ଶାବର ଶ୍ରୀକ୍ଷେତ୍ର

ଶାବର ଶ୍ରୀକ୍ଷେତ୍ର ରୂପେ ପରିଚିତ କୋରାପୁଟ ରଥଯାତ୍ରାର ରହିଛି ବିଶେଷ ସ୍ବତନ୍ତ୍ରତା। ରଥଯାତ୍ରାରେ ବିଭିନ୍ନ ଆଦିବାସୀ ସଂସ୍କୃତିର ମହାମିଳନ ଦେଖିବାକୁ ମିଳେ। ଗ୍ରାମ ମୁଖିଆ ତଥା ନାୟକଙ୍କୁ ରାଜାର ସମ୍ମାନ ପ୍ରଦାନ କରାଯାଇଥାଏ। ସେ ରଥରେ ଛେରାପହଁରା କରନ୍ତି। ରଥଯାତ୍ରାରେ ଯୋଗଦେବା ପାଇଁ କୋରାପୁଟ ଜିଲାର ସମସ୍ତ ଆଦିବାସୀ ଗ୍ରାମକୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଗୁଆ ନିମନ୍ତ୍ରଣ ପଠାଯାଇଥାଏ।
ଶ୍ରୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ୧୦ ଅବତାର ବେଶ ହୋଇଥାଏ। ବାହୁଡା ଦିନ ବଡଦାଣ୍ଡ ଅଧାବାଟରେ ରଥ ରହିବା ପରେ ଶ୍ରୀଜୀଉଙ୍କୁ ଛେନାପୋଡ ଓ ପଣା ଭୋଗ ହେବାର ଏକ ଅନନ୍ୟ ପରମ୍ପରା ରହିଛି। କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ପରିକଳ୍ପନା ୧୯୬୯ରେ ହୋଇଥିଲା। ପଞ୍ଚାୟତ ଭବନରେ ସେତେବେଳେ ହେଉଥିବା ଆଲୋଚନାଚକ୍ରରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ ପାଇଥିଲା ବୋଲି କହନ୍ତି ମନ୍ଦିର ପରିଚାଳନା କମିଟି ସମ୍ପାଦକ ଡ. ଜଗବନ୍ଧୁ ସାମଲ। ୧୯୭୨ରେ କୋରାପୁଟ ସହରର ଏକ ପିଚୁଟିଣରେ ତିଆରି ଗମ୍ବୁଜାକୃତି ଗୃହରେ ପ୍ରତିଷ୍ଠିତ ମନ୍ଦିରରେ ମହାପ୍ରଭୁ ପୂଜା ପାଉଥିଲେ। ପୁରୀ ଶ୍ରୀକ୍ଷେତ୍ରରେ ପ୍ରଚଳିତ ପରମ୍ପରା ଯାନିଯାତ୍ରା ଓ ରୀତିନୀତି ଏଠାରେ ପ୍ରଚଳିତ ହୋଇଆସୁଛି। ଶାବର ଶ୍ରକ୍ଷେତ୍ର ପ୍ରକଳ୍ପର ମୁଖ୍ୟ ମନ୍ଦିର ନିର୍ମାଣ ପାଇଁ ୧୯୭୩ ଜୁଲାଇ ୧୧ରେ ତତ୍କାଳୀନ ଜିଲାପାଳ ଭାସ୍କର ଚନ୍ଦ୍ର ପଟ୍ଟନାୟକ ଭୂମିପୂଜା କରିଥିଲେ। ପରେ ସ୍ଥପତି ସତ୍ୟବାଦୀ ମହାରଣା ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ। ୧୯୭୮ ଜୁନ୍‌ରେ ମନ୍ଦିର ନିର୍ମାଣ ଶେଷ ହେବା ପରେ ପୁରୀ ଗଜପତି ଦିବ୍ୟସିଂହଙ୍କ ଉପସ୍ଥିତିରେ ପ୍ରତିଷ୍ଠା ଉତ୍ସବ ହୋଇଥିଲା। ଚତୁର୍ଦ୍ଧାମୂର୍ତ୍ତି ନବନିର୍ମିତ ମନ୍ଦିରରେ ବିଜେ କରିଥିଲେ। ଚଳିତ ବର୍ଷ ହେଉଛି ରଥଯାତ୍ରାର ସୁବର୍ଣ୍ଣ ଜୟନ୍ତୀ।
-ଅମିତାଭ ବେହେରା, କୋରାପୁଟ


Enter your email to get our daily news in your inbox.

All Right Reserved By Dharitri.Com

VIDEO:ଷ୍ଟେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri