ସୌଭାଗ୍ୟରୁ ବଞ୍ଚିତ କରିଦେଲେ ସାଆନ୍ତେ

ଅନୁଗୋଳ ଅଫିସ, ୨୩ା୬ – କିଛିଟା କାବୁ ହୋଇଛି କରୋନା ସଂକ୍ରମଣ। ତଳମୁହାଁ ଧରିଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା। ସ୍ଥିତିକୁ ଦେଖି ପୂର୍ବ କଟକଣାରେ ସାମାନ୍ୟ କୋହଳ କରାଯାଇଥିଲେ ମଧ୍ୟ ଧର୍ମାନୁଷ୍ଠାନରୁ ତାଲା ଖୋଲିବା ସପକ୍ଷରେ ନାହାନ୍ତି ସରକାର। ତେଣୁ ଦିନକ ପରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପଡ଼ୁଥିବାରୁ ମନକଷ୍ଟ କରିଛନ୍ତି ଅନୁଗୋଳର ସହସ୍ରାଧିକ ଶ୍ରଦ୍ଧାଳୁ। ଗତବର୍ଷ ପରି ଏଥର ମଧ୍ୟ ଶୈଳଶ୍ରୀକ୍ଷେତ୍ରରେ ହାତୀବେଶ ଦେଖିବାର ସୌଭାଗ୍ୟ ସାଆନ୍ତେ ଦେବେନାହିଁ ବୋଲି ଜାଣି ଲୁହଗଡ଼ାଉଛନ୍ତି ଶ୍ରୀଜଗନ୍ନାଥଙ୍କ ଭକ୍ତ।
ଆସନ୍ତା ଗୁରୁବାର ଦିନ ରତ୍ନବେଦିରୁ ଓହ୍ଲାଇ ସ୍ନାନବେଦିରେ ବିରାଜିବେ ଶ୍ରୀଜଗନ୍ନାଥ। ସାଙ୍ଗରେ ବଡ଼ଭାଇ ଓ ସାନ ଭଉଣୀ ମଧ୍ୟ ଆସିବେ ପହଣ୍ଡିରେ। ପ୍ରତିବର୍ଷ ଅନୁଗୋଳରେ ରଥଯାତ୍ରା ପୂର୍ବରୁ ୩ ଠାକୁରଙ୍କ ଏହି ହାତୀବେଶ ଦେଖିବାକୁ ପ୍ରବଳ ଗହଳି ହୁଏ ଶୈଳଶ୍ରୀକ୍ଷେତ୍ରରେ। କିନ୍ତୁ କରୋନା କାରଣରୁ ଗତବର୍ଷ କୌଣସି ଭକ୍ତ ସ୍ନାନଯାତ୍ରାରେ ସାମିଲ ହୋଇପାରି ନ ଥିଲେ। ସମସ୍ତେ ଆଶା ବାନ୍ଧିଥିଲେ ଆସନ୍ତାବର୍ଷକୁ। ହେଲେ ତାହା ମଧ୍ୟ ପୂରଣ ହୋଇପାରିବ ନାହିଁ। କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ସରକାର ଧର୍ମାନୁଷ୍ଠାନ ଦ୍ୱାର ଖୋଲିବାକୁ ଏବେ ପ୍ରସ୍ତୁତ ନାହାନ୍ତି। ତେଣୁ କୋଭିଡ୍‌ କଟକଣା ମଧ୍ୟରେ ହିଁ ସ୍ନାନଯାତ୍ରା ପାଳନ ହେବ। ରଥଯାତ୍ରା ମଧ୍ୟ ମନ୍ଦିର ମଧ୍ୟରେ ନୀତିକାନ୍ତିରେ ସୀମିତ ରହିବ। କାର୍ଯ୍ୟସୂଚୀ ଅନୁଯାୟୀ, ଭୋର ୩ଟା ୩୦ରେ ଶୈଳଶ୍ରୀକ୍ଷେତ୍ର ମନ୍ଦିରରେ ପହୁଡ଼ ଫିଟାଯାଇ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯିବ। ପରେ ଶ୍ରୀଜୀଉଙ୍କୁ ସିଂହାସନରୁ ଅବତରଣ ପାଇଁ ସେନାପଟା ଲାଗି କରାଯିବ। ପ୍ରାତଃ ୬ଟାରେ ମଙ୍ଗଳ ଆଳତି ହେବ। ସକାଳ ୭ରୁ ୮ଟା ମଧ୍ୟରେ ପହଣ୍ଡିରେ ସ୍ନାନ ମଣ୍ଡପକୁ ଶ୍ରୀଜୀଉମାନଙ୍କୁ ଅଣାଯିବ। ସେଠାରେ ବିଭିନ୍ନ ନୀତିକାନ୍ତି ପରେ ୯ଟା ୩୦ରେ ଷୋଡ଼ଶ ଉପଚାରରେ ସ୍ନାନ କରାଯିବା ସହ ରତ୍ନବସ୍ତ୍ର ଲାଗି ହେବ। ପୂର୍ବାହ୍ନ ୧୦ଟାରେ ଜିଲାପାଳ ଛେରା ପହଁରା କରିବେ। ଏଥିରେ ଅନୁଗୋଳ ଏସ୍‌ପି ସହଯୋଗ କରିବେ। ୧୧ଟା ମଧ୍ୟରେ ଠାକୁରଙ୍କ ହାତୀବେଶ କରାଯିବ। ୧୧ଟା ୩୦ରେ ପ୍ରାତଃ ଓ ମଧ୍ୟାହ୍ନ ଧୂପ ଲାଗି ହେବ। ମଧ୍ୟାହ୍ନ ୧୨ଟାରେ ପହଡ଼ ପକାଯିବ। ସନ୍ଧ୍ୟା ୫ଟାରେ ପହଡ଼ ଖୋଲାଯିବା ପରେ ସନ୍ଧ୍ୟା ଆଳତି ହେବ। ଚଳିତବର୍ଷ ସାହାଣ ମେଲା ନ ଥିବାରୁ ୫ଟା ୩୦ରେ ଗଜାନନ ବେଶ ଉଲାଗି କରାଯାଇ ସଧାରଣ ବେଶ କରାଯିବ। ଏହାପରେ ଗୋଟି ପହଣ୍ଡିରେ ସନ୍ଧ୍ୟା ୬ଟା ୩୦ରୁ ୭ଟା ମଧ୍ୟରେ ତିନିଠାକୁର ଅଣସର ଗୃହକୁ ପ୍ରବେଶ କରିବେ ବୋଲି ମନ୍ଦିର ପରିଚଳାନା କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଠାକୁରଙ୍କ ସେବା କରିବାକୁ ଥିବା ୯୬ ଜଣ ବିଭିନ୍ନ ବର୍ଗର ସେବକଙ୍କ କୋଭିଡ୍‌ ଟେଷ୍ଟ କରାଯାଇସାରିଛି।

ମନ୍ଦିରରେ କେବଳ ବିଧି ପାଳନ
କରୋନା ସମୟରେ ଜୀବନ ରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ଚଳିତବର୍ଷ ଅନୁଗୋଳ ଜିଲାରେ ଠାକୁରଙ୍କ ସ୍ନାନଯାତ୍ରା ଓ ରଥଯାତ୍ରାକୁ ବନ୍ଦ କରାଯାଇଛି। କୋଭିଡ୍‌ ନିୟମ ମଧ୍ୟରେ କେବଳ ମନ୍ଦିର ପରିସରରେ ଠାକୁରଙ୍କ ବିଧି ପାଳନ ହୋଇପାରିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ
ଗାଇଡ୍‌ ଲାଇନ୍‌ ମଧ୍ୟରେ ହେବ ନୀତିକାନ୍ତି
ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଶୈଳଶ୍ରୀକ୍ଷେତ୍ରରେ ସ୍ନାନପୂର୍ଣ୍ଣିମା ନୀତି କରାଯିବ। ମହାପ୍ରଭୁଙ୍କ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ୯୬ ସେବାୟତଙ୍କ କରୋନା ପରୀକ୍ଷା କରାଯାଇଛି। ନେଗେଟିଭ୍‌ ରିପୋର୍ଟ ଥିବା ସେବାୟତମାନେ ନୀତିକାନ୍ତିରେ ଅଂଶ ଗ୍ରହଣ କରିବେ।
-ହେମନ୍ତ ଦାସ, ସମ୍ପାଦକ, ପରିଚଳାନା କମିଟି
ମନ ଭାଙ୍ଗୁଛି ସରକାରୀ କଟକଣା
୨ ବର୍ଷ ହେବ ସ୍ନାନଯାତ୍ରା କି ଘୋଷଯାତ୍ରା ଦେଖି ହେଉନି। ନିଜ ଭକ୍ତମାନଙ୍କ ଉପରେ ମହାପ୍ରଭୁ ବୋଧେ ରୋଷ କରିଛନ୍ତି। ସେଥିପାଇଁ ସେମାନଙ୍କୁ ଦର୍ଶନ ସୌଭାଗ୍ୟରୁ ବଞ୍ଚିତ କରୁଛନ୍ତି। ସରକାରୀ କଟକଣା ମଧ୍ୟ ଶ୍ରଦ୍ଧାଳୁଙ୍କ ମନ ଭାଙ୍ଗିଦେଉଛି। ପୁଣିଥରେ ଆସନ୍ତାବର୍ଷକୁ ଅପେକ୍ଷା।
-ରୀନା ପ୍ରଧାନ, ଶ୍ରଦ୍ଧାଳୁ, ଅନୁଗୋଳ
ଲୀଳାମୟଙ୍କ ଲୀଳା ଜାଣିହେଉନି
ମଝିରେ କେତେ ଦିନ ଠାକୁରଙ୍କ ଦର୍ଶନ ମିଳିଲା। ଭଗବାନଙ୍କୁ ଦେଖି ଭକ୍ତ ଖୁସି ହେଲେ। କିନ୍ତୁ କିଛି ଦିନ ପରେ ପୁଣି ମନ୍ଦିରରେ ତାଲା ପକାଇ ଦିଆଯାଇଛି। ସ୍ନାନଯାତ୍ରା ଓ ରଥଯାତ୍ରାରେ ଦର୍ଶକଙ୍କ ଗହଳିକୁ ଅନୁମତି ଦିଆଯାଇ ନାହିଁ। ଲୀଳାମୟ ଠାକୁର ଏମିତି କାହିଁକି ଲୀଳା କରୁଛନ୍ତି ଜାଣିହେଉ ନାହିଁ।
-ପଙ୍କଜିନୀ ପ୍ରଧାନ, ଶ୍ରଦ୍ଧାଳୁ, ଅନୁଗୋଳ
ଅଧିକ ସତର୍କତା ଆବଶ୍ୟକ
କରୋନା ସଙ୍କଟ ସମ୍ପୂର୍ଣ୍ଣ ନ ଟଳିବା ଯାଏ ସମସ୍ତେ ସତର୍କ ରହିବା ଆବଶ୍ୟକ। ମନ୍ଦିର ଚାରି କାନ୍ଥ ଭିତରେ ନୀତିକାନ୍ତି ହେଲେ କିଛି ଅସୁବିଧା ନାହିଁ। ଏବେ ଭକ୍ତମାନେ ଧୈର୍ଯ୍ୟ ଧରି ବିଶ୍ୱରୁ ଏହି ମହାମାରୀ ବିପଦ କିଭଳି ଭାବେ ଟଳିଯିବ, ସେ ନେଇ ପ୍ରାର୍ଥନା କରନ୍ତୁ।
-ସୌରୀ ରଞ୍ଜନ ପଣ୍ଡା, ପହଣ୍ଡି ସେବକ


Enter your email to get our daily news in your inbox.

All Right Reserved By Dharitri.Com

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri