ଚରିତ୍ରକୁ ସନ୍ଦେହ କରି ପତ୍ନୀଙ୍କ ସହ ୩ ପିଲାଙ୍କୁ ଗୁଳି କରି ହତ୍ୟା କଲେ ଭାଜପା ନେତା, ଘଟଣା ଦିନ… 

ଲକ୍ଷ୍ନୌ,୨୩।୩: ଉତ୍ତରପ୍ରଦେଶ ଶାହାରନପୁରର ସଂଠେଡା ଗ୍ରାମରେ ଶନିବାର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ନିଜ ପିଲାମାନଙ୍କୁ ହତ୍ୟା କରିଛନ୍ତି। ପ୍ରଥମେ ସେ ତାଙ୍କ ସ୍ତ୍ରୀଙ୍କ ଉପରେ ଗୁଳି ଚଳାଇବା ପରେ ପିଲାମାନଙ୍କୁ ଗୁଳି କରିଥିଲେ। ତେବେ ବ୍ୟକ୍ତିଙ୍କ ନାମ ଯୋଗେଶ ରୋହିଲା ହୋଇଥିବା ବେଳେ ସେ ଜଣେ ଭାଜପା ନେତା ବୋଲି ଜଣାପଡ଼ିଛି। ମୃତକମାନେ ହେଲେ ପତ୍ନୀ ନେହା, ପୁଅ ଦେବାଂଶ ଏବଂ ଶିବାଂଶ, ଝିଅ ଶ୍ରଦ୍ଧା। ଏହି ଗୁଳିକାଣ୍ଡରେ  ସମସ୍ତ ୩ ପିଲାଙ୍କ ମୃତ୍ୟୁ ଘଟିଛି। ପତ୍ନୀ ନେହା ଚଣ୍ଡିଗଡ଼ର ପିଜିଆଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ପୋଲିସ ପଚରାଉଚରା ସମୟରେ ଅଭିଯୁକ୍ତ ଯୋଗେଶ କହିଛନ୍ତି ଯେ, ସେ ତାଙ୍କ ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ। ନେହାଙ୍କର ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଥିବାର ସୂଚନା ତାଙ୍କୁ ମିଳିଥିଲା। ଏହି ପ୍ରସଙ୍ଗରେ ଅନେକ ଥର ତାଙ୍କର ତାଙ୍କ ସ୍ତ୍ରୀଙ୍କ ସହ ଯୁକ୍ତିତର୍କ ଏବଂ ଝଗଡ଼ା ହୋଇଥିଲା। ଏହି ବିଷୟକୁ ନେଇ ସେ ବହୁତ ଦିନ ଧରି ଚାପରେ ଥିଲେ। ଶନିବାର ଦିନ ଯେତେବେଳେ ସେ ଘରେ ଥିଲେ, ତାଙ୍କ ସ୍ତ୍ରୀ ଏକ ରୋମାଣ୍ଟିକ ଗୀତ ଗାଉଥିଲେ। ସେହି ଗୀତ ଶୁଣିବା ପରେ ଯୋଗେଶ ନେହାଙ୍କ ସହ ଯୁକ୍ତିତର୍କ କରିବା ଆରମ୍ଭ କରିଦେଲେ। ଏହାପରେ ଯୋଗେଶ ନିଜେ ତାଙ୍କର ତିନି ପିଲା, ଝିଅ ଶ୍ରଦ୍ଧା, ପୁଅ ଦେବାଂଶ ଏବଂ ଶିବଂଶଙ୍କୁ ଅପରାହ୍ନ ପ୍ରାୟ ୧୨:୩୦ ସମୟରେ ସ୍କୁଲରୁ ଆଣିଥିଲେ। ଘରକୁ ଫେରିବା ପରେ ସେ ତାଙ୍କ ସ୍ତ୍ରୀଙ୍କ ସହ ଝଗଡ଼ା ହୋଇଥିଲା। ଯୋଗେଶଙ୍କ ତାଙ୍କ ସ୍ତ୍ରୀ ପ୍ରତି ରାଗ ଏତେ ବଢ଼ଯାଇଥିଲା ଯେ ସେ ନେହାଙ୍କ ମୁଣ୍ଡକୁ ତାଙ୍କର ଲାଇସେନ୍ସପ୍ରାପ୍ତ ପିସ୍ତଲରେ ଗୁଳି ଚଳାଇଲେ। ଏହି ଦୃଶ୍ୟ ଦେଖି ଉକ୍ତ କୋଠରୀରେ ଥିବା ପିଲାମାନେ ଚିତ୍କାର କରିବାକୁ ଲାଗିଥିଲେ। ଏହାପରେ ସେ ତାଙ୍କ ଝିଅ ଶ୍ରଦ୍ଧା, ପୁଅ ଦେବାଂଶ ଏବଂ ଶିବାଂଶଙ୍କ ଉପରେ ମଧ୍ୟ ଗୁଳି ଚଳାଇଥିଲେ।
ଚାରି ଜଣଙ୍କୁ ଗୁଳି କରିବା ପରେ ଯୋଗେଶ ନିଜେ ପୋଲିସକୁ ତାଙ୍କ କାର୍ଯ୍ୟ ବିଷୟରେ ଜଣାଇଥିଲେ। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୋଗେଶଙ୍କୁ ହେପାଜତକୁ ନେଇ ତାଙ୍କ ପିସ୍ତଲ ଜବତ କରିଥିଲା। ତେବେପଚରାଉଚରା ସମୟରେ ପୋଲିସକୁ କହିଥିଲେ ଯେ ତାଙ୍କ ସ୍ତ୍ରୀଙ୍କୁ ଗୁଳି କରିବା ପରେ ସେ ପିଲାମାନଙ୍କୁ ହତ୍ୟା କରିଥିଲେ କାରଣ ସେ ପରେ ସେମାନଙ୍କ ସହିତ କ’ଣ ହେବ ସେ ବିଷୟରେ ଚିନ୍ତିତ ଥିଲେ। ଏପରିକି ସେ ନିଜକୁ ଗୁଳି କରିବାକୁ ଭାବିଥିଲେ। ହେଲେ ସେ ଗୁଳି କରି ଆତ୍ମହତ୍ୟା କରିବାକୁ ଭୟ କରୁଥିଲେ। ବର୍ତ୍ତମାନ ପୋଲିସ ଅଭିଯୁକ୍ତ ଭାଜପା ନେତା ଯୋଗେଶଙ୍କୁ ପଚରାଉଚରା କରୁଛି। ଏହା ବ୍ୟତୀତ ଯୋଗେଶଙ୍କ ତିନି ପିଲାଙ୍କ ମୃତଦେହର ପୋଷ୍ଟମର୍ଟମ କରାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri