ସ୍ବାମୀ ପ୍ରଥମ ବିବାହ କରିବା ବେଳେ ୧୧ ବର୍ଷର ଥିଲେ ଏହି ଅଭିନେତ୍ରୀ: କହିଥିଲେ ‘ ବିବାହର ଶୁଭେଚ୍ଛା ଅଙ୍କଲ’

ବମ୍ବେ: ବଲିଉଡ୍‌ର ବେବୋଙ୍କ ହାତ ଧରିବା ପୂର୍ବରୁ ନିଜଠାରୁ ବାର ବର୍ଷ ବଡ଼ ଅଭିନେତ୍ରୀ ଅମୃତା ସିଂହଙ୍କୁ ବିବାହ କରିଥିଲେ ନବାବ ସୈଫ ଅଲ୍ଲୀ ଖାନ। ଏପରିକି ସେ ବିବାହ କରିବା ସମୟରେ କରିନାଙ୍କୁ ହୋଇଥିଲା ମାତ୍ର ୧୧ବର୍ଷ। ବିବାହରେ ଯୋଗଦେଇ ‘ ବିବାହର ଶୁଭେଚ୍ଛା ଅଙ୍କଲ’ ବୋଲି ମଧ୍ୟ କରିନା ସୈଫଙ୍କୁ କହିଥିଲେ। ସେ ସମୟରେ ଉଭୟ ଭବିଷ୍ୟତରେ ଏକାଠି ହେବେ ବୋଲି ଭାବି ନ ଥାଇପାରନ୍ତି। ହେଲେ ପରବର୍ତ୍ତୀ ସମୟରେ ତାହା ସତ ହୋଇଛି। ନିଜଠାରୁ ୧୦ ବର୍ଷ ବଡ଼ ସୈଫଙ୍କୁ ନିଜର ଜୀବନସାଥୀ ରୂପେ ବାଛି ନେଇଛନ୍ତି କରିନା।

୨୦୦୪ରେ ଅମୃତାଙ୍କୁ ଛାଡ଼ପତ୍ର ଦେଇଥିଲେ ସୈଫ୍‌। ପରେ ଚଳଚ୍ଚିତ୍ର ସିଲସିଲେରେ କରିନାଙ୍କୁ ଭେଟିଥିଲେ ସେ। ଧିରେ ଧିରେ ସେମାନେ ନିକଟତର ହୋଇଥିଲେ। ୨୦୦୭ରେ ଉଭୟଙ୍କ ଅନ୍ୟଏକ ଫିଲ୍ମ ‘ଟଶନ’ ରିଲିଜ ହୋଇଥିଲା। ଏହାର ୫ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ସେମାନେ ଡେଟ୍‌ କରିଥିଲେ। ୨୦୧୨ ଅକ୍ଟୋବର ୧୬ରେ ଉଭୟ ବିବାହ କରିନେଇଥିଲେ। ଏବେ ଉଭୟ ବଲିଉଡ୍‌ର ପାଓ୍ବାର କପୁଲ। କରିନା ଦ୍ୱିତୀୟ ଥର ମା’ ହେବାକୁ ନେଇ ମଧ୍ୟ ଚର୍ଚ୍ଚାରେ ରହୁଥିଲେ। ନିକଟରେ ତାଙ୍କର ଆଉ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି।

Share