Posted inଫୁରସତ

ସହସ୍ରଲିଙ୍ଗର ପବିତ୍ରସ୍ଥଳ

ଉଭୟ ମୂର୍ତ୍ତି ଓ ଲିଙ୍ଗ ରୂପରେ ପୂଜା ପାଆନ୍ତି ଦେବଦେବ ମହାଦେବ । ଶିବଲିଙ୍ଗର ଶାବ୍ଦିକ ଅର୍ଥ କହିଲେ ‘ଶିବ’ ଅର୍ଥ ‘ପରମ କଲ୍ୟାଣକାରୀ’ ଓ ଲିଙ୍ଗର ଅର୍ଥ ‘ପ୍ରତୀକ’। ତେଣୁ ଶିବ ଲିଙ୍ଗର ଅର୍ଥ ହେଉଛି ଶିବଙ୍କ ପ୍ରତୀକ। ତେଣୁ ଶିବଲିଙ୍ଗ ପୂଜା କରିବା ସମସ୍ତ ବ୍ରହ୍ମାଣ୍ଡର ପୂଜା କରିବା ସହ ସମାନ। ତେବେ ଏମିତି ବି ସ୍ଥାନ ଅଛି ଯେଉଁଠି ଗୋଟିଏ କି ଦୁଇଟି ନୁହେଁ ବରଂ ସହସ୍ରାଧିକ ଶିବଲିଙ୍ଗ ଅଛି । ଲୋକେ ସେଠାକୁ ଯାଆନ୍ତି ସେହି ଅଦ୍ଭୁତ ଦୃଶ୍ୟ ଦେଖିବା ସହ ଶିବଲିଙ୍ଗ ପୂଜା କରିବା ପାଇଁ…

ସିର୍‌ସିସ୍ଥ ସହସ୍ରଲିଙ୍ଗ: କର୍ନାଟକର ଉତ୍ତର କନ୍ନଡସ୍ଥ ସିର୍‌ସି ଠାରୁ ୧୪ କି.ମି.ଦୂରରେ ଅଛି ଏକ ତୀର୍ଥସ୍ଥଳୀ। ଯାହାକି ଏଠାକାର ଶଲ୍‌ମଲା ନଦୀରେ ଅବସ୍ଥିତ। ଏହି ସ୍ଥାନର ବିଶେଷତ୍ୱ ହେଉଛି ଯେ, ଏଠାରେ ସହସ୍ରାଧିକ ତଥା ପ୍ରାୟ ଏକ ହଜାର ଲିଙ୍ଗ ଦେଖିବାକୁ ମିଳେ। ଯାହାକି ନଦୀ ଭିତର ଓ ନଦୀକୂଳରେ ଥିବା ଛୋଟବଡ଼ ପଥର ଉପରେ ଦେଖିବାକୁ ମିଳେ। ଏଠାରେ ସହସ୍ରଲିଙ୍ଗ ନାମକ ମନ୍ଦିର ବି ଅଛି। ଏଠାକାର ଗୋଟେ ଗୋଟେ ପଥରରେ ଏକାଧିକ ଲିଙ୍ଗ ବି ଦେଖିବାକୁ ମିଳେ।
ଏହି ସହସ୍ରଲିଙ୍ଗ ପଛରେ ରହିଛି ଏକ ପୌରାଣିକ କଥା। କୁରୁକ୍ଷେତ୍ର ଯୁଦ୍ଧ ପରେ ଶ୍ରୀକୃଷ୍ଣ ପାଣ୍ଡବଙ୍କୁ ରାଜସୂୟ ଯଜ୍ଞ କରିବା ପାଇଁ କହିଥିଲେ। ଆଉ ଏଥିପାଇଁ ପୁଷ୍ପ ମୃଗ ଆଣିବାକୁ ପରାମର୍ଶ ଦେଇଥିଲେ। ଭୀମ ଏହାକୁ ଆଣିବା ଲାଗି ମହେନ୍ଦ୍ରଗିରି ଅଭିମୁଖେ ଯାତ୍ରା ଆରମ୍ଭ କଲେ। ଗଲାବେଳେ ଭୀମ ଦେଖିଲେ ହନୁମାନ ରାସ୍ତା ମଝିରେ ବିଶ୍ରାମ ନେଉଛନ୍ତି। ତାଙ୍କ ଲାଞ୍ଜକୁ ପାର ହେବା ତାଙ୍କପକ୍ଷେ କଷ୍ଟକର ହୋଇଗଲା। ତେଣୁ ସେ ହନୁମାନଙ୍କୁ ଅନୁରୋଧ କଲେ ଲାଞ୍ଜ ଘୁଞ୍ଚାଇବାକୁ। ହନୁମାନ କିନ୍ତୁ ଭୀମଙ୍କୁ ତାଙ୍କ ଲାଞ୍ଜ ଘୁଞ୍ଚାଇବାକୁ କହିଲେ। ହେଲେ ସେ ଇଞ୍ଚେ ବି ଘୁଞ୍ଚେଇପାରିଲେ ନାହିଁ। ପରେ ଦୁହେଁ ନିଜ ନିଜର ଶକ୍ତିକୁ ବୁଝିପାରିଲେ। ହନୁମାନ ଜାଣିଲେ ଭୀମଙ୍କ ଯାତ୍ରାର ଉଦ୍ଦେଶ୍ୟ କ’ଣ। ତେଣୁ ସେ ନିଜ ଲାଞ୍ଜର କେଶରୁ କିଛି ଭୀମଙ୍କୁ ଦେଲେ ସୁରକ୍ଷା ପାଇଁ। ମହେନ୍ଦ୍ରଗିରିରେ ପହଞ୍ଚତ୍ବାପରେ ଭୀମ ପୁଷ୍ପମୃଗ ସହ ଦେଖା କଲେ। ପୁଷ୍ପମୃଗ ଆସିବାକୁ ରାଜି ହେଲା। ହେଲେ ସର୍ତ୍ତ ରହିଲା ସେ ମନୋବେଗରେ ଦୌଡିବ ଓ ଭୀମ ତାଙ୍କ ପିଛା କରିବେ ବୋଲି। ଭୀମ ରାଜି ହେଲେ। ଯେବେ ଯେବେ ଭୀମ ପିଛା କରିପାରିଲେ ନାହିଁ ସେ ହନୁମାନଙ୍କ ଲାଞ୍ଜର ଗୋଟେ କେଶ ପକାଇଲେ। ଆଶ୍ଚର୍ଯ୍ୟଜନକଭାବେ ଲାଞ୍ଜର କେଶ ଯେଉଁଠି ପଡ଼ିଲା ସେଠି ଗୋଟେ ଗୋଟେ ଲିଙ୍ଗ ଉତ୍ପନ୍ନ ହେଲା। ଫଳରେ ପୁଷ୍ପମୃଗ ସେଠି ଅଟକି ଲିଙ୍ଗ ପୂଜା କରିବା ପରେ ପୁଣି ଆଗକୁ ବଢିଲା। ଫଳରେ ଭୀମଙ୍କୁ ପୁଷ୍ପମୃଗର ବେଗ ସହ ତାଳ ଦେବାରେ ସହଜ ହେଲା। ସେ ଯେତେବେଳେ ଦକ୍ଷିଣ କନ୍ନଡ଼ର ଉପ୍ପିନଙ୍ଗାଡିରେ ପହଞ୍ଚତ୍ଲେ ସେ ପୁଷ୍ପମୃଗକୁ ପାଇବା ଅସମ୍ଭବ ମନେକଲେ। ତେଣୁ ଏକାଥରେ ବଳକା ହଜାରେ କେଶ ପକାଇଦେଲେ। ଫଳରେ ସେଠାରେ ହଜାରେ ଶିବଲିଙ୍ଗ ଉତ୍ପନ୍ନ ହେଲା। ଏତେସଂଖ୍ୟକ ଲିଙ୍ଗକୁ ମୃଗଟି ପୂଜା କରିବା ଭିତରେ ଭୀମ ନିରାପଦରେ ୟଗ ମନ୍ତାପା ପହଞ୍ଚତ୍ଗଲେ। ଏମିତିଭାବେ ଏଠାରେ ଏତେ ସଂଖ୍ୟକ ଶିବଲିଙ୍ଗ ଥିବା କୁହାଯାଏ।
ଇତିହାସ କହେ: ତେବେ ଇତିହାସ କହେ ସିର୍‌ସି ରାଜ୍ୟର ଶାସକ ସଦାଶିବ ରାୟବର୍ମା ୧୬୭୮-୧୭୧୮ ମଧ୍ୟରେ ଏହି ସହସ୍ରଲିଙ୍ଗ ତିଆରି କରାଇଥିଲେ। କେବଳ ଲିଙ୍ଗ ନୁହେଁ ଅନେକ ନନ୍ଦୀର ପ୍ରତିକୃତି ବି ସେ ଖୋଦେଇ କରାଇ ନିର୍ମାଣ କରାଇଥିଲେ। ଯଦିଓ ଏହାର କୌଣସି ଠିକ୍‌ ପ୍ରମାଣ ମିଳି ନାହିଁ। ତେବେ ଆଉ କେହି କେହି କୁହନ୍ତି କର୍ନାଟକ, ସୋଣ୍ଡାର ରାଜା ନିଃସନ୍ତାନ ଥିଲେ। ଥରେ ଜଣେ ଋଷି ତାଙ୍କୁ ସହସ୍ର ଶିବଲିଙ୍ଗ ସ୍ଥାପନ ପାଇଁ ପରାମର୍ଶ ଦେଲେ। ତେଣୁ ରାଜା ଶଲ୍‌ମାଲା ନଦୀରେ ଥିବା ପ୍ରାୟ ସବୁ ଶିଳାରେ ଶିବଲିଙ୍ଗ ନିର୍ମାଣ କରାଇଥିଲେ। କୁହାଯାଏ ଏହି ଶିବଲିଙ୍ଗସବୁ ସେବେଠାରୁ ଏଠାରେ ଅଛି। ରାଜାଙ୍କ ଭଳି ଅନ୍ୟ ନିଃସନ୍ତାନ ଦମ୍ପତି ମଧ୍ୟ ପୂଜା କରି ସନ୍ତାନ ପ୍ରାପ୍ତି କରନ୍ତି।
ଏହି ସହସ୍ର ଶିବଲିଙ୍ଗର ଅଦ୍ଭୁତ ଦୃଶ୍ୟ ଜଳସ୍ତର କମ୍‌ ଥିଲେ ଦୃଶ୍ୟମାନ ହୁଏ। ବର୍ଷାଦିନେ ଦୃଶ୍ୟମାନ ହୁଏ ନାହିଁ। ଶିବରାତ୍ରି ଏଠାରେ ବେଶ୍‌ ଧୁମଧାମ୍‌ରେ ପାଳନ ହୁଏ।
କମ୍ବୋଡିଆର ସହସ୍ରଲିଙ୍ଗ: କମ୍ବୋଡିଆର ସିଏମ୍‌ ରିପ୍‌ ପ୍ରାନ୍ତରେ ଥିବା ଷ୍ଟଙ୍ଗ କ୍ୱାଲ ସ୍ପିନ ନଦୀରେ ବି ଦେଖିବାକୁ ମିଳେ ସହସ୍ରଲିଙ୍ଗର ଅଦ୍ଭୁତ ଦୃଶ୍ୟ। ତେଣୁ ଏହାକୁ ‘ଭ୍ୟାଲି ଅଫ୍‌ ଏ ୧୦୦୦ ଲିଙ୍ଗସ୍‌’ ବା ‘ରିଭର୍‌ ଅଫ୍‌ ଥାଉଜାଣ୍ଡ ଲିଙ୍ଗସ୍‌’ ବୋଲି କୁହାଯାଏ। ଏହି ଲିଙ୍ଗଗୁଡିକ ସିର୍‌ସିରେ ଥିବା ସହସ୍ର ଲିଙ୍ଗ ଭଳି ଅଲଗା ଅଲଗା ହୋଇ ନାହିଁ ବରଂ ଲିଙ୍ଗଗୁଡ଼ିକ ଲାଗି ଲାଗି ହୋଇ ଅଛି। ଆଉ ଲିଙ୍ଗର ଶଯ୍ୟା ଭଳି ପ୍ରତୀୟମାନ ହୁଏ। କୁହାଯାଏ ଏହି ଶିବଲିଙ୍ଗ ଏକାଦଶ ଶତାବ୍ଦୀର। ୧୯୬୯ରେ ଏଥ୍‌ନୋଲୋଜିଷ୍ଟ ଜିନ୍‌ ବୋଲବେଟ୍‌ ଏହାକୁ ଆବିଷ୍କାର କରିଥିଲେ। ହେଲେ ଦୁର୍ଭାଗ୍ୟବଶତଃ କମ୍ବୋଡିଆ ସିଭିଲ ଓ୍ବାର ପାଇଁ ଏହି ସ୍ଥଳଟି ପ୍ରାୟ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ଲୋକଲୋଚନକୁ ଅସିପାରି ନ ଥିଲା। ହେଲେ ଏବେ ଏହା ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ପାଲଟିଛି। ଯାହାକି ଆଙ୍ଗକର ଓ୍ବାଟଠାରୁ ପ୍ରାୟ ୨୫ କି.ମି. ଦୂରରେ ଅବସ୍ଥିତ। ଏସବୁ ଶିବଲିଙ୍ଗ ନଦୀ ଭିତରେ ଅଛି। ତେବେ ସିର୍‌ସିରେ ଯେମିତି ସହସ୍ର ଶିବଲିଙ୍ଗଙ୍କୁ ପବିତ୍ର ମନେ କରାଯାଇ ପୂଜା କରାଯାଏ, ଏଠାରେ କିନ୍ତୁ ସେଭଳି ହୋଇ ନ ଥାଏ। ଏହା କେବଳ ଏକ ମୁଖ୍ୟ ପର୍ଯ୍ୟଟନସ୍ଥଳ ପାଲଟିଛି। ଏହି ଲିଙ୍ଗ କିଏ କେବେ କରାଇଥିଲେ ସେନେଇ ଇତିହାସରେ ବିଶେଷ ତଥ୍ୟ ନାହିଁ।
ତେବେ ଇତିହାସରୁ ଜଣାପଡ଼େ ରାଜା ସୂର୍ଯ୍ୟବର୍ମନ ପ୍ରଥମଙ୍କ ରାଜତ୍ୱ କାଳରେ ଏହି ଲିଙ୍ଗ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଉ ଉଦୟାଦିତ୍ୟ ବର୍ମନ ଦ୍ୱିତୀୟଙ୍କ ରାଜତ୍ୱ କାଳ ସମୟରେ ସରିଥିଲା। ଏହି ଦୁଇ ରାଜା ଏକାଦଶ ଓ ଦ୍ୱାଦଶ ଶତାବ୍ଦୀ ମଧ୍ୟଭାଗରେ ଶାସନ କରୁଥିଲେ। ଅଧିକାଂଶ ଲିଙ୍ଗ ଖୋଦେଇ କାମ ରାଜା ଉଦୟାଦିତ୍ୟ ବର୍ମନଙ୍କ ରାଜୁତି କାଳରେ ହୋଇଥିବା କୁହାଯାଏ। ଏହବାଦ୍‌ ସେ ଏକ ସୁବର୍ଣ୍ଣ ଲିଙ୍ଗ ବି ନିର୍ମାଣ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

ଯୁଦ୍ଧ ବୁଡାଜାହାଜ ପଠାଇଲା ଆମେରିକା, ଚାଇନା ସହ ଯୁଦ୍ଧ ସଙ୍କେତ! ୩ ମହାସାଗରରେ ହଲଚଲ…

ବେଜିଂ,୨୪।୩: ଚୀନ ଏକ ବିଶାଳ ଜଳମଗ୍ନ ସର୍ଭେ ଏବଂ ମ୍ୟାପିଂ ଅପରେସନ ଆରମ୍ଭ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସମୁଦ୍ର ବିଷୟରେ ଗଭୀର ସୂଚନା ସଂଗ୍ରହ କରିବା,…

ନୂଆ ଗ୍ୟାସ କନେକ୍ସନ ନେଉଥିଲେ ବଡ଼ ଘୋଷଣା, ଏପ୍ରିଲ ୩୦ ଯାଏ ମାଗଣା ମିଳିବ ଗ୍ୟାସ…

ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ବ୍ୟବହାରକାରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ମଧ୍ୟରେ, ପାଇପଲାଇନ ମାଧ୍ୟମରେ ପ୍ରାକୃତିକ ଗ୍ୟାସ ଯୋଗାଣ କରୁଥିବା…

ତିନି ମହଲା ବିଶିଷ୍ଟ ଧନୀ ଲୋକଙ୍କ ଘରେ ଲାଗିନି ୱାଟର ମିଟର: ବିଭାଗର ଅନୁକମ୍ପା ନା ପାୱାର କରିଡର ସରକାରୀ ଦଳର…

ଗଞ୍ଜାମ,୨୪।୩(ବିଦ୍ୟାଧର ସାହୁ): ୧୨ଟି ୱାର୍ଡକୁ ନେଇ ଗଞ୍ଜାମ ଏନଏସି ଗଠିତ ହୋଇଛି। ଗଞ୍ଜାମ ସହରର ବିଭିନ୍ନ ସାହିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୱାଟର ମିଟର ଲଗା ଯାଇଛି…

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଦ୍ୱିତୀୟ ବିବାହ କଲେ ରାପର୍‌ Badshah, ଫଟୋ ସେୟାର କରି ଚମକାଇଲେ ଶାଶୁ

ମୁମ୍ୱାଇ: ପଞ୍ଜାବୀ ଗାୟକ ଏବଂ ରାପର୍‌ ବାଦଶାହଙ୍କ କିଏ ବା ଜାଣିନି? ସମଗ୍ର ଦେଶ ତାଙ୍କ ଗୀତରେ ଝୁମି ଉଠୁଛି। ତଥାପି, ତାଙ୍କ ବିଷୟରେ ଏକ ବଡ଼…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ ମ୍ୟାକୁଲମ

ଲଣ୍ଡନ,୨୪ା୩: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ୩ଟି ଫର୍ମାଟରେ ଇଂଲଣ୍ଡ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ। ଏ ନେଇ ଇଂଲଣ୍ଡ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri