Posted inଖେଳ

ପୂଜାରାଙ୍କ ସମାଲୋଚନାକୁ ନେଇ ରାଗିଗଲେ ଏହି ମହାନ ବ୍ୟାଟ୍ସମ୍ୟାନ୍‌; ପଢ଼ାଇଲେ ଅସଲ କ୍ରିକେଟ ପାଠ…

ନୂଆଦିଲ୍ଲୀ,୧୫।୬: କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ଚେତେଶ୍ୱର ପୂଜାରାଙ୍କ ବ୍ୟାଟିଂଶୈଳୀର ପ୍ରଶଂସା କରିଛନ୍ତି। ଅଷ୍ଟ୍ରେଲିଆରେ ଉଲ୍ଲେଖନୀୟ ଉଦ୍ୟମ ସତ୍ତ୍ୱେ ପୂଜାରା ସ୍କୋରବୋର୍ଡକୁ ଗତିଶୀଳ ରଖିବା ପାଇଁ ଆଗ୍ରହ ଦେଖାଉ ନ ଥିବାରୁ ତାଙ୍କୁ ସମାଲୋଚନା କରାଯାଇଥିଲା। ହେଲେ ଏହା ଭୁଲ ବୋଲି କହିଛନ୍ତି ସଚିନ। ପୂଜାରାଙ୍କ ବ୍ୟାଟିଂ ଭାରତୀୟ ଦଳର ସଫଳତାର ଅଭିନ୍ନ ଅଙ୍ଗ ଏବଂ ଯେଉଁମାନେ ଦେଶପାଇଁ ତାଙ୍କ ଭଳି ସଫଳତା ହାସଲ କରିନାହାନ୍ତି ସମାଲୋଚନା କରୁଛନ୍ତି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।

ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସଚିନ କହିଛନ୍ତି, ପୂଜାରାଙ୍କୁ ନେଇ ଏଭଳି ଦୃଷ୍ଟିକୋଣ ଭୁଲ ଅଟେ। ମୋତେ ଲାଗୁଛି ପୂଜାରା ଭାରତ ପାଇଁ ଯାହା ହାସଲ କରିଛନ୍ତି, ତାକୁ ପ୍ରଶଂସା କରିବା ଉଚିତ। ସବୁବେଳେ ଷ୍ଟ୍ରାଇକ୍‌ ରେଟ୍‌ କଥା ନ ଥାଏ। ଟେଷ୍ଟ କ୍ରିକେଟରେ ଦଳରେ ଫିଟ୍‌ ରହିବା ପାଇଁ ସମସ୍ତଙ୍କୁ ବିଭିନ୍ନ ଯୋଜନା ଏବଂ ବିଭିନ୍ନ ପ୍ରକାରର ଖେଳାଳିଙ୍କ ଆବଶ୍ୟକତା ରହିଛି। ଏହା ତୁମ ହାତର ପାଞ୍ଚ ଆଙ୍ଗୁଠି ଭଳି। ପ୍ରତ୍ୟେକ ଆଙ୍ଗୁଠିର ଭିନ୍ନ ଭୂମିକା ରହିଛି। ପୂଜାରା ଭାରତୀୟ ଟିମ୍‌ର ଏକ ଅବିଚ୍ଛେଦ ଅଙ୍ଗ। ସେ ଭାରତ ପାଇଁ ଯାହା କରିଛନ୍ତି ତାକୁ ମୁଁ ପସନ୍ଦ କରେ। ତାଙ୍କର ପ୍ରତ୍ୟେକ ଇନିଂସକୁ ପରଖିବା ପରିବର୍ତ୍ତେ ଏବେ ଯାଏ ସେ ଯାହା କରିଛନ୍ତି ତାହାକୁ ପ୍ରଶଂସା କରିବା ଉଚିତ ବୋଲି ସଚିନ କହିଛନ୍ତି।

ଏହାଛଡ଼ା ଯେଉଁମାନେ ପୂଜାରାଙ୍କ କୌଶଳ ଏବଂ ରନ୍‌ ସ୍କୋର କରିବାର କ୍ଷମତା ଉପରେ ପ୍ରଶ୍ନ କରନ୍ତି, ମୋତେ ଲାଗୁନାହିଁ ସେମାନେ ପୂଜାରାଙ୍କ ଭଳି ଟପ୍‌-ଶ୍ରେଣୀ କ୍ରିକେଟ ଖେଳିଛନ୍ତି। ଲୋକଙ୍କ ଦୃଷ୍ଟିକୋଣ ବଦଳି ଯାଇଛି। ଟି-୨୦ କାରଣରୁ ପଡ଼ିଆ ବାହାରକୁ ବଲ୍‌ ମାରିବାକୁ ହିଁ ପ୍ରଶଂସା କରାଯାଉଛି। ଯିଏ ଏଭଳି କରନ୍ତି ସେ ଜଣେ ଭଲ ଖେଳାଳି ଭାବେ ବିବେଚିତ ହୁଅନ୍ତି। ସେଠାରେ ବଡ ଶଟ୍‌ ହିଟ୍‌ର ଭଲ ଟେଷ୍ଟ ଖେଳାଳି ହେବା ଜରୁରୀ ନ ଥାଏ। ହେଲେ ଟେଷ୍ଟ କ୍ରିକେଟରେ କେବଳ ବଲ୍‌କୁ ମାରିବା ଏବଂ ବଡ୍‌ ଶଟ୍‌ ଖେଳିବାକୁ ଚେଷ୍ଟା କରିବା ଠାରୁ ଅଧିକ କିଛି କରିବାକୁ ପଡ଼ିବ। ଷ୍ଟ୍ରାଇକ୍‌ ରେଟ୍‌କୁ ନେଇ ଚିନ୍ତା ଥିଲେ ଭାରତ ପାଖରେ ଆକ୍ରମଣାତ୍ମକ ବ୍ୟାଟିଂ ଲାଇନ୍‌ ଅପ୍‌ ରହିଛି। ରିଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜା ଅଛନ୍ତି। ହେଲେ ଯେତେବେଳେ ବିରୋଧୀ ଟିମ୍‌କୁ କ୍ଲାନ୍ତ କରିବାର କଥା ଆସେ ସେତେବେଳେ ପୂଜାରାଙ୍କ ଭଳି ଖେଳାଳିଙ୍କ ଆବଶ୍ୟକତା ରହିଛି ବୋଲି ସଚିନ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri