ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଛନ୍ତି ସବିତା

ଲହୁଣୀପଡା,୨୮ା୭(ଦାଶରଥି ପଣ୍ଡା): ଦୃଢ଼ ଇଚ୍ଛାଶକ୍ତି ଏବଂ ମନୋବଳ ଆଗରେ ହାର ମାନିଛି ସବୁ କିଛି। ନିଜ ସ୍ବାମୀ ଆରପାରିକି ଚାଲିଯିବା ପରେ ପରିବାର ପ୍ରତିପୋଷଣ ପାଇଁ ମହିଳା ଜଣକ ଅଟୋ ଚଳାଉଛନ୍ତି। ସଂସାରରେ ବଞ୍ଚିବାକୁ ହେଲେ ସଂଘର୍ଷ କରିବା ଅନିବାର୍ଯ୍ୟ ବୋଲି ତାହାର ପ୍ରମାଣ କରି ଦେଖାଇଛନ୍ତି ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ବ୍ଲକ ଶଙ୍ଖପୋଷ ପଞ୍ଚାୟତ ଲମସୀ ଗ୍ରାମର ସବିତା ମହାନ୍ତ(୩୪)। ପରିବାର କହିଲେ ୨ ସନ୍ତାନ, ବୃଦ୍ଧ ଶ୍ୱଶୁର ଏବଂ ପିଉସୀ ଶାଶୁ। ସ୍ବାମୀ ଯୋଗେଶ୍ୱର ମହାନ୍ତ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ। ବର୍ଷେ ହେବ କୌଣସି ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଯାଇଛନ୍ତି। ସ୍ବାମୀଙ୍କ ମୃତ୍ୟୁପରେ ସବିତାଙ୍କ ଉପରେ ଘର ଦାୟିତ୍ୱ ଅଜାଡି ହୋଇପଡ଼ିଥିଲା। ୪ ପ୍ରାଣୀଙ୍କୁ କିପରି ପୋଷିବେ ତାଙ୍କ ମୁଣ୍ଡରେ ଚଡ଼କ ପଡିଥିଲା। ଶେଷରେ ମନୋବଳ ଦୃଢ କରି ସ୍ବାମୀଙ୍କ ଅଟୋକୁ ଚଳାଇ ପେଟ ପୋଷିବାକୁ ମନସ୍ଥ କଲେ। ପ୍ରଥମେ ପ୍ରଥମେ ଚଳାଇବା ପାଇଁ ଅସୁବିଧା ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସବୁ ଠିକ୍‌ ଠାକ୍‌ ହୋଇଯାଇଥିଲା। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଶିଖି ଯିବାପରେ ସାପ୍ତାହିକ ହାଟକୁ ଲୋକଙ୍କୁ ନେବା ଆଣିବା କରିବା ସହିତ ଜିନିଷ ପତ୍ର ମଧ୍ୟ ନେବା ଆଣିବା କରୁଛନ୍ତି। ଦିନକୁ ପ୍ରାୟ ୪ରୁ୫ ଶହ ଟଙ୍କା ରୋଜଗାର ହୋଇଥାଏ। ଗାଡିର ତେଲ ଖର୍ଚ୍ଚ ଯାଇ ଯାହା ବଳେ ସେଥିରେ ୫ ପ୍ରାଣୀ କୁଟୁମ୍ବ କଷ୍ଟେ ମଷ୍ଟେ ଚଳି ଯାଉଛନ୍ତି। ପୁଅ ଝିଅକୁ କେମିତି ଉଚ୍ଚ ଶିକ୍ଷିତ କରାଇବେ ସେହି ଆଶା ନେଇ ଶିଶୁ ମନ୍ଦିରରେ ସେମାନଙ୍କୁ ପାଠ ପଢାଉଛନ୍ତି। ଝିଅ ଶିଖା ରାଣୀ ମହାନ୍ତ (୧୩) ୮ମ ଶ୍ରେଣୀରେ ପଢୁଥିବାବେଳେ ପୁଅ ସୁଜିତ (୯) ୩ୟ ଶ୍ରେଣୀରେ ପାଠ ପଢୁଛନ୍ତି। ସ୍ବାମୀ ଯୋଗେଶ୍ୱର ଜୀବିତ ଥିବା ସମୟରେ ତାଙ୍କ ପିଉସୀଙ୍କୁ ଆଣି ଘରେ ରଖି ତାଙ୍କର ସୁବିଧା ଅସୁବିଧା ସବୁ ବୁଝୁଥିଲେ। କାରଣ ସେ ଜଣେ ଅନ୍ଧ ବୃଦ୍ଧା। ତାଙ୍କର ମଧ୍ୟ ନିଜର ବୋଲି କେହି ନାହାନ୍ତି। ଯୋଗେଶ୍ୱର ଆରପାରିକୁ ଚାଲିଗଲା ପରେ ସବିତାଙ୍କ ମୁଣ୍ଡରେ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହୋଇଥିଲେ ମଧ୍ୟ ସବିିତା କିନ୍ତୁ ପିିଉସୀ ଶାଶୁଙ୍କ ପ୍ରତି କେବେ ଅବହେଳା କରିନାହାନ୍ତି। ବିଡମ୍ବନାର ବିଷୟ ସବିତାଙ୍କ ସ୍ବାମୀ ଆରପାରିକୁ ଚାଲିଯାଇଥିଲେ ମଧ୍ୟ ନା ପାଇଛନ୍ତି ଘର ଖଣ୍ଡେ ନା ପାଇଛନ୍ତି ବିଧବା ଭତ୍ତା। ସବିତାଙ୍କୁ ଘର ଏବଂ ଭତ୍ତା ଶୀଘ୍ର ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି। ତାଙ୍କର ଏଭଳି କାର୍ଯ୍ୟକୁ ଦେଖି ଅଞ୍ଚଳରେ ଭୁରି ଭୁରି ପ୍ରଶଂସା କରିବା ସହିତ ଯଦି ତାଙ୍କୁ ଆଉକିଛି ସରକାରୀ ପ୍ରୋତ୍ସାହନ ମିଳନ୍ତା ତେବେ ସେ ଆହୁରି ଆଗକୁ ବଢି ପାରନ୍ତେ ବୋଲି ଗ୍ରାମବାସୀ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri