Posted inଖେଳ

କପ୍‌ ଜିତିବାକୁ ଚେଷ୍ଟା କରନି,ବଲ୍‌କୁ କିପରି ହିଟ୍‌ କରିବ ନଜର ରଖ; ଟିମ୍‌ ଇଣ୍ଡିଆକୁ କିଛି ଏପରି ଗୁରୁମନ୍ତ୍ର ଦେଲେ ସଦଗୁରୁ

ନୂଆଦିଲ୍ଲୀ,୧୭।୧୧: ବିଶ୍ୱକପ ଫାଇନାଲରେ ଏଣ୍ଟ୍ରି କରିଛି ଭାରତ।  ନଭେମ୍ବର ୧୯ରେ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି ଭାରତ। ତେବେ ଫାଇନାଲକୁ ନେଇ ସାରା ଦେଶ ଉତ୍ସାହିତ ଥିବାବେଳେ ସୋସିଆଲ ମିଡିଆରେ ମେନ ଇନ ବ୍ଲୁ ଟ୍ରେଣ୍ଡ କରିବାରେ ଲାଗିଛି। ରବିବାର ହେବାକୁ ଥିବା ମ୍ୟାଚ ଜିତିବ କି ନାହିଁ ଏହି ପ୍ରଶ୍ନର ରୋଚକ ଜବାବ ଦେଇଛନ୍ତି ସଦଗୁର।

 

View this post on Instagram

 

A post shared by Sadhguru (@sadhguru)

ସଦଗୁରୁଙ୍କର ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରାଯାଇଛି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଉଛି କି, ଜଣେ ବ୍ୟକ୍ତି ଭାରତ ମ୍ୟାଚ କିପରି ଜିତିବ ଏନେଇ ସଦଗୁରୁଙ୍କୁ ପରାମର୍ଶ ମାଗିଛନ୍ତି। ଏହି ପ୍ରଶ୍ନରେ ସଦଗୁରୁ ଖାସ ଅନ୍ଦାଜରେ ଉତ୍ତର ରଖିଛନ୍ତି। ସଦଗୁରୁ କହିଛନ୍ତି, କପ ଜିତିବା ପାଇଁ ଚେଷ୍ଟା କର ନାହିଁ। କେବଳ ବଲ୍‌କୁ ଲ୍ୟ କରି ହିଟ୍‌ କର। ଯଦି ଆଣ ୧୦୦କୋଟି ଲୋକଙ୍କ ବିଷୟରେ ଭାବିବେ ଯେଉଁମାନେ କପ ପାଇଁ ଆପଣଙ୍କ ପଛରେ ଛିଡା ହୋଇଛନ୍ତି। ତେବେ ଆପଣ ବଲ୍‌କୁ ମିସ କରିଦେବେ। କିଛି ବି କାଳ୍ପନିକ ଜିନିଷ ବିଷୟରେ ଭାବିଲେ ଯାହା ବିଶ୍ୱକପ ଜିତିବା ପରେ ହୋଇଥାଏ ତାହେଲେ ବଲ ସିଧା ଓ୍ବିକେଟରେ ଯାଇ ବାଜିବ।
ସେ ଆହୁରି କହିଛନ୍ତି, ମ୍ୟାଚ ଜିତିବାକୁ ହେଲେ ବୋଲିଂ କିପରି କରିବେ। ବିପକ୍ଷ ଟିମ୍‌ର କିପରି ଓ୍ବିକେଟ ନେବେ ସେ ବିଷୟରେ ଚିନ୍ତା କରନ୍ତୁ। ବିଶ୍ୱକପ ବିଷୟରେ ଭାବିଲେ ବିଶ୍ୱକପରୁ ହିଁ ନକ ଆଉଟ୍‌ ହୋଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri