ଶିଶୁପୁତ୍ରଙ୍କୁ ବଳି ଉଦ୍ୟମ ଚର୍ଚ୍ଚା

ଉଦଳା,୧୫ା୨(ସନ୍ତୋଷ କୁମାର ବାଚ୍ଛିନୀ)୭ବର୍ଷର ଶିଶୁପୁତ୍ରଙ୍କୁ ମା’ ବାପା ବଳି ଦେବା ପାଇଁ ଆଣିଥିଲେ। ହେଲେ ବଳି ପୂର୍ବରୁ ଶିଶୁପୁତ୍ର ଜଣକ କୌଶଳକ୍ରମେ ସେଠାରୁ ଖସିଯାଇଥିଲେ। ପରେ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ମା’ ବାପା ରାତି ସାରା ଜଙ୍ଗଲରେ ଲୁଚି ରହିଥିଲେ। ଶେଷରେ ଗ୍ରାମବାସୀ ଉଭୟଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ପୋଲିସ ସେମାନଙ୍କୁ ଫାଣ୍ଡିରେ ଅଟକ ରଖି ତଦନ୍ତ ଜାରି ରଖିଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା କୁକୁନ୍ଦରାଣୀ ହୁଡ଼ି ନିକଟରେ ା ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଉଦଳା ଥାନା ଛୋଟରାୟପୁର ଅଞ୍ଚଳର ଏକ ଦମ୍ପତି ନିଜର ପୁଅକୁ ମାମୁଘରକୁ ବୁଲାଇ ନେବାକୁ କହି ସାଙ୍ଗରେ ଧରି କପ୍ତିପଦା ଥାନା ନୁଦଡିହା ଅଞ୍ଚଳକୁ ଆସିଥିଲେ। ବିଳମ୍ବିତ ରାତିରେ କୁକୁନ୍ଦରାଣୀ ହୁଡିକୁ ନେଇ ସେଠାରେ ପୁଅକୁ ବଳି ଦେବାକୁ ଉଦ୍ୟମ କରିଥିଲେ। ଶିଶୁପୁତ୍ର ଜଣକ କୌଣସି ପ୍ରକାରେ ସେଠାରୁ ଖସି ଆସି ସ୍ଥାନୀୟ କେତେଜଣ ଯୁବକଙ୍କ ନିକଟରେ ପହଞ୍ଚତ୍ ତାଙ୍କ ମା’ ବାପା ତାଙ୍କୁ ବଳି ଦେବାକୁ ଉଦ୍ୟମ କରୁଥିଲେ ବୋଲି କହିଥିଲେ। ଯୁବକମାନେ ମା’ ବାପାଙ୍କୁ ଖୋଜିପାଇବା ପରେ ଅଟକାଇବାକୁ ଚେଷ୍ଟା କରିବାରୁ ସେମାନେ ଅନ୍ଧାରର ସୁଯୋଗ ନେଇ ସେଠାରୁ ଖସି ଚାଲିଯାଇଥିଲେ। ରାତିତମାମ ନିକଟସ୍ଥ ହାଣ୍ଡିଫୁଟା ଜଙ୍ଗଲରେ ଉଭୟ ସ୍ତ୍ରୀ ସ୍ବାମୀ ଲୁଚି ରହିଥିଲେ। ବୁଧବାର ମଧ୍ୟାହ୍ନରେ ସ୍ଥାନୀୟ ଲୋକେ ଉଭୟଙ୍କୁୁ ହାଣ୍ଡିଫୁଟା ଅଞ୍ଚଳରୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ନୁଦଡିହା ଫାଣ୍ଡି ପୋଲିସ ପହଞ୍ଚତ୍ ଉଭୟଙ୍କୁ ହେପାଜତକୁ ନେଇଥିଲା। ଉଦ୍ଧାର ଶିଶୁପୁତ୍ର ସ୍ଥାନୀୟ ଯୁବକଙ୍କ ପାଖରେ ରହିଥିବା ଜଣାପଡ଼ିଛି। ତେବେ ଫାଣ୍ଡିରେ ଅଟକ ଥିବା ଦମ୍ପତି କେଉଁ କାରଣ ପାଇଁ ନିଜ ଜନ୍ମ କଲା ପୁଅକୁ ବଳି ଦେବାକୁ ନେଇଥିଲେ ପୋଲିସ ତାହାର ଖୋଳତାଡ଼ କରୁଛି। ଉଦଳା ଥାନା ଅଧିକାରୀ ବନମାଳୀ ବାରିକ ଏହି ବଳି ଘଟଣାକୁ ଅସ୍ବୀକାର କରିଥିବା ବେଳେ ଉକ୍ତ ଦମ୍ପତି ମାତ୍ରାଧିକ ନିଶାସକ୍ତ ହୋଇ ପଡ଼ିଥିବାରୁ ନାବାଳକ ଜଣକ ସେଠାରୁ ଭୟରେ ଖସି ଆସିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri