Posted inଜାତୀୟ

ଡେଟା କେବୁଲରେ ଗଳାଚିପି ନିକିଙ୍କୁ ହତ୍ୟା କରିଥିଲେ ସାହିଲ

ନୂଆଦିଲ୍ଲୀ, ୧୬।୨: ଦିଲ୍ଲୀର ଏକ ରେଷ୍ଟୁରାଣ୍ଟ ଫ୍ରିଜର ଭିତରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ଗିରଫ ସାହିଲଙ୍କୁ ଦିଲ୍ଲୀର ଏକ କୋର୍ଟ ୫ ଦିନିଆ ରିମାଣ୍ଡରେ ପଠାଇଛି। ବାହାଘରର ୩ ଘଣ୍ଟା ପୂର୍ବରୁ ସାହିଲ ତାଙ୍କ ଲିଭ୍‌-ଇନ୍‌ ପାର୍ଟନର ନିକି ଯାଦବଙ୍କୁ ହତ୍ୟା କରିଥିବା ପୋଲିସ କହିଛି। ସାହିଲ ନିକିଙ୍କୁ ବିବାହ ପ୍ରତିଶ୍ରୁତି ଦେଇଥିଲେ ହେଁ ଘରଲୋକ ଠିକ୍‌ କରିଥିବା ଅନ୍ୟ ଜଣେ ଯୁବତୀଙ୍କୁ ସେ ବାହା ହେବାଲାଗି ରାଜି ହୋଇଥିଲେ। ସାହିଲ କିନ୍ତୁ ଏ ବିଷୟରେ ନିକିଙ୍କୁ ଜଣାଇ ନ ଥିଲେ। ବାହାଘରର ଗୋଟିଏ ଦିନ ପୂର୍ବରୁ ସାହିଲଙ୍କର ଅନ୍ୟ ଜଣକ ସହ ନିର୍ବନ୍ଧ ହୋଇସାରିଥିବା ପ୍ରେମିକା ନିକି ଜାଣିବାକୁ ପାଇଥିଲେ। ବାହାଘର ଦିନ ହିଁ ନିକି ସାହିଲଙ୍କୁ ଦେଖା କରିଥିଲେ। କାର୍‌ରେ ଦୁହେଁ ବସି କଥା ହେଉଥିବାବେଳେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସାହିଲ ରାଗିଯାଇ ଡେଟା କେବୁଲ୍‌ରେ ନିକିଙ୍କ ଗଳାଚିପି ହତ୍ୟା କରିଥିଲେ। ଏହାପରେ ସାହିଲ ମୃତଦେହକୁ ତାଙ୍କ ରେଷ୍ଟୁରାଣ୍ଟ ଫ୍ରିଜର ଭିତରେ ଲୁଚାଇ ଦେଇଥିଲେ।

ସାଉଥ୍‌-ଓ୍ବେଷ୍ଟ ଦିଲ୍ଲୀସ୍ଥିତ ନିଜ ଘରେ ଏକୁଟିଆ ରହୁଥିବାବେଳେ ତାଙ୍କ ପରିବାର ଲୋକେ ହରିୟାଣାରେ ଥିଲେ। ନିକି ଘରକୁ ନ ଫେରିବା ଦେଖି ତାଙ୍କ ପଡ଼ୋଶୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ପରେ ନିକିଙ୍କ ମୃତଦେହ ପୋଲିସ ମଙ୍ଗଳବାର ସାହିଲଙ୍କ ରେଷ୍ଟୁରାଣ୍ଟ ଫ୍ରିଜର ଭିତରୁ ପାଇଥିଲା। ୨୪ ବର୍ଷୀୟ ଫାର୍ମା ଗ୍ରାଜୁଏଟ୍‌ ସାହିଲ ଏକବର୍ଷ ଧରି ନିକିଙ୍କ ସହ ଲିଭ୍‌ଇନ୍‌ ରିଲେସନ୍‌ଶିପ୍‌ରେ ଥିଲେ। ଦୁହେଁ ଏକାଠି ମେଡିକାଲ ଏଣ୍ଟ୍ରାନ୍ସ ଏଗ୍‌ଜାମ୍‌ ପାଇଁ ପ୍ରସ୍ତୁତ ହେଉଥିବାବେଳେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଫେବୃୟାରୀ ୯ରେ କିନି ତାଙ୍କ ଘରକୁ ଯାଉଥିବାର ଏକ ଭିଡିଓ ପୋଲିସ ହାତକୁ ଲାଗିଛି। ନିକିଙ୍କ ବାପା ସୁନୀଲ ଯାଦବ ସାହିଲଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ନେଇ ଦାବି କରିଛନ୍ତି। ସାହିଲଙ୍କ କାର୍‌ ଜବତ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri