Sahara Refund: ଫେରିବ ସାହାରା ଟଙ୍କା, ନୂଆ ଲିଷ୍ଟ ଜାରି କଲା କମ୍ପାନୀ, ଆପଣଙ୍କର ଅଛି କି ନାଁ

ନୂଆଦିଲ୍ଲୀ,୧୪।୩:ସାହାରା ଇଣ୍ଡିଆରେ ନିବେଶ କରିଥିବା ନିବେଶକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏହି ନିବେଶ କମ୍ପାନୀର ନିବେଶ କରିଥିବା ବ୍ୟକ୍ତିଙ୍କୁ ଖୁବଶୀଘ୍ର ଟଙ୍କା ମିଳିବାକୁ ଯାଉଛି । ପୂର୍ବରୁ କିଛି ନିବେଶକଙ୍କୁ ଟଙ୍କା ମିଳିଥିବା ବେଳେ ଏବେ ଆଉ କିଛି ନିବେଶକଙ୍କୁ ମିଳିବାକୁ ଯାଉଛି ସାହାର ଟଙ୍କା । ନୂଆ ଲିଷ୍ଟ ଜାରି କରାଯାଇଥିବା ନେଇ ସୂଚନା ମିଳିଛି । ସାହାରା ଇଣ୍ଡିଆର ରିଫଣ୍ଡ ପୋର୍ଟାଲରେ ଆପଣ ନିଜର ଆପ୍ଲିକେଶନ ଷ୍ଟାଟସ ଚେକ କରିପାରିବେ ।

Sahara Payment: ସାହାରା ଇଣ୍ଡିଆର ରିଫଣ୍ଡ ପୋର୍ଟାଲରେ ନୂଆ ପେମେଣ୍ଟ ଲିଷ୍ଟ ଜାରି କରିଛି କମ୍ପାନୀ । ଏହି ଲିଷ୍ଟରେ ଆପଣଙ୍କ ନାମ ଅଛି କି ନାହିଁ ତାହା ଯାଞ୍ଚ କରନ୍ତୁ । ଯଦି ଆପଣ ମଧ୍ୟ ରିଫଣ୍ଡ ପାଇବାକୁ ଆବେଦନ କରିଥିଲେ, ତେବେ ଆପଣ ଏହି ଲିଷ୍ଟ ତୁରନ୍ତ ଚେକ କରିବା ଆବଶ୍ୟକ । ଏହି ଖବର ଏବେ ପ୍ରାୟ ୧୦ କୋଟି ସାହାରା ନିବେଶକଙ୍କୁ ଖୁସି ଖବର ଦେବାକୁ ଯାଉଛି । ଖୁବଶୀଘ୍ର ସେମାନଙ୍କ ଟଙ୍କା ସେମାନଙ୍କୁ ଫେରାଇ ଦିଆଯିବ । ପୂର୍ବରୁ ଫେବୃଆରୀ ମାସ ଶେଷ ସୁଦ୍ଧା ୧୨ ଲକ୍ଷ ୯୭ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇସାରିଛି ୨୩୧୪ କୋଟି ଟଙ୍କା ।

ସାହାରା ଇଣ୍ଡିଆ ପକ୍ଷରୁ ରିଫଣ୍ଡ ପୋର୍ଟାଲ ପୂର୍ବରୁ ଆରମ୍ଭ କରାଯାଇ ସାରିଛି । ଯେଉଁଥିରେ ଲୋକେ ସେମାନଙ୍କ ଜମା ଟଙ୍କା ଫେରିପାଇବା ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାଇପାରୁଛନ୍ତି । ସାହାରା ଇଣ୍ଡିଆରେ ନିବେଶ କରି ଟଙ୍କା ଫେରି ପାଇନଥିଲେ ନିବେଶକ । ଏବେ ଟଙ୍କା ପାଇବା ପ୍ରକ୍ରିୟା ଧିରେ ଧିରେ ଜାରି ରହିଛି ।

Sahara Payment List: ସାହାରା ଇଣ୍ଡିଆ ଏକ ବଡ଼ ନବେଶ କମ୍ପାନୀ ଥିଲା । ଯେଉଠିଁ ଅନେକ ଲୋକ ନିବେଶ କରିଥିଲେ । ବର୍ତ୍ତମାନ ପାଇଁ କେବଳ ୪ଟି ସ୍କିମରେ ନିବେଶ କରିଥିବା ଲୋକଙ୍କୁ ଟଙ୍କା ଫରେସ୍ତ କରାଯାଉଛି । ସେଗୁଡିକ ହେଉଛି ସାହାରା କ୍ରେଡିଟ କୋ. ଅପରେଟିଭ ସୋସାଇଟି ଲିମିଟେଡ, ସାହାରାୟାନ ୟୁନିଭର୍ସାଲ ମଲ୍ଟିପର୍ପଜ ସୋସାଇଟି ଲିମିଟେଡ, ହମାରା ଇଣ୍ଡିଆ କ୍ରେଡିଟ କୋପରେଟିଭ ସୋସାଇଟି ଲିମିଟେଡ ଓ ଷ୍ଟାର୍ଟ ମଲ୍ଟିପର୍ପଜ କୋପରେଟିଭ ସୋସାଇଟି ଲିମିଟେଡ୍ରେ ନିବେଶ କରିଥିବା ନିବେଶକଙ୍କୁ ଟଙ୍କା ଫେରସ୍ତ କରାଯିବ ।

ଆପଣ ବି ନିବେଶ ଟଙ୍କା ଫେରସ୍ତ ପାଇବାକୁ ଚାହୁଁଥିଲେ, ଏହାର ଅଫିସିଆଲ ୱେବସାଇଟ ଭିଜିଟ କରିବାକୁ ହେବ । ଏଠାରେ ରିଫଣ୍ଡ ପୋର୍ଟାଲରେ କ୍ଲିକ କରି ତଥ୍ୟ ପାଇପାରିବେ । ଏହାପରେ ଏକ ଫର୍ମ ଫିଲ୍ପ କରି ସବମିଟ ଉପରେ କ୍ଲିକ କରନ୍ତୁ । ଏଭଳି ଭାବରେ ସମସ୍ତ ଆବେଦନକାରୀ ନିବେଶ ଟଙ୍କା ଫେରି ପାଇବେ ।


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri