Posted inଜାତୀୟ

ଫେରିଲା ସାବରକର ବିବାଦ

ନୂଆଦିଲ୍ଲୀ/ମୁମ୍ବାଇ,୧୪।୧୦: ହିନ୍ଦୁ ମହାସଭା ନେତା ବୀର ସାବରକର ଆଣ୍ଡାମାନର ସେଲ୍ୟୁଲାର ଜେଲରେ ଥିବାବେଳେ ମହାମତ୍ା ଗାନ୍ଧୀଙ୍କ ପରାମର୍ଶକ୍ରମେ ବ୍ରିଟିଶ ସରକାରଙ୍କ ନିକଟରେ ରାଜକ୍ଷମା ମାଗିଥିଲେ। କିନ୍ତୁ କେତେକ ନିର୍ଦ୍ଦିଷ୍ଟ ଚିନ୍ତାଧାରାର ଲୋକେ ସ୍ବାଧୀନତା ସଂଗ୍ରାମ ପ୍ରତି ତାଙ୍କ ଅବଦାନକୁ କଳଙ୍କିତ କରୁଛନ୍ତି, ଯାହାକୁ ବରଦାସ୍ତ କରାଯିବ ନାହିଁ। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଏହି ମନ୍ତବ୍ୟ ଏବେ ଜାତୀୟ ରାଜନୀତିରେ ଉଷ୍ମତା ବୃଦ୍ଧିର କାରଣ ହୋଇଛି। ରାଜନାଥ ଇତିହାସର ପୁନର୍ଲିଖନ ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ଆଣି ଭାଜପାକୁ ବିରୋଧୀ ଟାର୍ଗେଟ କରିଛନ୍ତି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଗୈରିକ ଦଳ ପୁଣିଥରେ ହିନ୍ଦୁତ୍ୱ କାର୍ଡ ଖେଳି ଧ୍ରୁବୀକରଣର ଫାଇଦା ନେବାକୁ ଉଦ୍ୟମ କରୁଥିବା କୁହାଯାଉଛି।
ବିବାଦ ଆରମ୍ଭ ହୋଇଥିଲା ମଙ୍ଗଳବାର। ଅବସର ଥିଲା ଐତିହାସିକ ଉଦୟ ମହୁରକାର ଓ ଚିରାୟୁ ପଣ୍ଡିତଙ୍କ ଦ୍ୱାରା ରଚିତ ‘ବୀର ସାବରକର: ଦି ମ୍ୟାନ୍‌ ହୁ କୁଡ୍‌ ହାଭ୍‌ ପ୍ରିଭେଣ୍ଟେଡ୍‌ ପାର୍ଟିଶନ’ ଶୀର୍ଷକ ସାବରକରଙ୍କ ଜୀବନୀ ପୁସ୍ତକର ଉନ୍ମୋଚନ ଉତ୍ସବ। ନୂଆଦିଲ୍ଲୀର ଆମ୍ବେଡକର ଇଣ୍ଟରନ୍ୟାଶନାଲ ସେଣ୍ଟରରେ ପ୍ରତିରକ୍ଷାମନ୍ତ୍ରୀଙ୍କ ସହ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ରାଜନାଥ କହିଥିଲେ, ସାବରକରଙ୍କ ବିଷୟରେ ଅନେକ ଅପପ୍ରଚାର ଚାଲିଛି। କିନ୍ତୁ ସତ କଥା ହେଉଛି, ସେ ନିଜ ମୁକ୍ତି ପାଇଁ ନିଜେ ଆବେଦନ କରି ନ ଥିଲେ। ଗାନ୍ଧିଜୀ ହିଁ ତାଙ୍କୁ ଏଥିପାଇଁ ପ୍ରବର୍ତ୍ତାଇଥିଲେ। ସେତେବେଳେ ଗାନ୍ଧିଜୀ ତାଙ୍କୁ ମୁକ୍ତ କରିବା ପାଇଁ ବ୍ରିଟିଶ ସରକାରଙ୍କୁ ଅନୁରୋଧ କରିଥିଲେ। ଆମ ଭଳି ସାବରକର ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ସ୍ବାଧୀନତା ଆନ୍ଦୋଳନ ଚଳାଇବେ ବୋଲି ଗାନ୍ଧିଜୀ କହିଥିବା ରାଜନାଥ ପ୍ରକାଶ କରିଛନ୍ତି। ଏହି ଅବସରରେ ରାଜନାଥ ସାବରକରଙ୍କୁ ଜାତୀୟ ପ୍ରତୀକ ଭାବେ ଅଭିହିତ କରି ଆହୁରି କହିଛନ୍ତି, ସାବରକର ଜଣେ ଜାତୀୟତାବାଦୀ ଥିଲେ। କିନ୍ତୁ ମାର୍କ୍ସବାଦୀ ଓ ଲେନିନ୍‌ବାଦୀ ବିଚାରଧାରାକୁ ଅନୁସରଣ କରୁଥିବା ଲୋକେ ତାଙ୍କୁ ଫାସିବାଦୀ ବୋଲି କହୁଛନ୍ତି। ରାଜନାଥଙ୍କ ସହ ସ୍ବର ମିଳାଇ ଭାଗବତ କହିଥିଲେ, ସାବରକରଙ୍କ ହିନ୍ଦୁତ୍ୱ ବିଚାରଧାରା ଲୋକଙ୍କ ମଧ୍ୟରେ ସେମାନଙ୍କ ସାଂସ୍କୃତିକ ସିଦ୍ଧାନ୍ତ ଓ ପୂଜା ପଦ୍ଧତିକୁ ନେଇ ବୈଷମ୍ୟ ସୃଷ୍ଟି କରୁ ନ ଥିଲା। ସେ ମୁସଲମାନମାନଙ୍କ ଶତ୍ରୁ ନ ଥିଲେ। ଏପରି କି ସେ ଊର୍ଦ୍ଦୁରେ ଅନେକ ଗଜଲ ଲେଖିଥିବା ଭାଗବତ କହିଛନ୍ତି। ସ୍ବାଧୀନତା ପରେ ସାବରକରଙ୍କୁ ବଦନାମ କରିବା ପାଇଁ ଏକ ଅଭିଯାନ ଆରମ୍ଭ ହୋଇଥିଲା। ତା’ର ଅସଲ ଟାର୍ଗେଟରେ ଭାରତର ଜାତୀୟତାବାଦ ଥିଲା ବୋଲି ଭାଗବତ କହିଛନ୍ତି।
ଏହାର ଦିନକ ପରେ କଂଗ୍ରେସ ନେତା ଜୟରାମ ରମେଶ ଏବଂ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି ରାଜନାଥଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି। ଜୟରାମ ଏବଂ ଓଓ୍ବାଇସି ୧୯୨୦ ଜାନୁୟାରୀ ୨୫ରେ ମହାମତ୍ା ଗାନ୍ଧୀ ସାବରକରଙ୍କ ଭାଇଙ୍କ ପାଖକୁ ଲେଖିଥିବା ଏକ ଚିଠିକୁ ଟୁଇଟରରେ ଶେୟାର କରିଛନ୍ତି। ଗାନ୍ଧିଜୀଙ୍କ ଲେଖାକୁ ବଦଳାଇବା ପାଇଁ ରାଜନାଥ ଉଦ୍ୟମ କରିଥିବା ଉଭୟେ କହିଛନ୍ତି। ଓଓ୍ବାଇସିଙ୍କ ମତରେ ୧୯୧୧ରେ ଜେଲ ଯିବାର କିଛି ମାସ ପରେ ସାବରକର ପ୍ରଥମ ଚିଠି ଲେଖିଥିଲେ। ସେତେବେଳେ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ଥିଲେ। ସାବରକର ୧୯୧୩/୧୪ରେ ପୁଣି ଚିଠି ଲେଖିଥିଲେ ଏବଂ ୧୯୨୦ରେ ଗାନ୍ଧିଜୀ ତାଙ୍କୁ ପରାମର୍ଶ ଦେଇଥିଲେ। ମୋଦି ସରକାରଙ୍କ ମତକୁ ମର୍ଯ୍ୟାଦା ଦେଉଥିବା ନମ୍ର ବ୍ୟକ୍ତିଙ୍କ ମଧ୍ୟରୁ ରାଜନାଥ ଅନ୍ୟତମ। କିନ୍ତୁ ସେ ଇତିହାସର ପୁନର୍ଲିଖନ ଭଳି ଆର୍‌ଏସ୍‌ଏସ୍‌ର ଅଭ୍ୟାସରୁ ନିଜକୁ ମୁକ୍ତ କରିପାରି ନାହାନ୍ତି। ଭାଜପା ଖୁବ୍‌ଶୀଘ୍ର ଗାନ୍ଧିଜୀଙ୍କୁ ହଟାଇ ତାଙ୍କ ହତ୍ୟା ଅଭିଯୁକ୍ତ ସାବରକରଙ୍କୁ ଜାତିର ଜନକ ଘୋଷଣା କରିବାକୁ ଯାଉଛି ବୋଲି ଓଓ୍ବାଇସି କହିଛନ୍ତି। ୧୯୨୦ ଜାନୁୟାରୀ ୨୫ରେ ଗାନ୍ଧିଜୀଙ୍କ ଦ୍ୱାରା ଲିଖିତ ପତ୍ରରେ ସେ ଟୁଇଷ୍ଟ ଆଣିଛନ୍ତି। ଏହା ସାବରକରଙ୍କ ଭାଇଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ସେହି ଚିଠି ବୋଲି ଜୟରାମ ଟୁଇଟରରେ ଶେୟାର କରିଛନ୍ତି। ଅନ୍ୟପକ୍ଷେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଆଉ ପାଦେ ଆଗକୁ ଯାଇ ଆର୍‌ଏସ୍‌ଏସ୍‌କୁ ମାଓବାଦୀଙ୍କ ସହ ତୁଳନା କରିଛନ୍ତି। ସେ ବୁଧବାର କହିଛନ୍ତି, ସେତେବେଳେ ସାବରକର ସେଲ୍ୟୁଲାର ଜେଲରେ ଥିବାବେଳେ ଗାନ୍ଧିଜୀ ଓ୍ବାର୍ଦ୍ଧା ଜେଲରେ ଥିଲେ। ଉଭୟଙ୍କ ମଧ୍ୟରେ ଯୋଗାଯୋଗ କିପରି ହେଉଥିଲା। ସାବରକର ଜେଲରେ ଥାଇ ଅନେକ ଥର ରାଜକ୍ଷମା ମାଗିଥିଲେ ଏବଂ ବ୍ରିଟିଶମାନଙ୍କ ସମର୍ଥକ ପାଲଟିଯାଇଥିଲେ। ୧୯୨୫ରେ ଜେଲରୁ ମୁକୁଳିବା ପରେ ‘ଦୁଇ ରାଷ୍ଟ୍ର ସିଦ୍ଧାନ୍ତ’ ଉପରେ ମନ୍ତବ୍ୟ ଦେବାରେ ସାବରକର ହିଁ ପ୍ରଥମ ବ୍ୟକ୍ତି ଥିଲେ। ଭାଜପା ନାଗପୁରରେ ଥିବା ଆର୍‌ଏସ୍‌ଏସ୍‌ ନେତାମାନଙ୍କ କଠୋରପନ୍ଥୀ ଭାଷା କହୁଛି। ଏନେଇ ଭାଜପା ଏମ୍‌ପି ରାକେଶ ସିହ୍ନା କହିଛନ୍ତି, କଂଗ୍ରେସ ସାବରକରଙ୍କୁ ବିରୋଧ କରିଥାଏ। କାରଣ ସେ ବ୍ରିଟିଶ ସରକାରଙ୍କ ସହ କେବେ ସାଲିସ କରି ନ ଥିଲେ ଏବଂ ନିଜ ମାତୃଭୂମି ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ସେହିପରି ମହାରାଷ୍ଟ୍ରରେ କଂଗ୍ରେସ ସହ ମେଣ୍ଟ କରି କ୍ଷମତାସୀନ ହୋଇଥିବା ଶିବସେନା ଏମ୍‌ପି ସଞ୍ଜୟ ରାଉତ୍‌ କହିଛନ୍ତି, ସାବରକର ଆମର ଆଦର୍ଶ ଥିଲେ ଓ ରହିବେ। ସେ ବ୍ରିଟିଶମାନଙ୍କୁ କେବେ କ୍ଷମା ମାଗି ନ ଥିଲେ। ସେମାନଙ୍କ ହୃଦୟରେ ଯଦି ସାବରକର ଅଛନ୍ତି ତେବେ ତାଙ୍କୁ ଭାରତ ରନତ୍ କେବେ ଦେଉଛନ୍ତି ବୋଲି ଭାଜପା ଏବଂ ଆର୍‌ଏସ୍‌ଏସ୍‌କୁ ସଞ୍ଜୟ ପ୍ରଶ୍ନ କରିଛନ୍ତି। ଭାଜପା ଏବଂ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ବୀର ସାବରକରଙ୍କୁ ନେଇ କାଦୁଅଫିଙ୍ଗା ଜୋର ଧରିଥିବାବେଳେ ବିବାଦରେ ନୂଆ ଟୁଇଷ୍ଟ ଦେବାକୁ ଉଦ୍ୟମ କରିଛନ୍ତି ତାଙ୍କ ନାତି ରଞ୍ଜିତ ସାବରକର। ମହାମତ୍ା ଗାନ୍ଧୀଙ୍କୁ ସେ ଜାତିର ଜନକ ବିବେଚନା କରନ୍ତି ନାହିଁ। ଭାରତ ଭଳି ଦେଶର ଜାତିର ଜନକ ଜଣେ ବ୍ୟକ୍ତି ହୋଇପାରିବେ ନାହିଁ। ଏପରି ହଜାର ହଜାର ଅଛନ୍ତି, ଯାହାଙ୍କୁ ସମସ୍ତେ ଭୁଲିଗଲେଣି ବୋଲି ରଞ୍ଜିତ କହିଛନ୍ତି। ପ୍ରକାଶ ଯେ, ସାବରକରଙ୍କୁ କଂଗ୍ରେସ ଗାନ୍ଧୀ ହତ୍ୟାକାରୀ ଭାବେ ଅଭିହିତ କରିବାକୁ ପଛାଉ ନ ଥିବାବେଳେ ଭାଜପା ଏବଂ ଶିବସେନା ତାଙ୍କୁ ଦେଶଭକ୍ତ ବୋଲି କହିଥାଆନ୍ତି। ଏହାକୁ ନେଇ ଅତୀତରେ ଅନେକ ଥର ବିବାଦୀୟ ସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି।

‘ହିନ୍ଦୁତ୍ୱ’ ବିକଶିତ କରିଥିଲେ ସାବରକର

୧୮୮୩ ମେ’ ୨୮ରେ ମହାରାଷ୍ଟ୍ରରେ ଜନ୍ମିତ ବିନାୟକ ଦାମୋଦର ସାବରକର ଜଣେ ହିନ୍ଦୁ ଜାତୀୟତାବାଦୀ ନେତା ଓ ଲେଖକ ଥିଲେ। ୧୯୨୨ରେ ରନତ୍ଗିରି ଜେଲରେ ଥିବାବେଳେ ସେ ହିନ୍ଦୁତ୍ୱ ବିଚାରଧାରା ବିକଶିତ କରିଥିଲେ। ସେ ହିନ୍ଦୁ ମହାସଭାର ଜଣେ ଆଗଧାଡ଼ିର ନେତା ଥିଲେ। ସାବରକର ପୁଣେର ଫର୍ଗୁଶନ କଲେଜରେ ପଢ଼ିବାବେଳେ ମଧ୍ୟ ରାଜନୈତିକ ଗତିବିଧି ଚଳାଇଥିଲେ। ସେ ଓ ତାଙ୍କ ଭାଇ ମିଶି ଅଭିନବ ଭାରତ ସୋସାଇଟି ନାମରେ ଏକ ଗୁପ୍ତ ସୋସାଇଟି ପ୍ରତିଷ୍ଠା କରିଥିଲେ। ସାବରକର ଆଇନ ପଢ଼ିବା ପାଇଁ ବ୍ରିଟେନ ଯାଇଥିବାବେଳେ ଇଣ୍ଡିଆ ହାଉସ୍‌ ଏବଂ ଫ୍ରି ଇଣ୍ଡିଆ ସୋସାଇଟି ଭଳି ସଙ୍ଗଠନ ସହ ଜଡ଼ିତ ଥିଲେ। ବିପ୍ଳବ ବଳରେ ସମ୍ପୂର୍ଣ୍ଣ ଭାରତୀୟ ସ୍ବାଧୀନତା ଉପରେ ମଧ୍ୟ ସେ ଏକାଧିକ ପୁସ୍ତକ ରଚନା କରିଥିଲେ। ଦି ଇଣ୍ଡିଆନ୍‌ ଓ୍ବାର ଅଫ୍‌ ଇଣ୍ଡିପେଣ୍ଡେନ୍ସ ଏବାଉଟ ଦି ଇଣ୍ଡିଆନ୍‌ ରେବେଲିୟନ୍‌ ଅଫ୍‌ ୧୮୫୭ ଶୀର୍ଷକ ପୁସ୍ତକକୁ ବ୍ରିଟିଶ ଉପନିବେଶ ନିଷିଦ୍ଧ ଘୋଷଣା କରିଥିଲା। ୧୯୧୦ରେ ସାବରକରଙ୍କୁ ଗିରଫ କରି ଭାରତକୁ ପ୍ରତ୍ୟପର୍ଣ କରାଯାଇଥିଲା। ୧୯୪୮ରେ ମହାମତ୍ା ଗାନ୍ଧୀଙ୍କୁ ନାଥୁରାମ ଗଡସେ ହତ୍ୟା କରିଥିଲେ। ହତ୍ୟା ପାଇଁ ସାବରକରଙ୍କୁ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶାଯାଇଥିଲା। କିନ୍ତୁ ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ। ୧୯୬୬ ଫେବୃୟାରୀ ୨୬ରେ ତାଙ୍କର ପରଲୋକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଲା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ‘ୟୁ-ଟର୍ଣ୍ଣ’, ଆଇସିସି ଦେଲା ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦।୨: ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଘୋଷଣା କରିଥିବା ପାକିସ୍ତାନ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛି। ICC ପାକିସ୍ତାନ କ୍ରିକେଟ ବୋର୍ଡ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri