Posted inରାଜ୍ୟ

ଓଡ଼ିଶାରେ ଗର୍ଜିଲା S-400: ଅପରେଶନ ସିନ୍ଦୂରରେ ହଜାଇଥିଲା ପାକିସ୍ତାନ ନିଦ

ଭୁବନେଶ୍ୱର,୫ା୧: ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ସୋମବାର ଏକ ବଡ଼ ସଫଳତା ମିଳିଛି। ଓଡ଼ିଶା ଉପକୂଳସ୍ଥିତ ଅବଦୁଲ କଲାମ ଦ୍ବୀପରୁ ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ୍ S-400 ଇଣ୍ଟରସେପ୍‌ଟର ମିଜାଇଲ୍‌ର ବ୍ୟବହାରିକ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି।

ଅପରାହ୍ନ ୩ଟା ୪୦ ମିନିଟ୍‌ରେ ଏହି ପରୀକ୍ଷଣ କରାଯାଇଥିଲା। ଆକାଶମାର୍ଗରେ ଶତ୍ରୁପକ୍ଷର ମିଜାଇଲ୍ ସଦୃଶ ଗତି କରୁଥିବା ‘ବଂଶୀ’ ନାମକ ଏକ ଟାର୍ଗେଟ୍ ଡ୍ରୋନ୍‌କୁ S-400 ସଫଳତାର ସହ ଚିହ୍ନଟ କରି ଧ୍ବଂଶ କରିଛି। ଏହି ପ୍ରଣାଳୀ ୪୦୦ କିଲୋମିଟର ପରିଧି ମଧ୍ୟରେ ଶତ୍ରୁପକ୍ଷର ବିମାନ, ଡ୍ରୋନ୍, ବାଲିଷ୍ଟିକ୍ ଏବଂ କ୍ରୁଜ୍ ମିଜାଇଲ୍‌କୁ ଚିହ୍ନଟ କରି ନିପାତ କରିବାରେ ସକ୍ଷମ।

ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଭାରତୀୟ ସେନା ଦ୍ବାରା କରାଯାଇଥିବା ‘ଅପରେସନ ସିନ୍ଦୂର’ ରେ S-400 ଇଣ୍ଟରସେପ୍‌ଟର ସିଷ୍ଟମ ବ୍ୟବହୃତ ହୋଇ ପାକିସ୍ତାନର ଆକ୍ରମଣକୁ ପ୍ରତିହତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ରୁଷିଆ ଓ ଭାରତ ଭଳି ଦେଶ ପାଇଁ S-400 ଏୟାର ଡିଫେନ୍ସ ସିଷ୍ଟମ୍ ବର୍ତ୍ତମାନ ପ୍ରତିରକ୍ଷା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ଏହି ପରୀକ୍ଷଣ ପରେ ଭାରତର ଆକାଶମାର୍ଗ ସୁରକ୍ଷା ବଳୟ ଆହୁରି ସୁଦୃଢ଼ ହୋଇଛି। ଭାରତୀୟ ବାୟୁସେନାରେ ଏହାର ନିୟମିତ ବ୍ୟବହାର ଶତ୍ରୁ ଶିବିରରେ ଭୟ ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

The Kerala Story 2 Release: ଫିଲ୍ମ ଉପରେ ଥିବା ସ୍ଥଗିତାଦେଶ ଉଠାଇଲେ କେରଳ ହାଇକୋର୍ଟର ଡିଭିଜନ ବେଞ୍ଚ

ମୁମ୍ବାଇ,୨୭।୨: ଶୁକ୍ରବାର କେରଳ ହାଇକୋର୍ଟ ‘ଦି କେରଳ ଷ୍ଟୋରି 2’ ଚଳଚ୍ଚିତ୍ରର ନିର୍ମାତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କିଛି ଦିନ ପୂର୍ବରୁ କେରଳ ହାଇକୋର୍ଟର ଏକକ ବିଚାରପତି…

ଏହି ୩ ରାଶିଙ୍କ ପାଇଁ ମାର୍ଚ୍ଚ ମାସ ଅତ୍ୟନ୍ତ ଭାଗ୍ୟଶାଳୀ, ଖୋଲିଯବ ଉନ୍ନତିର ରାସ୍ତା

ବର୍ଷର ଦ୍ୱିତୀୟ ମାସ ଫେବୃଆରୀ ଶେଷ ହେବ। ବର୍ଷର ତୃତୀୟ ମାସ ଅର୍ଥାତ୍‌ ମାର୍ଚ୍ଚର ଆଗମନ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାର୍ଚ୍ଚ ମାସ ବହୁତ ସ୍ବତନ୍ତ୍ର ହେବାକୁ…

ଭାଜପା ଇଚ୍ଛାଧାରୀ ନାଗ, ମୋଦିଙ୍କୁ ନେଇ କ’ଣ କହିଲେ ପବନ ଖେରା ଜାଣନ୍ତୁ

ନୂଆଦିଲ୍ଲୀ,୨୭।୨: ଶୁକ୍ରବାର (୨୭ ଫେବୃଆରୀ) ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀ ଅବକାରୀ ନୀତି ସହିତ ଜଡିତ ଏକ CBI ମାମଲାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ…

୧ ମାର୍ଚ୍ଚରୁ ବନ୍ଦ ହୋଇଯିବ ଏମାନଙ୍କର ହ୍ବାଟ୍ସଆପ! ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିବ ନୂଆ ନିୟମ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୨୭।୨: SIM-Binding ନିୟମ ସମ୍ପର୍କରେ ଚିତ୍ର ଏବେ ସ୍ପଷ୍ଟ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ସ୍ପଷ୍ଟ ଭାବରେ ସୂଚିତ କରିଛନ୍ତି ଯେ ମେସେଜିଂ ଆପ…

ବାପାଙ୍କ ମୃତ୍ୟୁ ପରେ ରିଙ୍କୁ ସିଂ ପରବର୍ତ୍ତୀ ମ୍ୟାଚ ଖେଳିବେ ନା ନାହିଁ? BCCI ଦେଲା ବଡ଼ ସୂଚନା

ନୂଆଦିଲ୍ଲୀ,୨୭।୨: ଟିମ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂଙ୍କ ପିତା ଖାନଚାନ୍ଦ ସିଂଙ୍କ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ।…

ଆକ୍ସନରେ ପ୍ରଶାସନ: ଇଟା ଭାଟିରେ ଚଢ଼ିଲା ବୁଲ୍‌ଡୋଜର

ଆସିକା,୨୭।୨: ଗଞ୍ଜାମ ଜିଲା ଋଷିପୁର ନିକଟରେ ଥିବା ବେଆଇନ ଇଟା ଭାଟିରେ ଶୁକ୍ରବାର ବୁଲ୍‌ଡୋଜର ଚଢିଛି। ତହସିଲଦାରଙ୍କ ସହ ସ୍ଥାନୀୟ ପୋଲିସ ଉପସ୍ଥିତରେ କଟାଯାଇଥିବା ହଜାର ହଜାର…

ଜିମ୍ବାଓ୍ବେ ବିପକ୍ଷର ବିଜୟ ପଡିଲା ଫିକା? ଟିମ ଇଣ୍ଡିଆର ଏହି ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ,୨୭।୨: ICC T20 ବିଶ୍ୱକପ ୨୦୨୬ର ସୁପର ୮ ମ୍ୟାଚରେ ଭାରତ ଜିମ୍ବାୱେକୁ ୭୨ ରନରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିବାର ଆଶାକୁ ପୁନର୍ଜୀବିତ କରିଛି। ଏହି…

ବିବାହ ପରେ ପ୍ରଥମଥର ଏକାଠି ନଜର ଆସିଲେ ରଶ୍ମିକା-ବିଜୟ, ବିମାନବନ୍ଦରରେ ଗ୍ରାଣ୍ଡ ଓ୍ବେଲକମ୍‌ କଲେ ପ୍ରଶଂସକ

ମୁମ୍ବାଇ: ଦକ୍ଷିଣ ସିନେମାର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ଫେବୃଆରୀ ୨୬ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri