଥିରେ ସାଇକୃଷ୍ଣ ଯାତ୍ରା କରି ରେକର୍ଡ ସୃଷ୍ଟି କରିଥିଲେ। ତାଙ୍କର ଏଭଳି ସାହାସ ପାଇଁ ସମସ୍ତେ ସାବାସୀ ଦେଇଥିଲେ । ବନ୍ଦେ ଭାରତ ଟ୍ରେନରେ ବସି କୋଲକାତା ଯିବା, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଟ୍ରେନରେ ଯାତ୍ରା କରିବାର ସୁଯୋଗ ପାଇବା ଏବଂ ସେଠାରେ ନଦୀ ତଳେ କିପରି ମେଟ୍ରୋ ଟ୍ରେନ ଯାଉଛି, ତାହା ଦେଖିବାର ସୁଯୋଗ ପାଇବା ଭଳି ଅନେକ ଆଶା ସାଇକୃଷ୍ଣଙ୍କ କୋମଳ ମନକୁ ଆନ୍ଦୋଳିତ କରିଥିଲା। ପ୍ରଥମ ଥର ପାଇଁ ସେ ହୁଗୁଳି ନଦୀ ତଳେ ଟନେଲରେ ରେଳଯାତ୍ରା କରିବାର ସୁଯୋଗ ପାଇଥିଲା l
କୋଲକାତାରେ ଖୁବଶୀଘ୍ର ରିଭର ପାସିଂ ମେଟ୍ରୋ ଟ୍ରେନ୍‌ ଲୋକାର୍ପିତ ହେବାକୁ ଯାଉଛି ବୋଲି ସୂଚନା ମିଳିଛି। ହୁଗୁଳି ନଦୀର ତଳେ ଟନେଲ ଭିତର ଦେଇ ଏହା ଅତିକ୍ରମ କରିବ । ପ୍ରଥମ ପର୍ଯ୍ୟାୟରେ ଏହା ୧୬ କି.ମି. ରାସ୍ତା ଅତିକ୍ରମ କରିବାକୁ ଥିବାବେଳେ ୫୨୦ମିଟର ଦୀର୍ଘ ନଦୀଗର୍ଭ ତଳେ ଦୁଃସାଧ୍ୟ ଟନେଲକୁ ଅତିକ୍ରମ କରିବ। ଅବଶିଷ୍ଟ ଭାଗ ମାଟି ତଳେ ରହିଛି । ପ୍ରଥମ କରି ଏହାର ଟ୍ରାଏଲ ରନରେ ନଦୀ ତଳେ ଓଡିଶା ଓ ପଶ୍ଚିମବଙ୍ଗ ସମେତ ଜାତୀୟ ଗଣମାଧ୍ୟମ, ୱେବ ଚ୍ୟାନେଲ ଓ ୟୁଟୁବରର ପ୍ରତିନିଧିମାନେ ଯାତ୍ରା କରିବାର ସୁଯୋଗ ପାଇଥିଲେ । ଏଥିରେ ୧୪୪ଜଣ ପ୍ରତିନିଧି ଏବଂ ରେଳବିଭାଗର ଯନ୍ତ୍ରୀ, ଅଧିକାରୀ, କର୍ମଚାରୀ, ରେଳ ସୁରକ୍ଷା ବଳର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ନେଇ ଏହି ଟ୍ରେନ ଯାତ୍ରା ଆରମ୍ଭ କରିଥିଲା। ଉପରୋକ୍ତ ଅଧିକାରୀମାନେ ପ୍ରଥମେ ବନ୍ଦେ ଭାରତ ଟ୍ରେନରେ ଯାଇ କୋଲକାତାରେ ପହଞ୍ଚିଥିଲେ। ରେଳ ମନ୍ତ୍ରଣାଳୟ ଓ କେନ୍ଦ୍ର ସରକାରଙ୍କ ତତ୍ତ୍ୱାବଧାନ ତଥା ମିଳିତ ସହଯୋଗରେ ସମସ୍ତ ଆୟୋଜନ କରାଯାଇଥିଲା। ଏଥିରେ ସର୍ବକନିଷ୍ଠ ଭାବେ ସାଇକୃଷ୍ଣ ସାମିଲ ହୋଇ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri