କ୍ଷମା ମାଗିଲେ ସୈଫ୍‌

ବଲିଉଡ ଅଭିନେତା ସୈଫ ଅଲୀ ଖାନ ଆଜିକାଲି ତାଙ୍କ ନୂଆ ଫିଲ୍ମକୁ ନେଇ ବିବାଦ ଘେରକୁ ଆସିଛନ୍ତି। ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ଆପତ୍ତି ଉଠିଛି। ଏହି ଫିଲ୍ମରେ ରାବଣର ଭଲ ଦିଗ ଦେଖାଯିବା ସହରାମଙ୍କ ଭାବମୂର୍ତ୍ତିକୁ ଅପମାନିତ କରିବାକୁ ଚେଷ୍ଟା କରାଯାଇଛି। ଭାଜପା ନେତା ରାମ କଦାମ କହିଛନ୍ତି ଯେ, ଫିଲ୍ମରେ ହିନ୍ଦୁ ଭାବନାକୁ ଆଘାତ ଦେଇଥିବା କୌଣସି ଦୃଶ୍ୟ ନହେବା ଉଚିତ୍‌ ଏଥି ସହିତ ରାମ କଦମ ମଧ୍ୟ ହିନ୍ଦୁ ଧର୍ମ ପ୍ରତି ଅପମାନକୁ ବରଦାସ୍ତ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏହାର ଜବାବରେ ସୈଫ କହିଛନ୍ତି, ଯଦି ମୁଁ କାହାକୁ ଆଘାତ ଦେଇଛି ତେବେ କ୍ଷମା ମାଗୁଛି। ମୋ ପାଇଁ ପ୍ରଭୁ ରାମ ସର୍ବଦା ଜଣେ ହିରୋଙ୍କ ପ୍ରତିଛବି ଭାବେ ରହିଆସିଛି। ଆଦିପୁରୁଷ ହେଉଛି ମନ୍ଦ ଉପରେ ଭଲର ବିଜୟ ଉତ୍ସବ। ଏହି ମହାନ କାହାଣୀକୁ ପରଦାରେ ରଖିବା ପାଇଁ ଆମର ପୁରା ଟିମ କାର୍ଯ୍ୟ କରୁଛି। ଆଦିପୁରୁଷ ଫିଲ୍ମରେ ବାହୁବଳୀ ସୁପରଷ୍ଟାର ପ୍ରଭାସ୍‌ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ସୈଫ୍‌ ଲଙ୍କେଶ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ପ୍ରଭାସଙ୍କୁ ରାମ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମଟି ୨୦୨୨ ଅଗଷ୍ଟ ୧୧ରେ ମୁକ୍ତିଲାଭ କରିବ।

 

 

 

 

 

 

Share