ଦକ୍ଷିଣ କୋରିଆରେ ୬ ଲକ୍ଷ ଟପିଲା ଦୈନିକ ସଂକ୍ରମଣ

ସିଓଲ,୧୭।୩: ଦକ୍ଷିଣ କୋରିଆରେ ଓମିକ୍ରନ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ଗୁରୁବାର ଗୋଟିଏ ଦିନରେ ୬,୨୧,୦୦୦ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୨ ଲକ୍ଷ ଅତିକ୍ରମ କରିଛି। ଓମିକ୍ରନ୍‌ ଆସିବା ପରେ ଫେବୃୟାରୀରୁ ଇତିମଧ୍ୟରେ ୭୪ ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହେଲେଣି। ଏଥିସହିତ ୨୪ ଘଣ୍ଟାରେ ୪୨୯ ଜଣଙ୍କ ମୃତ୍ୟୁ ଘଟିଛି। ପୂର୍ବ ଦିନ ତୁଳନାରେ ଏହା ୧୪୦ ଅଧିକ। ଆଗାମୀ ଦିନରେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।

Share