Sahara Refund: ଫେରିବ ସାହାରା ଟଙ୍କା, ନୂଆ ଲିଷ୍ଟ ଜାରି କଲା କମ୍ପାନୀ, ଆପଣଙ୍କର ଅଛି କି ନାଁ

ନୂଆଦିଲ୍ଲୀ,୧୪।୩:ସାହାରା ଇଣ୍ଡିଆରେ ନିବେଶ କରିଥିବା ନିବେଶକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏହି ନିବେଶ କମ୍ପାନୀର ନିବେଶ କରିଥିବା ବ୍ୟକ୍ତିଙ୍କୁ ଖୁବଶୀଘ୍ର ଟଙ୍କା ମିଳିବାକୁ ଯାଉଛି । ପୂର୍ବରୁ କିଛି ନିବେଶକଙ୍କୁ ଟଙ୍କା ମିଳିଥିବା ବେଳେ ଏବେ ଆଉ କିଛି ନିବେଶକଙ୍କୁ ମିଳିବାକୁ ଯାଉଛି ସାହାର ଟଙ୍କା । ନୂଆ ଲିଷ୍ଟ ଜାରି କରାଯାଇଥିବା ନେଇ ସୂଚନା ମିଳିଛି । ସାହାରା ଇଣ୍ଡିଆର ରିଫଣ୍ଡ ପୋର୍ଟାଲରେ ଆପଣ ନିଜର ଆପ୍ଲିକେଶନ ଷ୍ଟାଟସ ଚେକ କରିପାରିବେ ।

Sahara Payment: ସାହାରା ଇଣ୍ଡିଆର ରିଫଣ୍ଡ ପୋର୍ଟାଲରେ ନୂଆ ପେମେଣ୍ଟ ଲିଷ୍ଟ ଜାରି କରିଛି କମ୍ପାନୀ । ଏହି ଲିଷ୍ଟରେ ଆପଣଙ୍କ ନାମ ଅଛି କି ନାହିଁ ତାହା ଯାଞ୍ଚ କରନ୍ତୁ । ଯଦି ଆପଣ ମଧ୍ୟ ରିଫଣ୍ଡ ପାଇବାକୁ ଆବେଦନ କରିଥିଲେ, ତେବେ ଆପଣ ଏହି ଲିଷ୍ଟ ତୁରନ୍ତ ଚେକ କରିବା ଆବଶ୍ୟକ । ଏହି ଖବର ଏବେ ପ୍ରାୟ ୧୦ କୋଟି ସାହାରା ନିବେଶକଙ୍କୁ ଖୁସି ଖବର ଦେବାକୁ ଯାଉଛି । ଖୁବଶୀଘ୍ର ସେମାନଙ୍କ ଟଙ୍କା ସେମାନଙ୍କୁ ଫେରାଇ ଦିଆଯିବ । ପୂର୍ବରୁ ଫେବୃଆରୀ ମାସ ଶେଷ ସୁଦ୍ଧା ୧୨ ଲକ୍ଷ ୯୭ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇସାରିଛି ୨୩୧୪ କୋଟି ଟଙ୍କା ।

ସାହାରା ଇଣ୍ଡିଆ ପକ୍ଷରୁ ରିଫଣ୍ଡ ପୋର୍ଟାଲ ପୂର୍ବରୁ ଆରମ୍ଭ କରାଯାଇ ସାରିଛି । ଯେଉଁଥିରେ ଲୋକେ ସେମାନଙ୍କ ଜମା ଟଙ୍କା ଫେରିପାଇବା ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାଇପାରୁଛନ୍ତି । ସାହାରା ଇଣ୍ଡିଆରେ ନିବେଶ କରି ଟଙ୍କା ଫେରି ପାଇନଥିଲେ ନିବେଶକ । ଏବେ ଟଙ୍କା ପାଇବା ପ୍ରକ୍ରିୟା ଧିରେ ଧିରେ ଜାରି ରହିଛି ।

Sahara Payment List: ସାହାରା ଇଣ୍ଡିଆ ଏକ ବଡ଼ ନବେଶ କମ୍ପାନୀ ଥିଲା । ଯେଉଠିଁ ଅନେକ ଲୋକ ନିବେଶ କରିଥିଲେ । ବର୍ତ୍ତମାନ ପାଇଁ କେବଳ ୪ଟି ସ୍କିମରେ ନିବେଶ କରିଥିବା ଲୋକଙ୍କୁ ଟଙ୍କା ଫରେସ୍ତ କରାଯାଉଛି । ସେଗୁଡିକ ହେଉଛି ସାହାରା କ୍ରେଡିଟ କୋ. ଅପରେଟିଭ ସୋସାଇଟି ଲିମିଟେଡ, ସାହାରାୟାନ ୟୁନିଭର୍ସାଲ ମଲ୍ଟିପର୍ପଜ ସୋସାଇଟି ଲିମିଟେଡ, ହମାରା ଇଣ୍ଡିଆ କ୍ରେଡିଟ କୋପରେଟିଭ ସୋସାଇଟି ଲିମିଟେଡ ଓ ଷ୍ଟାର୍ଟ ମଲ୍ଟିପର୍ପଜ କୋପରେଟିଭ ସୋସାଇଟି ଲିମିଟେଡ୍ରେ ନିବେଶ କରିଥିବା ନିବେଶକଙ୍କୁ ଟଙ୍କା ଫେରସ୍ତ କରାଯିବ ।

ଆପଣ ବି ନିବେଶ ଟଙ୍କା ଫେରସ୍ତ ପାଇବାକୁ ଚାହୁଁଥିଲେ, ଏହାର ଅଫିସିଆଲ ୱେବସାଇଟ ଭିଜିଟ କରିବାକୁ ହେବ । ଏଠାରେ ରିଫଣ୍ଡ ପୋର୍ଟାଲରେ କ୍ଲିକ କରି ତଥ୍ୟ ପାଇପାରିବେ । ଏହାପରେ ଏକ ଫର୍ମ ଫିଲ୍ପ କରି ସବମିଟ ଉପରେ କ୍ଲିକ କରନ୍ତୁ । ଏଭଳି ଭାବରେ ସମସ୍ତ ଆବେଦନକାରୀ ନିବେଶ ଟଙ୍କା ଫେରି ପାଇବେ ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri