Posted inଖେଳ

ପୂଜାରାଙ୍କ ସମାଲୋଚନାକୁ ନେଇ ରାଗିଗଲେ ଏହି ମହାନ ବ୍ୟାଟ୍ସମ୍ୟାନ୍‌; ପଢ଼ାଇଲେ ଅସଲ କ୍ରିକେଟ ପାଠ…

ନୂଆଦିଲ୍ଲୀ,୧୫।୬: କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ଚେତେଶ୍ୱର ପୂଜାରାଙ୍କ ବ୍ୟାଟିଂଶୈଳୀର ପ୍ରଶଂସା କରିଛନ୍ତି। ଅଷ୍ଟ୍ରେଲିଆରେ ଉଲ୍ଲେଖନୀୟ ଉଦ୍ୟମ ସତ୍ତ୍ୱେ ପୂଜାରା ସ୍କୋରବୋର୍ଡକୁ ଗତିଶୀଳ ରଖିବା ପାଇଁ ଆଗ୍ରହ ଦେଖାଉ ନ ଥିବାରୁ ତାଙ୍କୁ ସମାଲୋଚନା କରାଯାଇଥିଲା। ହେଲେ ଏହା ଭୁଲ ବୋଲି କହିଛନ୍ତି ସଚିନ। ପୂଜାରାଙ୍କ ବ୍ୟାଟିଂ ଭାରତୀୟ ଦଳର ସଫଳତାର ଅଭିନ୍ନ ଅଙ୍ଗ ଏବଂ ଯେଉଁମାନେ ଦେଶପାଇଁ ତାଙ୍କ ଭଳି ସଫଳତା ହାସଲ କରିନାହାନ୍ତି ସମାଲୋଚନା କରୁଛନ୍ତି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।

ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସଚିନ କହିଛନ୍ତି, ପୂଜାରାଙ୍କୁ ନେଇ ଏଭଳି ଦୃଷ୍ଟିକୋଣ ଭୁଲ ଅଟେ। ମୋତେ ଲାଗୁଛି ପୂଜାରା ଭାରତ ପାଇଁ ଯାହା ହାସଲ କରିଛନ୍ତି, ତାକୁ ପ୍ରଶଂସା କରିବା ଉଚିତ। ସବୁବେଳେ ଷ୍ଟ୍ରାଇକ୍‌ ରେଟ୍‌ କଥା ନ ଥାଏ। ଟେଷ୍ଟ କ୍ରିକେଟରେ ଦଳରେ ଫିଟ୍‌ ରହିବା ପାଇଁ ସମସ୍ତଙ୍କୁ ବିଭିନ୍ନ ଯୋଜନା ଏବଂ ବିଭିନ୍ନ ପ୍ରକାରର ଖେଳାଳିଙ୍କ ଆବଶ୍ୟକତା ରହିଛି। ଏହା ତୁମ ହାତର ପାଞ୍ଚ ଆଙ୍ଗୁଠି ଭଳି। ପ୍ରତ୍ୟେକ ଆଙ୍ଗୁଠିର ଭିନ୍ନ ଭୂମିକା ରହିଛି। ପୂଜାରା ଭାରତୀୟ ଟିମ୍‌ର ଏକ ଅବିଚ୍ଛେଦ ଅଙ୍ଗ। ସେ ଭାରତ ପାଇଁ ଯାହା କରିଛନ୍ତି ତାକୁ ମୁଁ ପସନ୍ଦ କରେ। ତାଙ୍କର ପ୍ରତ୍ୟେକ ଇନିଂସକୁ ପରଖିବା ପରିବର୍ତ୍ତେ ଏବେ ଯାଏ ସେ ଯାହା କରିଛନ୍ତି ତାହାକୁ ପ୍ରଶଂସା କରିବା ଉଚିତ ବୋଲି ସଚିନ କହିଛନ୍ତି।

ଏହାଛଡ଼ା ଯେଉଁମାନେ ପୂଜାରାଙ୍କ କୌଶଳ ଏବଂ ରନ୍‌ ସ୍କୋର କରିବାର କ୍ଷମତା ଉପରେ ପ୍ରଶ୍ନ କରନ୍ତି, ମୋତେ ଲାଗୁନାହିଁ ସେମାନେ ପୂଜାରାଙ୍କ ଭଳି ଟପ୍‌-ଶ୍ରେଣୀ କ୍ରିକେଟ ଖେଳିଛନ୍ତି। ଲୋକଙ୍କ ଦୃଷ୍ଟିକୋଣ ବଦଳି ଯାଇଛି। ଟି-୨୦ କାରଣରୁ ପଡ଼ିଆ ବାହାରକୁ ବଲ୍‌ ମାରିବାକୁ ହିଁ ପ୍ରଶଂସା କରାଯାଉଛି। ଯିଏ ଏଭଳି କରନ୍ତି ସେ ଜଣେ ଭଲ ଖେଳାଳି ଭାବେ ବିବେଚିତ ହୁଅନ୍ତି। ସେଠାରେ ବଡ ଶଟ୍‌ ହିଟ୍‌ର ଭଲ ଟେଷ୍ଟ ଖେଳାଳି ହେବା ଜରୁରୀ ନ ଥାଏ। ହେଲେ ଟେଷ୍ଟ କ୍ରିକେଟରେ କେବଳ ବଲ୍‌କୁ ମାରିବା ଏବଂ ବଡ୍‌ ଶଟ୍‌ ଖେଳିବାକୁ ଚେଷ୍ଟା କରିବା ଠାରୁ ଅଧିକ କିଛି କରିବାକୁ ପଡ଼ିବ। ଷ୍ଟ୍ରାଇକ୍‌ ରେଟ୍‌କୁ ନେଇ ଚିନ୍ତା ଥିଲେ ଭାରତ ପାଖରେ ଆକ୍ରମଣାତ୍ମକ ବ୍ୟାଟିଂ ଲାଇନ୍‌ ଅପ୍‌ ରହିଛି। ରିଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜା ଅଛନ୍ତି। ହେଲେ ଯେତେବେଳେ ବିରୋଧୀ ଟିମ୍‌କୁ କ୍ଲାନ୍ତ କରିବାର କଥା ଆସେ ସେତେବେଳେ ପୂଜାରାଙ୍କ ଭଳି ଖେଳାଳିଙ୍କ ଆବଶ୍ୟକତା ରହିଛି ବୋଲି ସଚିନ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri