Categories: ବାଣିଜ୍ୟ

‘ସଚ୍ଚି ସହେଲୀ’ର ମେରା ଗିଫ୍ଟ ଅଭିଯାନ

ନୂଆଦିଲ୍ଲୀ,,୧୫।୩: ଦେଶର ପ୍ରମୁଖ ଆର୍ୟୁବେଦିକ୍‌ କମ୍ପାନୀ ଦିବିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସାରା ଦେଶର ମହିଳାଙ୍କ ପାଇଁ ‘ମେରା ଗିଫ୍ଟ’ ଅଭିଯାନ୍‌ ନାମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ଏହିପରି ପରିପ୍ରେକ୍ଷୀରେ ବିଭିନ୍ନ ଗଣମାଧ୍ୟମରେ ଏନେଇ ଆଗୁଆ ସୂଚନା ପ୍ରଦାନ କରାଯାଇଥିଲା। ଉକ୍ତ ଅଭିଯାନରେ ସାମିଲ୍‌ ହୋଇ ଉପହାର ପାଇବା ପାଇଁ ମହିଳାମାନେ କମ୍ପାନୀ ଦ୍ୱାରା ଦିଆଯାଇଥିବା କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରିଥିଲେ ଏବଂ ସେମାନଙ୍କୁ ସଚ୍ଚି ସହେଲୀର ଆୟୁର୍ବେଦିକ୍‌ ଟନିକ୍‌ ବୋତଲ ପୁରସ୍କାର ଦିଆଯାଇଥିଲା। ଏ ସମ୍ପର୍କରେ କମ୍ପାନୀ ପ୍ରତିନିଧି ସୋନିଆ ବଜାଜ କହିଛନ୍ତି, ଏହି ଅଭିଯାନ ମାର୍ଚ୍ଚ ୮ ତାରିଖ ସକାଳ ୧୨.୦୧ ଘଟିକାରୁ ଆରମ୍ଭ ହୋଇଥିଲା। ଏହାର କିଛି ସମୟ ମଧ୍ୟରେ ଅନେକ ମହିଳା କମ୍ପାନୀର ଓ୍ବେବ୍‌ସାଇଟ୍‌ ଭିଜିଟ୍‌ କରିଥିବା ଦେଖିବାକୁ ମିଳିଥିଲା। କମ୍ପାନୀକୁ ପ୍ରତି ମିନିଟ୍‌ରେ ହଜାର ହଜାର ସଂଖ୍ୟକ ଅର୍ଡର ମିଳିଥିଲା। ଫଳରେ ଦିନ୨ଟା ବେଳେ ଅପ୍ରତ୍ୟାଶିତ କାରଣରୁ ଅଫର ବନ୍ଦ କରିବାକୁ ପଡ଼ିଥିଲା ବୋଲି ବଜାଜ କହିଛନ୍ତି। ଏହି ଅଭିଯାନ ଜରିଆରେ ମଗାଯାଇଥିବା ଜିନିଷ ନିଃଶୁଳ୍କ ଥିଲା। ବିଶେଷ କରି ମହିଳା ଦିବସ ଅବସରରେ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ଥିବା ମହିଳାମାନେ ସଚ୍ଚି ସହେଲୀ ଆୟୁର୍ବେଦିକ୍‌ ଟନିକ୍‌ ଅର୍ଡର କରିଥିଲେ। ଏହି ଅବସରରେ ମୋଟ ୧,୧୬,୨୪୧ ଉପହାର ମହିଳାମାନଙ୍କୁ ପଠାଯାଇଥିଲା। ସଚ୍ଚି ସହେଲୀ ପ୍ରତି ମହିଳାମାନଙ୍କର ବିଶ୍ୱାସ ଅତୁଟ ରହିଛି। ଦେଶର କୋଣ ଅନୁକୋଣରେ ମହିଳାମାନେ ଏହାର ସେବନ କରୁଥିବା ଉକ୍ତ ଅଭିଯାନରୁ ପ୍ରମାଣିତ ବୋଲି ବଜାଜ୍‌ ମତବ୍ୟକ୍ତ କହିଛନ୍ତି। କମ୍ପାନୀର ସଚ୍ଚି ସହେଲୀ ଆୟୁର୍ବେଦିକ୍‌ ଟନିକ୍‌ ୬୭ ପ୍ରାକୃତିକ ଜଡ଼ିବୁଟିର ମିଶ୍ରଣରେ ତିଆରି। ଏହା ଅଣ୍ଟାବିନ୍ଧା, ଦୁର୍ବଳ ଲାଗିବା, ଚିଡ଼ିଚିଡ଼ାପଣ ଇତ୍ୟାଦି ଦୂର କରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସାହାଯ୍ୟ କରେ। ଭାରତୀୟ ଅଭିନେତ୍ରୀ ରବିନା ଟଣ୍ଡନ ଏହାର ଜଣେ ନିୟମିତ ବ୍ୟବହାର କାରି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share