ଓଡ଼ିଆ ଭାଷାକୁ ସମୃଦ୍ଧ କରିବାରେ ସାହିତ୍ୟ ଏକାଡେମୀ ଦିଗ୍‌ଦର୍ଶକ

ଭୁବନେଶ୍ୱର,୨।୪(ବ୍ୟୁରୋ): ଓଡ଼ିଆ ଭାଷାକୁ କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ବର୍ତ୍ତମାନ ତା’ର ପ୍ରୟାସକୁ ତୀବ୍ରତର କରିଛି। ଏହାକୁ ସମୃଦ୍ଧ କରିବାରେ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଥିବାବେଳେ ସାହିତ୍ୟ ଏକାଡେମୀ ଦିଗ୍‌ଦର୍ଶକ ସାଜିଛି ବୋଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି। ଶୁକ୍ରବାର ଏକାଡେମୀ ପକ୍ଷରୁ କେଦାରନାଥ ଗବେଷଣା ପ୍ରତିଷ୍ଠାନରେ ଓଡ଼ିଶା ଦିବସ ପାଳନ ଅବସରରେ ମନ୍ତ୍ରୀ କହିଲେ, ଯେତେ ପଢିବେ, ସେତେ ଓଡ଼ିଆ ଜାଣିବେ। ପଠନ ମାଧ୍ୟମରେ କିପରି ଓଡ଼ିଆ ଭାଷା ସହ ସମ୍ପୃକ୍ତି ଯୋଡ଼ିହେବ ସେଥିପାଇଁ ଏକାଡେମୀ ଗୁରୁତ୍ୱ ଦେଇଛି। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ପାଣିଗ୍ରାହୀ ଏକାଡେମୀ ପ୍ରକାଶିତ ପୁସ୍ତକର ଇ-ବିକ୍ରୟ ଓ ଓଡ଼ିଆ ଭର୍ଚୁଆଲ ଏକାଡେମୀ ଓ୍ବେବ୍‌ ପୋର୍ଟାଲରେ ଡିଜିଟାଲ ପ୍ରକାଶନର ଶୁଭାରମ୍ଭ କରିଥିଲେ। ଏଥିସହିତ ସଦ୍ୟ ପ୍ରକାଶିତ ଦାମୋଦର ପଟ୍ଟନାୟକଙ୍କ ସଂକଳିତ ‘ସଙ୍ଗୀତ ସାଗର’, ବିଶ୍ୱନାଥ କବିରାଜକୃତ ସାହିତ୍ୟ ଦର୍ପଣମ୍‌ ଓ ରମେଶ ଚନ୍ଦ୍ର ପାଣିଙ୍କ ସମ୍ପାଦିତ ‘ବିଭୂତି ଭୂଷଣ ତ୍ରିପାଠୀ ଗଳ୍ପସମଗ୍ର’ ପୁସ୍ତକ ଗୁଡ଼ିକର ଲୋକାର୍ପଣ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଯୋଗଦେଇ କହିଲେ, ପିଲାମାନେ ଓଡ଼ିଆରେ ନ ପଢ଼ିଲେ ଓଡ଼ିଆ ଭାଷାର ଅଗ୍ରଗତି ବାଧାପ୍ରାପ୍ତ ହେବ। ଆଦିବାସୀ ଅଞ୍ଚଳର ଅଧିବାସୀ ଓଡ଼ିଆକୁ ଏକ ବିଦେଶୀ ଭାଷା ଭାବନ୍ତି। ସେହି ଅଞ୍ଚଳରେ କିପରି ଓଡ଼ିଆ ଭାଷାର ପ୍ରଚାର ପ୍ରସାର ହେବ ଓ ପାଠ୍ୟପୁସ୍ତକରେ ଗୁରୁତ୍ୱ ରହିବ, ସେଭଳି କିଛି ପଦକ୍ଷେପ ନେବା ଆବଶ୍ୟକ। ନୂଆ ଶବ୍ଦ ସୃଷ୍ଟି ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟ ପ୍ରାଧାନ୍ୟ ଦେବା ସହ ନିଜର ଏକ ଅଭିଧାନ ପ୍ରସ୍ତୁତ କରିବା ଦରକାର। ସମ୍ମାନିତ ଅତିଥି ତଥା ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କହିଲେ, ଓଡ଼ିଆ ଭାଷାକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ସଚିବ ପ୍ରବୋଧ କୁମାର ରାଉତ କହିଲେ, ଏବେ ଡିଜିଟାଲ ପ୍ରକାଶନର ଶୁଭାରମ୍ଭ ଦ୍ୱାରା ପାଠକମାନେ ୮ଟି ଇ-ଶପିଙ୍ଗ ଆପ୍‌ ଯଥା- ଆମାଜନ୍‌, ଫ୍ଲିପ୍‌କାର୍ଟ, ମିସୋ, ଇଣ୍ଡିଆମାର୍ଟ, ସ୍ନାପ୍‌ଡିଲ୍‌, ମାଇଁ ଶପିଫାଏ, ନୋଶନ୍‌ ପ୍ରେସ୍‌, ଅରେଞ୍ଜ ବୁକ୍ସ ମାଧ୍ୟମରେ ଏକାଡେମୀ ପୁସ୍ତକ କିଣି ପାରିବେ। ଏଥିସହ ଓଡ଼ିଆ ଭର୍ଚୁଆଲ ଏକାଡେମୀ ୱେବ୍‌ସାଇଟ୍‌ (ova.gov.in)ରୁ ନିଃଶୁଳ୍କ ଭାବେ ପଢ଼ିବାର ସୁଯୋଗ ପାଇପାରିବେ। ଏକାଡେମୀ ସଭାପତି ହୃଷୀକେଶ ମଲ୍ଲିକ କହିଲେ, ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାକୁ ପ୍ରଭାବଶାଳୀ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ବିମାନ, ଟ୍ରେନ ଆଦିରେ ଯାତ୍ରା ସମୟରେ ଓଡ଼ିଆ ପୁସ୍ତକ ପଢିବାର ସୁବିଧା ପାଇଁ ୬ହଜାର ଟଙ୍କାରେ ୩ହଜାର ପୁସ୍ତକ ଉପଲବ୍ଧ ପାଇଁ ରହିଥିବା ଯୋଜନା ଖୁବ୍‌ଶୀଘ୍ର ପୂରଣ ହେବାକୁ ଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ଉପସଭାପତି ସଂଗ୍ରାମ ଜେନା ଧନ୍ୟବାଦ ଦେଇଥିଲେ। ଦ୍ୱିତୀୟ ଅଧିବେଶନରେ ‘ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା: ସମସ୍ୟା ଓ ସମାଧାନ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଉତ୍କଳ ସମ୍ମିଳନୀ ସଭାପତି ଅଦ୍ୱୈତ କୁମାର ପାତ୍ର, ବରେଣ୍ୟ ଅତିଥି ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳର ସାଧାରଣ ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ ଓ ଆଲୋଚକ ସୀତାବଲ୍ଲଭ ମହାପାତ୍ର, ରାମନାରାୟଣ ମିଶ୍ର, ଉଷାରାଣୀ ମହାନ୍ତି, ବିରଜା କୁମାର ଶତପଥୀ ଯୋଗଦେଇଥିଲେ। ଡ. ଦେବାଶିଷ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୧ ବର୍ଷ ପରେ କ୍ରିକେଟ୍‌ରେ ଘଟିଲା…ଗୋଟିଏ ଦଳରେ ୩ ଭାଇ

ନୂଆଦିଲ୍ଲୀ,୧୫।୧୨: ICC ପୁରୁଷ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ନାମ୍ବିଆ ଏବଂ ଜିମ୍ବାୱେରେ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ଦେଶ ଗୋଟିଏ ପରେ ଗୋଟିଏ...

ଆଳାପ ପଠନାଭ୍ୟାସକୁ ପୁନର୍ଜୀବିତ କରିପାରେ: ତଥାଗତ

ଭୁବନେଶ୍ୱର,୧୫ା୧୨(ଜିତେନ୍ଦ୍ର କୁମାର ନାୟକ): ଆଳାପ ପଠନାଭ୍ୟାସକୁ ପୁନର୍ଜୀବିତ କରିପାରେ ବୋଲି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ରବିବାର ଦିବସବ୍ୟାପୀ ଅନୁଷ୍ଠିତ...

IND v SA, 3rd T20I: ଦକ୍ଷିଣ ଆଫ୍ରିକାକୁ ମହଙ୍ଗା ପଡିଲାକି ଗମ୍ଭୀରଙ୍କ ଚତୁର ରଣନୀତି, ହଠାତ୍…

ନୂଆଦିଲ୍ଲୀ,୧୫।୧୨: ତୃତୀୟ ଟି-୨୦ ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ ହୋଇଛି । ଅର୍ଶଦୀପ ସିଂହଙ୍କ ବୋଲିଂ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା...

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଖୋଜରେ ଚମକିଲେ ରାକେଶ

ରାଇକିଆ,୧୫।୧୨,(ପ୍ରଦୀପ ବେହେରା): ଭୁବନେଶର ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଖୋଜ କାର୍ଯ୍ୟକ୍ରମରେ ନିଜର ପ୍ରତିଭା ଦେଖାଇଛନ୍ତି କନ୍ଧମାଳ ଜିଲା ରାଇକିଆ ବିଜୟ...

Lionel Messi India Tour: ଭାରତ ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ଫୁଟବଲ କିମ୍ବଦନ୍ତୀ ମେସି

ନୂଆଦିଲ୍ଲୀ,୧୫।୧୨: ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରୁ ଜଣେ ଭାବରେ ବିବେଚିତ ଲିଓନେଲ ମେସି (GOAT Tour of India 2025), ସୋମବାର ଦିଲ୍ଲୀରେ ଅନେକ...

ଝିଅ ସୋଫିଆଙ୍କୁ ନେଇ ବାପା ମୋକିମ କହିଲେ ବିଧାୟିକା ଭାବେ ସେ…

ଭୁବନେଶ୍ୱର,୧୫ା୧୨: କଂଗ୍ରେସ ବିଧାୟିକା ତଥା ନିଜ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ମଧ୍ୟ ମୁହଁ ଖୋଲିଲେ କଂଗ୍ରେସରୁ ବହିଷ୍କୃତ ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ସେ...

କଂଗ୍ରେସରୁ ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ, କହିଲେ ମୋ’ ବିଚାରଧାରାକୁ କେହି…

ଭୁବନେଶ୍ୱର,୧୫ା୧୨: କଂଗ୍ରେସରୁ ବହିଷ୍କୃତ ପରେ ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ସେ କହିଛନ୍ତି, ମୋ’ ଚିଠିକୁ ଗୁରୁତର ସହ ନେଇଥିବାରୁ ମିଡିଆକୁ ଧନ୍ୟବାଦ...

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଥର ରନ ଆଉଟ ହୋଇଥିବା ୫ ଜଣ ବ୍ୟାଟସମ୍ୟାନ: ଏହି ଭାରତୀୟ ଖେଳାଳି ୫୩ ଥର ହୋଇଛନ୍ତି ରନ ଆଉଟ

ନୂଆଦିଲ୍ଲୀ,୧୫।୧୨: ରନ ଆଉଟ ହେବା କ୍ରିକେଟର ସବୁଠାରୁ ହତାଶାଜନକ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ, ଏବଂ କେତେକ ସମୟରେ, ବ୍ୟାଟସମ୍ୟାନମାନେ ଗୋଟିଏ ବଲ ମଧ୍ୟ ନ ଖେଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri